VRS at RSP ଆର୍‌ଏସ୍‌ପିରେ ଭିଆର୍‌ଏସ୍‌ ଭୟ, ବିଦାହେଲେ ୩ ଅଧିକାରୀ

Aug 31, 2026 - 22:49
VRS at RSP ଆର୍‌ଏସ୍‌ପିରେ ଭିଆର୍‌ଏସ୍‌ ଭୟ, ବିଦାହେଲେ ୩ ଅଧିକାରୀ

"ରାଉରକେଲା (ଦେବ ଗଡ଼ତିଆ): ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ରେ ବାଧ୍ୟତାମୂଳକ ଅବସର ନିୟମକୁ କଡ଼ାକଡ଼ି କରାଯାଉଛି।

ଗତ ସପ୍ତାହରେ ସେଲ୍‌ ପରିଚାଳିତ ଭିଲାଇ, ବୋକାରୋ, ଆର୍‌ଏମଡି ସମେତ ରାଉରକେଲା ଇସ୍ପାତ କାରଖାନାର ତିନିଜଣ ଲେଖାଏଁ ବରିଷ୍ଠ ଅଧିକାରୀଙ୍କୁ ନିକୃଷ୍ଟ ପ୍ରଦର୍ଶନ ଆଧାରରେ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏହିକ୍ରମରେ ଆର୍‌ଏସ୍‌ପିରୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ତିନି ଜଣ ଅଧିକାରୀଙ୍କ ମଧ୍ୟରେ ଦୁଇ ଜଣ ମହାପ୍ରବନ୍ଧକ ଓ ଜଣେ ଉପ-ମହାପ୍ରବନ୍ଧକ ଅଛନ୍ତି।

ଏହି ଯୋଜନା ଏବେ ଶ୍ରମିକ ଓ ଅଧିକାରୀ ମହଲରେ ଆତଙ୍କ ସୃଷ୍ଟି କରିଛି।ଉଲ୍ଲେଖଯୋଗ୍ୟ, ଜଣେ ମହାପ୍ରବନ୍ଧକ ବିଓଡି ପ୍ଲାଣ୍ଟ୍‌ ଦୁର୍ନୀତିକୁ କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି)ର ନଜରକୁ ଆଣି ଚର୍ଚ୍ଚାରେ ଥିଲେ।

ଏହାପରେ ତାଙ୍କୁ ଉକ୍ତ ବିଭାଗରୁ ଅନ୍ୟ ବିଭାଗକୁ ବଦଳି କରାଯାଇଥିଲା।

ଏବେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଏହି ବାଧ୍ୟତାମୂଳକ ଅବସର, ଆର୍‌ଏସ୍‌ପି ଅଧିକାରୀ-କର୍ମଚାରୀ ମହଲରେ କୋକୁଆଭୟ ସୃଷ୍ଟି କରିଛି।

ଅଧିକାରୀଙ୍କ ପରେ ଶ୍ରମିକମାନଙ୍କ ପ୍ରଦର୍ଶନ ଆଧାରରେ ବାଧ୍ୟତାମୂଳକ ଅବସର ନିୟମ ଆସିବା ନେଇ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିଛି।

ଏହି ନିୟମ କମ୍ପାନିର ବହୁ ବରିଷ୍ଠ ଓ ଅଭିଜ୍ଞ କର୍ମଚାରୀଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ବିଶେଷକରି ରାଉରକେଲା ଇସ୍ପାତ କାରଖାନା ଭଳି ପ୍ରମୁଖ ୟୁନିଟ୍‌ଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ମଧ୍ୟରେ ଚାକିରି ହରାଇବାର ଭୟ ବଢ଼ିବାରେ ଲାଗିଛି।

ବିଭିନ୍ନ ଶ୍ରମିକ ସଂଗଠନ ଏହି ଯୋଜନାକୁ ତୀବ୍ର ବିରୋଧ କରୁଥିବା ଦେଖିବାକୁ ମିଳିଛି।Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।