Water storage: ହୀରାକୁଦ ବୁଢ଼ା ହେଲାଣି, ହେଲେ ଦୁର୍ବଳ ନୁହେଁ: କମିଛି ଜଳଧାରଣ କ୍ଷମତା
"ସମ୍ବଲପୁର: ୭୫ ବର୍ଷର ହୀରାକୁଦ ନଦୀବନ୍ଧକୁ ନେଇ ଚିନ୍ତାର କୌଣସି କାରଣ ନାହିଁ।
ବୁଢ଼ା ହୋଇଥିଲେ ସୁଦ୍ଧା ଏହାର ମୂଳ ଗଠନ ମଜଭୁତ ରହିଛି।
ଡ୍ୟାମ୍ର ସୁରକ୍ଷା, ଜଳସେଚନ ଓ ବନ୍ୟା ନିୟନ୍ତ୍ରଣରେ ଏହାର ଭୂମିକା ସମ୍ପର୍କରେ ହୀରାକୁଦରେ ଆୟୋଜିତ ବନ୍ଧ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।
ଇଞ୍ଜିନିୟରିଂ ଚିଫ୍ (ପ୍ଲାନିଂ ଆଣ୍ଡ ଡିଜାଇନିଂ) ସୁଶୀଲ ବେହେରା କହିଥିଲେ, ସାଧାରଣତଃ ପ୍ରତ୍ୟେକ ନଦୀବନ୍ଧ ୧୦୦ ବର୍ଷର ଆୟୁଷକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଥାଏ।
ହୀରାକୁଦ ଡ୍ୟାମ୍କୁ ୭୫ ବର୍ଷ ହୋଇଛି ସତ, କିନ୍ତୁ ଏହା ଦୁର୍ବଳ ହୋଇନାହିଁ।
ଏହାର ଷ୍ଟ୍ରକ୍ଚର୍ ସମ୍ପୂର୍ଣ୍ଣ ଠିକ୍ ରହିଛି ଏବଂ ଡ୍ୟାମ୍କୁ ନେଇ କୌଣସି ବିପଦ ନାହିଁ।
ଅବଶ୍ୟ ପଟୁମାଟି ଜମା ହେବା ଫଳରେ ଜଳଭଣ୍ଡାରର ଜଳଧାରଣ କ୍ଷମତା କମିଛି।
ତେବେ ପୂର୍ବରୁ ଯେତେ ପରିମାଣର ପଟୁମାଟି ଜମା ହେଉଥିଲା, ବର୍ତ୍ତମାନ ସେତେ ଜମା ହେଉନାହିଁ।
Advertisment CJP: ସାମ୍ବାଦିକ, ସିଜେପି ନେତାଙ୍କ ବିରୋଧରେ ଜାତିଆଣ ଟିପ୍ପଣୀ, ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଏସିପି ଭାକ୍ରା ଡ୍ୟାମ୍ରେ ପଟୁମାଟି ହଟାଇବା କାର୍ଯ୍ୟ ଚାଲିଥିବାରୁ ଓଡ଼ିଶାର ଏକ ଟିମ୍ ସେଠାରେ ଏହି କାର୍ଯ୍ୟର ସମୀକ୍ଷା କରିଛି।
ସବୁକିଛି ଅନୁକୂଳ ରହିଲେ ହୀରାକୁଦ ଜଳଭଣ୍ଡାରରୁ ମଧ୍ୟ ପଟୁମାଟି ହଟାଇବା କାର୍ଯ୍ୟ କରାଯାଇପାରିବ।
ଡ୍ୟାମ୍ର ସୁରକ୍ଷା ପାଇଁ ପ୍ରତିବର୍ଷ ୧୨ଟି ଗେଟ୍ର ମରାମତି କରାଯାଉଛି।
ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାର ଜରିଆରେ ଖରିଫ ଋତୁରେ ୨ ଲକ୍ଷ ହେକ୍ଟର ଓ ରବି ଋତୁରେ ଦେଢ଼ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳୁଛି।
ହୀରାକୁଦ ଡ୍ୟାମ୍ ନ ଥିଲେ ଚଳିତବର୍ଷ ମୁଣ୍ଡଳିରେ ବନ୍ୟା ସ୍ଥିତି ଆହୁରି ଭୟାବହ ହୋଇଥାଆନ୍ତା।
ବନ୍ୟା ନିୟନ୍ତ୍ରଣ, ଜଳସେଚନ, କାରଖାନାକୁ ଜଳଯୋଗାଣ, ମାଛଚାଷ ଓ ବିଦ୍ୟୁତ୍ ଉତ୍ପାଦନ ଭଳି ଉଦ୍ଦେଶ୍ୟ ପୂରଣରେ ହୀରାକୁଦ ଡ୍ୟାମ୍ ସଫଳ ହୋଇଛି ବୋଲି ଶ୍ରୀ ବେହେରା କହିଥିଲେ।
କମିଛି ଜଳଧାରଣ କ୍ଷମତା୫୦% ଫାଟ ମରାମତି ସରିଛି, ବାକି ଏ ବର୍ଷ ସରିବ ମହାନଦୀ ଅବବାହିକାର ମୁଖ୍ୟଯନ୍ତ୍ରୀ ପ୍ରତାପ ଚୌଧୁରୀ କହିଥିଲେ, ଡ୍ୟାମ୍ର ଅପରେସନ୍ ଗ୍ୟାଲେରିରେ ଥିବା ଫାଟଗୁଡ଼ିକର ୫୦ ପ୍ରତିଶତ ମରାମତି ହୋଇସାରିଛି।
ଅବଶିଷ୍ଟ ଫାଟର ମରାମତି ପାଇଁ ଆଇଆଇଟି ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି।
ଖୁବ୍ଶୀଘ୍ର ବିଶେଷଜ୍ଞ ଟିମ୍ ଆସିବେ ଏବଂ ଚଳିତବର୍ଷ ମଧ୍ୟରେ ଫାଟ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।
ଡ୍ୟାମ୍ର ଦୁଇଟି ଗେଟ୍ରେ ସାମାନ୍ୟ ଲିକ୍ ଥିବା ବେଳେ ଅନ୍ୟ ଗେଟ୍ଗୁଡ଼ିକ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଛି।
ଏଥିଯୋଗୁଁ କୌଣସି ସମସ୍ୟା ନାହିଁ।
୫୨ ନମ୍ବର ଗେଟ୍ରେ ମଧ୍ୟ ବିଶେଷ ସମସ୍ୟା ନଥିବା ସେ ସ୍ପଷ୍ଟ କରିଥିଲେ।
କେନ୍ଦ୍ର ସରକାରଙ୍କ ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଜାତୀୟ ଓ ରାଜ୍ୟ ବନ୍ଧ ସୁରକ୍ଷା କର୍ତ୍ତୃପକ୍ଷଙ୍କ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭିସୁଟ୍ କୁଳପତି ପ୍ରଫେସର ଦୀପକ ସାହୁ ଓ ଏସ୍ଏମ୍ସି କମିସନର୍ ରେହାନ ଖତ୍ରୀ ଯୋଗ ଦେଇ ହୀରାକୁଦ ଡ୍ୟାମ୍ର ସୁରକ୍ଷା ଓ ଜନସଚେତନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
Rahul Gandhi: ଅଙ୍କିତା ଭଣ୍ଡାରୀ ପରିବାରକୁ ଭେଟିଲେ ରାହୁଲ-ପ୍ରିୟଙ୍କା ଡ୍ୟାମ୍ର ସୁରକ୍ଷା ସହ ଏହା ନିକଟରେ ରହୁଥିବା ଗ୍ରାମବାସୀ, ଚାଷୀ, ବିଦ୍ୟାର୍ଥୀ ଓ ପରିବାରଗୁଡ଼ିକ ମଧ୍ୟରେ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବନ୍ଧ ସୁରକ୍ଷା ଅଧିନିୟମ, ୨୦୨୧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ଚେତାବନୀ ବ୍ୟବସ୍ଥା, ଜରୁରିକାଳୀନ ସ୍ଥିତିରେ ସୁରକ୍ଷିତ ସ୍ଥାନକୁ ଯିବା, ଆନୁଷ୍ଠାନିକ ନିର୍ଦ୍ଦେଶ ପାଳନ ଓ ଜୀବନରକ୍ଷା ସମ୍ପର୍କରେ ବୁଝାଯାଇଥିଲା।
ଏହି ଅବସରରେ "ହୀରାକୁଦ-ସୁରକ୍ଷିତ ଓ ନିରାପଦ ଡ୍ୟାମ୍" ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ରsta ପ୍ରଦର୍ଶନ ଓ ପଥପ୍ରାନ୍ତ ନାଟକ ମଞ୍ଚସ୍ଥ ହୋଇଥିଲା।
ଓଡ୍ରାଫ୍ ପକ୍ଷରୁ ମଧ୍ୟ ଲୋକଙ୍କୁ ସଚେତନ କରାଯାଇଥିଲା।
ଇଂ.
ଜ୍ୟୋତିର୍ମୟ ବେହେରା ହୀରାକୁଦ ଡ୍ୟାମ୍ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।
ଏଥିସହ ଡ୍ୟାମ୍ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ବିଦ୍ୟାର୍ଥୀମାନେ ଭାଗ ନେଇଥିଲେ।
ଡ୍ୟାମ୍ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।