Death: ବାଇକ୍ ଧକ୍କାରେ ଆହତ ବୃଦ୍ଧଙ୍କ ମୃତ୍ୟୁ
"ପାରଳାଖେମୁଣ୍ଡି: କାଶୀନଗର ଥାନା ବୁଦୁରା ଛକ ନିକଟରେ ବାଇକ୍ ଧକ୍କାରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ଶୁକାରି ଡାଲେୟା (୭୬)ଙ୍କ ମୃତ୍ୟୁ ଘଟିଛି।
ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁହୋଇଥିବା ଜଣାପଡ଼ିଛି।Advertisment ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି ଗତ ୩୦ ତାରିଖ ସକାଳେ ଶୁକାରି ନିଜ ଚାଷଜମିକୁ ଯିବା ପାଇଁ ଘରୁ ବାହାରି ମନ୍ଦିର ବୁଲାଣି ନିକଟରେ ଛିଡ଼ା ହୋଇଥିଲେ।
ଏହି ସମୟରେ ସେହି ଗ୍ରାମର ରାମକୃଷ୍ଣ ଏକ ବାଇକ୍ରେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି।
ଧକ୍କାରେ ଶୁକାରି ଗୁରୁତର ଆହତ ହୋଇଥିଲେ।
ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ କାଶୀନଗର ଚିକିତ୍ସାଳୟ ଓ ପରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।
ଘଟଣାକୁ ନେଇ ପୁଲିସ ତଦନ୍ତ କରୁଥିବା ଜଣାପଡ଼ିଛି।
Omfed Milk: ଅକ୍ଟୋବର ୪ରୁ ବଢ଼ିବ ଓମଫେଡ୍ କ୍ଷୀର ଦର, ଲିଟର ପିଛା ମହଙ୍ଗା ହେବ ୨ରୁ ୪ ଟଙ୍କା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।