Water Problem: ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା, ରାସ୍ତା ଉପରେ ଗରା ମାଠିଆ ରଖି କଲେ ଅବରୋଧ
ଅଚଳ ବସୁଧା ଯୋଜନା, ପାଣି ପାଇଁ ରାସ୍ତାକୁ ଓହ୍ଲାଇଲେ ମହିଳା।
ଗରା, ମାଠିଆ ଧରି କୁଶକଳା-ରାଉରକେଲା ରାସ୍ତା ଅବରୋଧ କଲେ ଶତାଧିକ ମହିଳା।
ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଲା ଶତାଧିକ ଗାଡ଼ି ମୋଟର।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ଗାଁରେ।
ଗାଁର ୩୦୦ରୁ ଅଧିକ ପରିବାର ପାଇଁ ସରକାରଙ୍କ ବସୁଧା ଯୋଜନାରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା।
ପ୍ରାୟ ୩ ବର୍ଷ ଧରି ଏହି ପ୍ରକଳ୍ପରୁ ଲୋକେ ପାଣି ପାଉଥିଲେ।
Advertisment ହେଲେ ଗତ କିଛି ମାସ ହେବ ପ୍ରକଳ୍ପ ଅଚଳ ହୋଇପଡ଼ିଥିବାରୁ ପାଇପ୍ ରେ ଆଉ ପାଣି ଆସୁନାହିଁ।
ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇ ମଧ୍ୟ କୌଣସି ସୁଫଳ ମିଳିନଥିଲା।
ଶେଷରେ ବାଧ୍ୟ ହୋଇ ଗ୍ରାମର ମହିଳାମାନେ ଆଜି ସକାଳୁ ରାସ୍ତା ଅବରୋଧ କରିଥିଲେ।
ଏହାଦ୍ୱାରା କୁଶକଳା-ରାଉରକେଲା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ତେବେ ରାସ୍ତା ଅବରୋଧ ପରେ ସ୍ଥାନୀୟ ବିଡିଓ ବସୁଧା ପ୍ରକଳ୍ପର ମରାମତି କରି ଯଥାଶୀଘ୍ର ଏହାକୁ ସଚଳ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।
ଏହାପରେ ରାସ୍ତା ଅବରୋଧ ହଟିଥିବା ସୂଚନା ମିଳିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।