Walking: ଦୈନନ୍ଦିନ ଚାଲିବା ଦ୍ୱାରା ମସ୍ତିଷ୍କ ରହେ ସୁସ୍ଥ

Oct 02, 2026 - 11:01
Walking: ଦୈନନ୍ଦିନ ଚାଲିବା ଦ୍ୱାରା ମସ୍ତିଷ୍କ ରହେ ସୁସ୍ଥ

"ପ୍ରତିଦିନ ସକାଳେ କିମ୍ବା ରାତିରେ ଚାଲିବା ଅଭ୍ୟାସ କରୁଛନ୍ତି କି?

ଆପଣଙ୍କ ଦୈନନ୍ଦିନର ପାଦଚଲା କେବଳ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଏହା ଆପଣଙ୍କ ମସ୍ତିଷ୍କ ପାଇଁ ମଧ୍ୟ ଲାଭଦାୟକ।

ସାଧାରଣ ଚାଲିବା ଅଭ୍ୟାସ ମଧ୍ୟ ଆପଣଙ୍କ ସ୍ନାୟୁଗତ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିଥାଏ।

ଚାଲିବାକୁ ଅନେକ କମ୍ ପରିଶ୍ରମର କାମ ବୋଲି ଭାବିଥାଆନ୍ତି, କିନ୍ତୁ ଯେତେବେଳେ ଆପଣ ଚାଲନ୍ତି, ସେତେବେଳେ ମସ୍ତିଷ୍କ ଭିତରେ ବହୁତ କିଛି କାର୍ଯ୍ୟ ଚାଲୁ ରହିଥାଏ।Advertisment Education: ବେଦାନ୍ତ ପକ୍ଷରୁ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ନ୍ୟୁରୋଲୋଜିଷ୍ଟଙ୍କ କହିବା ଅନୁଯାୟୀ, ଯେତେବେଳେ ଆପଣ ଚାଲନ୍ତି ଆପଣଙ୍କ ମସ୍ତିଷ୍କ ଏକ ସମୟରେ ଅନେକ କାମ କରିଥାଏ।

ଯେପରି ଆପଣଙ୍କ ଆଖି, କାନ, ମାଂସପେଶୀ ଓ ଗଣ୍ଠିରୁ ସୂଚନା ଗ୍ରହଣ କରିଥାଏ।

ପାଦ କେଉଁଠି ପଡ଼ିବ ତାହା ସ୍ଥିର କରିବା, ଭାରସାମ୍ୟ ରକ୍ଷା କରିବା ଓ ଗତି ନିୟନ୍ତ୍ରଣ କରିବାରେ ମସ୍ତିଷ୍କ କାମ କରେ।

ରାସ୍ତାରେ ହଠାତ୍ କିଛି ଆସିଗଲେ ତୁରନ୍ତ ପ୍ରତିକ୍ରିୟା ଦେବାରେ ସାହାଯ୍ୟ କରେ।

ଏହାଛଡ଼ା, ନିୟମିତ ଚାଲିବା ଦ୍ୱାରା ହୃତ୍‌ପିଣ୍ଡ ଭଲ ରହିବା ସହିତ ରକ୍ତଚାପ, ରକ୍ତ ଶର୍କରା ଓ ଓଜନ ନିୟନ୍ତ୍ରଣରେ ରହିଥାଏ।

ଏହି ସବୁ କାର୍ଯ୍ୟ ମସ୍ତିଷ୍କର ରକ୍ତନଳୀଗୁଡ଼ିକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

Neglect: ୨୦୬ କୋଟିର ପ୍ରକଳ୍ପ, ୨ ବର୍ଷ ପରେ ବି ୭ ଗାଁ ପାନୀୟ ଜଳରୁ ବଞ୍ଚିତ ଯେଉଁମାନେ ଦିନସାରା ବସି କାମ କରନ୍ତି ଓ ଶାରୀରିକ ପରିଶ୍ରମ କରନ୍ତି ନାହିଁ, ସେମାନେ ପ୍ରାୟତଃ ମାନସିକ କ୍ଳାନ୍ତି, ଏକାଗ୍ରତାର ଅଭାବ କିମ୍ବା ପୂର୍ବପରି ଚଞ୍ଚଳ ନ ରହିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି।

ତେଣୁ ଚାଲିବା ଦ୍ବାରା ଏହି ସବୁ ସମସ୍ୟା ଦୂର ହୋଇଥାଏ।

ପ୍ରତିଦିନ ଚାଲିବା ଦ୍ବାରା ସ୍ମରଣ ଶକ୍ତିରେ ଉନ୍ନତି ଆସିଥାଏ ଓ ନିଷ୍ପତ୍ତି ନେବା ଭଳି ଜ୍ଞାନଗତ କ୍ଷମତା ବୃଦ୍ଧି ପାଇଥାଏ।

ଏହା ଶିକ୍ଷା ଓ ସ୍ମୃତି ଶକ୍ତି ସହିତ ଜଡ଼ିତ ମସ୍ତିଷ୍କର କାର୍ଯ୍ୟକୁ ପ୍ରଭାବିତ କରିଥାଏ।

ଚାଲିବା ସିଧାସଳଖ ସ୍ମୃତିଶକ୍ତି ବଢ଼ାଇବା ସହିତ ଜଡ଼ିତ ନଥିଲେ ମଧ୍ୟ ବୟସ ବଢ଼ିବା ସଙ୍ଗେ ସଙ୍ଗେ ମସ୍ତିଷ୍କକୁ ସୁସ୍ଥ ରଖିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ଯଦି ଚାଲିବା ଶୈଳୀରେ ହଠାତ୍ ପରିବର୍ତ୍ତନ ହେତୁ ବାରମ୍ବାର ପଡ଼ିଯିବା କିମ୍ବା ଅସ୍ଥିରତା ଭଳି ସମସ୍ୟା ଦେଖାଦିଏ, ତେବେ ନ୍ୟୁରୋଲୋଜିଷ୍ଟଙ୍କ ପରାମର୍ଶ ନେବା ଉଚିତ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।