Wangchuk: ପୁଣି ୱାଙ୍ଗଚୁକ୍‌ ସକ୍ରିୟ: କେନ୍ଦ୍ର ସରକାରଙ୍କ ଆଗରେ ରଖିଲେ ସାଲିସ୍‌ ବିହୀନ ଦାବି

Aug 20, 2026 - 13:18
Wangchuk: ପୁଣି ୱାଙ୍ଗଚୁକ୍‌ ସକ୍ରିୟ: କେନ୍ଦ୍ର ସରକାରଙ୍କ ଆଗରେ ରଖିଲେ ସାଲିସ୍‌ ବିହୀନ ଦାବି

"ଲେହ: ଲଦାଖକୁ ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ଦୀର୍ଘ ଦିନ ହେଲା ଚାଲିଆସୁଥିବା ଆନ୍ଦୋଳନ ମଧ୍ୟରେ ଲେହ ଆପେକ୍ସ ବଡି (ଏଲ୍‌ଏବି) ଓ କାର୍ଗିଲ ଡେମୋକ୍ରାଟିକ୍ ଆଲାଏନ୍ସ (କେଡିଏ) ବୁଧବାର କହିଛନ୍ତି ଯେ, ସେମାନେ ଲଦାଖ ମୁଖ୍ୟ ସଚିବ ଆଶିଷ କୁନ୍ଦ୍ରାକୁ ଭେଟି ସେମାନଙ୍କର ସାଲିସ୍‌ ବିହୀନ (ନନ୍‌ ନେଗୋସିଏବଲ୍‌) ଦାବି ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଦାବି ରଖିଥିବା ଏହି ଗୋଷ୍ଠୀରେ ସାମାଜିକ କାର୍ଯ୍ୟକର୍ତ୍ତା ସୋନମ୍‌ ୱାଙ୍ଗଚୁକ୍‌ ମଧ୍ୟ ସାମିଲ ଥିଲେ।Advertisment ପୂରା ଦେଶରେ ଚର୍ଚ୍ଚାରେ ୱାଙ୍ଗଚୁକ୍‌ ବୁଧବାର ଲେହର ପ୍ରତିନିଧିମାନେ କେନ୍ଦ୍ର ସରକାରଙ୍କୁ ସମ୍ପୃକ୍ତ ପ୍ରସଙ୍ଗର ସୂଚୀ ପ୍ରଦାନ କରିଛନ୍ତି, ଯାହାକୁ ସେମାନେ ନନ୍‌ ନେଗୋସିଏବଲ୍‌ ବୋଲି କହିଛନ୍ତି।

ବୈଠକରେ ଲଦାଖ ସାଂସଦ ହନିଫା ଜାନ୍‌, କେଡିଏର ସହ ଅଧ୍ୟକ୍ଷ ସଜ୍ଜାଦ କର୍ଗିଲି, ଜଳବାୟୁ କର୍ମୀ ୱାଙ୍ଗଚୁକ୍, ଏଲ୍‌ଏବିର ସହ ଅଧ୍ୟକ୍ଷ ଚେରିଂ ଦୋର୍ଜେ ସମେତ ଅନ୍ୟ ଲୋକ ଉପସ୍ଥିତ ଥିଲେ।

ଏହାପୂର୍ବରୁ ଚଳିତ ବର୍ଷ ମେ ୨୨ରେ ଲଦାଖର ଏହି ସଙ୍ଗଠନ ଓ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟରେ ବୈଠକ ହୋଇଥିଲା।

ଦିଲ୍ଲୀର ଯନ୍ତରମନ୍ତରଠାରେ ୱାଙ୍ଗଚୁକ୍‌ ଛାତ୍ର ଆନ୍ଦୋଳନବେଳେ ଅନଶନ କରି ପୂରା ଦେଶରେ ଚର୍ଚ୍ଚାକୁ ଆସିଥିଲେ।

ୱାଙ୍ଗଚୁକ୍‌ ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଭେଟି କେନ୍ଦ୍ର ସରକାରଙ୍କ ସମ୍ମୁଖରେ ଏମିତି ଦାବି ରଖିଛନ୍ତି ଯେଉଁଥିରେ ବୁଝାମଣା କରାଯାଇପାରିବ ନାହିଁ।

ଲେହରେ କାର୍ଗିଲ ଡେମୋକ୍ରାଟିକ ଆଲାଏନ୍ସ, ଲେହ ଆପେକ୍ସ ବଡି ଓ ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା।

Security Barricades: ଇସଲାମାବାଦ ପରେ ଭାରତ ପାଳି: ପାକିସ୍ତାନ ହାଇକମିସନରୁ ସୁରକ୍ଷା ଘେରା ହଟାଇଲା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।