War: ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଟ୍ରମ୍ପଙ୍କୁ ଅନୁରୋଧ କଲେ ଜେଲେନସ୍କି
"ନ୍ୟୁୟର୍କ: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ସହିତ ଏକ ଶକ୍ତି ଅସ୍ତ୍ରବିରତି ପ୍ରସ୍ତାବ ଦେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଏକ ତ୍ରିପାକ୍ଷିକ ବୈଠକ ଆୟୋଜନ କରିବାକୁ ଅନୁରୋଧ କରିଛନ୍ତି।
ଯୁଦ୍ଧକୁ ରୋକିବା ପାଇଁ ସମ୍ବେଦନଶୀଳ ପ୍ରସଙ୍ଗ ଗୁଡ଼ିକର ସମାଧାନ କରିବା ପାଇଁ ସେ କହିଛନ୍ତି।
ନ୍ୟୁୟର୍କରେ ଜାତିସଂଘ ସାଧାରଣ ପରିଷଦ ଅଧିବେଶନରେ ଯୋଗଦେବାକୁ ଆସି ଟ୍ରମ୍ପଙ୍କୁ ଭେଟିବା ପରେ ଜେଲେନସ୍କି ଏହି ମନ୍ତବ୍ୟ ଦେଇଛନ୍ତି।
ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ, ଯୁଦ୍ଧ ଶେଷ କରିବା ପ୍ରାଥମିକତା।
ୟୁକ୍ରେନ ଏନେଇ ପ୍ରସ୍ତୁତ।
ଜେଲେନସ୍କି କହିଛନ୍ତି, ୟୁକ୍ରେନ ଏକ "ଶକ୍ତି ଅସ୍ତ୍ରବିରତି" ପାଇଁ ପ୍ରସ୍ତୁତ।
ଏହା ଅନ୍ତର୍ଗତ ରୁଷ ୟୁକ୍ରେନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ କରିବାରୁ ନିବୃତ୍ତ ରହିବ।
ଯଦି ସେମାନେ ଆମର ଶକ୍ତି ବ୍ୟବସ୍ଥା, ଆମର ବିଦ୍ୟୁତ୍, ଗରମ ଏବଂ ଜଳ ଯୋଗାଣ ଉପରେ ଆକ୍ରମଣ ନ କରନ୍ତି, ତେବେ ଆମେ ଶକ୍ତି ଅସ୍ତ୍ରବିରତି ପାଇଁ ପ୍ରସ୍ତୁତ।
ଆମେରିକୀୟ ପକ୍ଷ ଏହି ପ୍ରସ୍ତାବକୁ ରୁଷକୁ ଜଣାଇବେ।
ତେବେ ଏହି ପ୍ରସ୍ତାବ ଉପରେ ମସ୍କୋର ସ୍ଥିତି କ"ଣ ରହିଛି ତାହା ସେ ଜାଣି ନଥିବା କହିଛନ୍ତି।
ତେବେ ଯେକୌଣସି ଅନ୍ତିମ ସମାଧାନ ଭାବରେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଆବଶ୍ୟକ ବୋଲି ସେ କହିଛନ୍ତି।Advertisment ୟୁକ୍ରେନ ଏକ "ଶକ୍ତି ଅସ୍ତ୍ରବିରତି" ପାଇଁ ପ୍ରସ୍ତୁତ:ଜେଲେନସ୍କି ୟୁକ୍ରେନୀୟ ରାଷ୍ଟ୍ରପତି ଆଗାମୀ ଶୀତ ଋତୁ ପାଇଁ ପ୍ରସ୍ତୁତି ଉପରେ ମଧ୍ୟ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଏହି ସମୟ କଷ୍ଟକର ହେବ।
ତେଣୁ ଶୀତ ଋତୁ ପୂର୍ବରୁ ଆଲୋଚନା ପାଇଁ ପଦକ୍ଷେପ ନିଆଯିବା ଉଚିତ୍।
ୟୁକ୍ରେନ ଶୀତ ଋତୁ ପୂର୍ବରୁ ଆମେରିକାକୁ ଦୁଇଟି ଜିନିଷ ମାଗିଥିଲା।
ସେଥିମଧ୍ୟରେ ପାଟ୍ରିଅଟ୍ କ୍ଷେପଣାସ୍ତ୍ରର ଏକ ପ୍ୟାକେଜ୍ ଏବଂ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଉତ୍ପାଦନ ପାଇଁ ଲାଇସେନ୍ସ ରହିଛି।
ୟୁକ୍ରେନ, ରୁଷ ଏବଂ ଆମେରିକାର ନେତାମାନଙ୍କୁ ନେଇ ଏକ ବୈଠକ ଆୟୋଜନ କରିବା ଟ୍ରମ୍ପଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମ୍ଭାବ୍ୟ ପଦକ୍ଷେପ ହେବ।
ମୁଁ ଭାବୁଛି ରାଷ୍ଟ୍ରପତି ଟ୍ରମ୍ପ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇପାରିବେ।
ସେ ଏକ ବେ କରିପାରିବେ।
ସେ ପୁଟିନଙ୍କ ଉପରେ ଚୀନ୍ର ପ୍ରଭାବକୁ ଇଙ୍ଗିତ କରି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଯୋଗାଯୋଗ କରିବାକୁ ଟ୍ରମ୍ପଙ୍କୁ ଅନୁରୋଧ କରିଛନ୍ତି।
ଯାହାଦ୍ବାରା ରୁଷ ଉପରେ ଚାପ ପକାଯାଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
Police Encounter: ସ୍ତ୍ରୀ, ଦୁଇ ପୁରୋହିତ ଓ ପୁଅକୁ ମାରିଲା, ଶେଷରେ ଏନକାଉଣ୍ଟରରେ ଜୀବନ ଗଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।