08 NOVEMBER 2026

Welcome!

Unlock your personalized experience.
Sign Up

Voter List: ରାଜସ୍ଥାନ ନିର୍ବାଚନରେ ଭୋଟର ତାଲିକା ବିବାଦ: ତାଲିକାରେ ୩୦ ଲକ୍ଷରୁ ଅଧିକ ଭୋଟରଙ୍କ ପାର୍ଥକ୍ୟ

Nov 08, 2026 - 15:49
Voter List: ରାଜସ୍ଥାନ ନିର୍ବାଚନରେ ଭୋଟର ତାଲିକା ବିବାଦ: ତାଲିକାରେ ୩୦ ଲକ୍ଷରୁ ଅଧିକ ଭୋଟରଙ୍କ ପାର୍ଥକ୍ୟ

ଜୟପୁର: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଇଥିବା ଭୋଟର ତାଲିକାକୁ ନେଇ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି। କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ (ଇସି) ''ସ୍ୱତନ୍ତ୍ର ସଘନ ସଂଶୋଧନ'' (ଏସଆଇଆର୍) ପରେ ପ୍ରକାଶିତ ଚୂଡ଼ାନ୍ତ ତାଲିକା ଏବଂ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ର ତାଲିକା ମଧ୍ୟରେ ପ୍ରାୟ ୩୦ ଲକ୍ଷ ଭୋଟରଙ୍କ ପାର୍ଥକ୍ୟ ଦେଖିବାକୁ ମିଳିଛି। 

ରିପୋର୍ଟ ଅନୁଯାୟୀ, ନିର୍ବାଚନ ଆୟୋଗଙ୍କ ଏସଆଇଆର୍ ତାଲିକା ଅନୁଯାୟୀ ରାଜସ୍ଥାନରେ ୪୪.୨୮ ଲକ୍ଷ ନାମ କାଟି ଦିଆଯିବା ଏବଂ ୧୨.୭୧ ଲକ୍ଷ ନୂତନ ଭୋଟର ଯୋଡ଼ିବା ପରେ ମୋଟ ଭୋଟର ସଂଖ୍ୟା ୫.୪୭ କୋଟିରୁ କମି ୫.୧୫ କୋଟିକୁ ଖସିଥିଲା। ମାତ୍ର ଏହାର ବିପରୀତରେ, ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ସେହି ସମାନ ୧୯୯ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପୂର୍ବରୁ ଥିବା ପ୍ରାୟ ୫.୪୫ କୋଟି ଭୋଟରଙ୍କ ତାଲିକାକୁ ହିଁ ବ୍ୟବହାର ଜାରି ରଖିଛନ୍ତି। ଏହି କାରଣରୁ ଉଭୟ ତାଲିକା ମଧ୍ୟରେ ପ୍ରାୟ ୩୦ ଲକ୍ଷ ଭୋଟରଙ୍କ ବ୍ୟବଧାନ ରହିଛି।

ପୁରୁଣା ତାଲିକା ବ୍ୟବହାର 
ରାଜ୍ୟ ନିର୍ବାଚନ ଆୟୋଗର ସଚିବ ରାଜେଶ ବର୍ମା ସ୍ପଷ୍ଟ କରିଛନ୍ତି ଯେ, ସ୍ଥାନୀୟ ନିର୍ବାଚନ ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଯାଇଥିବାରୁ ସେମାନେ ୨୦୨୫ ଜାନୁଆରୀ ୧ ତାରିଖରେ ଅପଡେଟ୍ ହୋଇଥିବା କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ''ପ୍ରି-ଏସଆଇଆର୍'' ତାଲିକାକୁ ଆଧାର କରିଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ନବୀନ ମହାଜନ ମଧ୍ୟ ଏହାକୁ ସମର୍ଥନ କରି କହିଛନ୍ତି ଯେ, ରାଜସ୍ଥାନରେ ଏସଆଇଆର୍ ଚୂଡ଼ାନ୍ତ ତାଲିକାକୁ ନେଇ କୌଣସି ଆପତ୍ତି ଉଠାଯାଇନଥିଲା। ତେବେ ମଜଦୁର କିଷାନ ଶକ୍ତି ସଂଘଟନର ପ୍ରତିଷ୍ଠାତା ତଥା ଅଧିକାର କର୍ମୀ ନିଖିଲ ଦେ'' ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରି ପ୍ରଶ୍ନ କରିଛନ୍ତି ଯେ, ଯେତେବେଳେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ନୂତନ ଏବଂ ସଂଶୋଧିତ ତାଲିକା ପ୍ରକାଶ କରିସାରିଛନ୍ତି, ସେତେବେଳେ ରାଜ୍ୟ ଆୟୋଗ କାହିଁକି ପୁରୁଣା ତାଲିକା ବ୍ୟବହାର କରୁଛନ୍ତି। ବୁଥ୍ ସ୍ତରୀୟ ଅଧିକାରୀମାନେ ଗୋଟିଏ ତାଲିକାରେ ଜଣେ ଭୋଟରଙ୍କୁ ମୃତ ବୋଲି ଦର୍ଶାଉଥିବା ବେଳେ ଅନ୍ୟ ତାଲିକାରେ ତାଙ୍କ ନାମ କିପରି ରହୁଛି, ତାହାକୁ ନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି।

Free Electricity: ୧୨୫ ୟୁନିଟ୍ ମାଗଣା ବିଜୁଳି ସୁବିଧା ଛାଡ଼ିପାରିବେ ଉପଭୋକ୍ତା, ଡିସେମ୍ବର ୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।