War: ୟୁକ୍ରେନ୍ ଯୁଦ୍ଧ ଶେଷ ପାଇଁ ମୋଦୀ-ଜିନ୍ପିଙ୍ଗ୍ଙ୍କ ସହାୟତା ପ୍ରସ୍ତାବକୁ ରୁଷ୍ର ସ୍ୱାଗତ
"ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧର ଅବସାନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହାୟତା ପ୍ରସ୍ତାବକୁ ରୁଷ୍ ସ୍ୱାଗତ କରିଛି।
ନୂଆଦିଲ୍ଲୀରେ ଚାଲିଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଏହି ଦୁଇ ନେତା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କୁ ଯୁଦ୍ଧ ଶେଷ କରିବା ପାଇଁ ନିଜ ନିଜର କୂଟନୈତିକ ସହଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିବା କ୍ରେମ୍ଲିନ୍ କହିଛି।Advertisment କ୍ରେମ୍ଲିନ୍ର ମୁଖପାତ୍ର ଦିମିତ୍ରି ପେସ୍କୋଭ୍ କହିଛନ୍ତି, ମୋଦୀ ଓ ଜିନ୍ପିଙ୍ଗ୍ ଉଭୟେ ପୁଟିନ୍ଙ୍କୁ ନିଜ ଦେଶର "ସଦିଚ୍ଛାପୂର୍ଣ୍ଣ ସହଯୋଗ" ଦେବାକୁ ପ୍ରସ୍ତାବ ଦେଇଛନ୍ତି।
ଏହାଦ୍ୱାରା ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଆଲୋଚନା ଆଗକୁ ବଢ଼ାଇବାରେ ଦୁଇ ଦେଶ ସହାୟକ ହୋଇପାରନ୍ତି।
ମୋଦୀଙ୍କ ପକ୍ଷରୁ ଏଭଳି ସହଯୋଗ ପ୍ରସ୍ତାବ ପୂର୍ବରୁ ମଧ୍ୟ ଦିଆଯାଇଥିବା ରୁଷ୍ ସୂଚନା ଦେଇଛି।
ଏହି ଘଟଣା ଏଭଳି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ରୁଷ୍-ୟୁକ୍ରେନ୍ ଶାନ୍ତି ଉଦ୍ୟମ ଆଗକୁ ବଢ଼ିପାରୁନାହିଁ।
ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକା ପକ୍ଷରୁ ଆଲୋଚନାର ରାସ୍ତା ଖୋଲିବାକୁ ପ୍ରୟାସ ହୋଇଥିଲେ ମଧ୍ୟ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ମୁଖ୍ୟ ପ୍ରସଙ୍ଗଗୁଡ଼ିକରେ ସହମତି ହୋଇପାରିନାହିଁ।
ଫଳରେ ଶାନ୍ତି ଆଲୋଚନା ଅଟକି ରହିଛି।
Shehzad Poonawalla : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଫଳ : ଶେହଜାଦ ପୁନାୱାଲା ପ୍ରକୃତ ସ୍ବେଚ୍ଛାଚାରୀ ହୋଇପାରିଲେନି ରୁଷ୍ ପକ୍ଷରୁ ଭାରତର ଭୂମିକାକୁ ନେଇ ମଧ୍ୟ ସକାରାତ୍ମକ ମନୋଭାବ ପ୍ରକାଶ କରାଯାଇଛି।
ମୋଦୀ ମଧ୍ୟ ପୁଟିନ୍ଙ୍କ ସହ ବୈଠକରେ ଯୁଦ୍ଧର ସମାଧାନ ପାଇଁ କୂଟନୀତି ଓ ଆଲୋଚନାକୁ ଗୁରୁତ୍ୱ ଦେଇଛନ୍ତି।
ଚୀନ୍ ମଧ୍ୟ ଯୁଦ୍ଧର ରାଜନୈତିକ ସମାଧାନ ପାଇଁ ଆଲୋଚନା ପକ୍ଷରେ ରହିଛି।
ବ୍ରିକ୍ସ ସମ୍ମିଳନୀରେ ମୋଦୀ, ଜିନ୍ପିଙ୍ଗ୍ ଓ ପୁଟିନ୍ଙ୍କ ଏକାଠି ଆଲୋଚନା ଏହି ପ୍ରସଙ୍ଗରେ ଗୁରୁତ୍ୱ ବହନ କରିଛି।
ରୁଷ୍ ଆଶା କରୁଛି, ଯୁଦ୍ଧ ଶେଷ ପାଇଁ କୂଟନୈତିକ ପ୍ରୟାସରେ ଭାରତ ଓ ଚୀନ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।