PM Modi Celebrates Diwali with Security Personnel: ଦିନେ ନକ୍ସଲଙ୍କ ଗଡ଼ ଥିଲା ବସ୍ତର, ଆଜି ବିକାଶର ନୂଆ ପରିଚୟ: ପ୍ରଧାନମନ୍ତ୍ରୀ ମୋଦି

Nov 08, 2026 - 15:51
PM Modi Celebrates Diwali with Security Personnel: ଦିନେ ନକ୍ସଲଙ୍କ ଗଡ଼ ଥିଲା ବସ୍ତର, ଆଜି ବିକାଶର ନୂଆ ପରିଚୟ: ପ୍ରଧାନମନ୍ତ୍ରୀ ମୋଦି

ଛତିଶଗଡ଼ ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପିଏମ୍ ମୋଦି।

ଯବାନଙ୍କ ମନୋବଳ ବଢାଇଲେ।

ନକ୍ସଲ ଆତଙ୍କର ଅନ୍ତ ଘଟି ବସ୍ତରରେ ଏବେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି ବୋଲି କହିଛନ୍ତି।

ଏଥରର ଦୀପାବଳି ସ୍ୱତନ୍ତ୍ର, କାରଣ ଦେଶର ସମସ୍ତ ଜିଲ୍ଲା ନକ୍ସଲମୁକ୍ତ ହୋଇଛି ବୋଲି ମୋଦି କହିଛନ୍ତି।

ନକ୍ସଲ ଭୟକୁ ପରାସ୍ତ କରିବାର ଶ୍ରେୟ ସୁରକ୍ଷାକର୍ମୀଙ୍କୁ ଦେଇ ୧୪୦ କୋଟି ଦେଶବାସୀଙ୍କ ପକ୍ଷରୁ ଯବାନଙ୍କ ତ୍ୟାଗ ଓ ସେବା ପାଇଁ କୃତଜ୍ଞତା ଜଣାଇଛନ୍ତି।

Advertisment ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମଜବୁତ୍ ହେଲେ ବାହ୍ୟ ଶତ୍ରୁ ମଧ୍ୟ କିଛି କରିପାରିବେ ନାହିଁ ବୋଲି ମୋଦି କହିଛନ୍ତି।

ଦିନେ ୨୦ଟି ରାଜ୍ୟର ୨୩୦ରୁ ଅଧିକ ଜିଲ୍ଲା ନକ୍ସଲ ପ୍ରଭାବିତ ଥିଲା।

ଲୋକେ ସନ୍ଧ୍ୟା ପରେ ଘରୁ ବାହାରିବାକୁ ଭୟ କରୁଥିଲେ, ଏପରିକି ମତଦାନ ଅଧିକାରରୁ ମଧ୍ୟ ବଞ୍ଚିତ ହେଉଥିଲେ।

ବର୍ଷକୁ ପ୍ରାୟ ୨ ହଜାର ନକ୍ସଲ ଆକ୍ରମଣ ହେଉଥିଲା।

ଏହି ଲଢ଼େଇ ସହଜ ନଥିଲା ଏବଂ ଅନେକ ଯବାନଙ୍କ ବଳିଦାନରେ ଦେଶ ଆଜି ଏହି ସଫଳତା ପାଇଛି।

୨୦୧୪ ପରେ ନକ୍ସଲ ଦମନ ଅଭିଯାନରେ ପରିବର୍ତ୍ତନ ଆସିଥିବା କହି ପୂର୍ବ ସରକାରଙ୍କ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି ମୋଦି।

ଆଦିବାସୀଙ୍କୁ ପୂର୍ବ ସରକାର ଅସହାୟ ଅବସ୍ଥାରେ ଛାଡ଼ି ଦେଇଥିବା ଅଭିଯୋଗ କରିବା ସହ ଯବାନଙ୍କ ସାହସ, ତ୍ୟାଗ ଓ ବଳିଦାନକୁ ସମଗ୍ର ଦେଶ ଗର୍ବର ସହ ସ୍ମରଣ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।