15 OCTOBER 2026

Welcome!

Unlock your personalized experience.
Sign Up

Forests and hill: ବଣପାହାଡ଼ ମଧ୍ୟରେ ବିତୁଛି ଜୀବନ: ଦୃଷ୍ଟି ଆଢୁଆଳରେ ରାଜସ୍ବ ଗାଁ ତାମୁଣ୍ତି, ଭିରୁଡ଼ା

Oct 15, 2026 - 09:25
Forests and hill: ବଣପାହାଡ଼ ମଧ୍ୟରେ ବିତୁଛି ଜୀବନ: ଦୃଷ୍ଟି ଆଢୁଆଳରେ ରାଜସ୍ବ ଗାଁ ତାମୁଣ୍ତି, ଭିରୁଡ଼ା

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ରାଜସ୍ବ ଗାଁ ତାଲିକାରେ ରହିଛି ନାଁ। ହେଲେ ଗାଁର ବିକାଶ ପ୍ରତି କାହାର ନିଘା ନାହିଁ। ପାହାଡ଼ ତଳକୁ ଆସିଲେ ଭତ୍ତା ଓ ରାସନ ମିଳେ। ଯାତାୟାତ ପାଇଁ କୌଣସି ସୁବିଧା ନଥିବାରୁ ଅତି ଜରୁରି କାମ ନଥିଲେ ମାସରେ କେବଳ ଥରୁଟିଏ ପାହାଡ଼ରୁ ଓହ୍ଲାନ୍ତି ଗ୍ରାମବାସୀ। ନିର୍ବାଚନ ଆସିଲେ ଲୋକଙ୍କ ଭଲମନ୍ଦ କଥା ମନେ ପକାନ୍ତି ନେତା। ବର୍ଷବର୍ଷ ଧରି ଏପରି ଅଭିଶପ୍ତ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଚଡ଼େୟାପଲ୍ଲୀ ପଞ୍ଚାୟତର ତାମୁଣ୍ତି ଓ ଭିରୁଡ଼ା ଗ୍ରାମବାସୀ। ଏହି ଗାଁକୁ ଯିବାକୁ ହେଲେ ପ୍ରାୟ ୬କିମି ଅଙ୍କାବଙ୍କା ରାସ୍ତାର ୩ଟି ପାହାଡ଼ ଚଢ଼ିବାକୁ ପଡ଼ିଥାଏ। ବାହ୍ୟ ଜଗତର ଚାକଚକ୍ୟ ପରିବେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ଏହି ଗ୍ରାମର ଅଧିବାସୀଙ୍କ ଜୀବନ ଜୀବିକା ନିଆରା। ଜଙ୍ଗଲରୁ ଯାହା ସଂଗ୍ରହ କରନ୍ତି ସେଥିରେ ନିଜର ଜୀବିକା ନିର୍ବାହ କରିଥାନ୍ତି। 

Northeast Monsoon: ଉତ୍ତରପୂର୍ବ ମୌସୁମୀ ଆଗମନ ପାଇଁ ପାଗ ଅନୁକୂଳ

ତାମୁଣ୍ତି ଗ୍ରାମରେ ପ୍ରାୟ ୮ରୁ ୧୦ ପରିବାର ବସବାସ କରୁଥିବା ବେଳେ ଭିରୁଡ଼ାରେ ପ୍ରାୟ ୧୦ରୁ ୧୨ ପରିବାର ବସବାସ କରିଥାନ୍ତି। ବଡ଼କଥା ହେଉଛି ଦଶପଲ୍ଲାରେ ଥିବା ସମୁଦାୟ ୪୧୬ଟି ରାଜସ୍ବ ଗ୍ରାମ ମଧ୍ୟରେ ଏହି ଦୁଇ ଗ୍ରାମ ରହିଛି। ଗ୍ରାମ ଦୁଇଟି ପାହାଡ଼ ଉପରେ ଥିବାରୁ କାହାରି ଆନ୍ତରିକତା ପ୍ରକାଶ ପାଉ ନଥିବା ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସତେ ଯେପରି ଏମାନଙ୍କ ପାଇଁ ଅପହଞ୍ଚ। ରାସ୍ତା ନଥିବାରୁ ସରକାରୀ ଯୋଜନା ଏଠାରେ ପହଞ୍ଚି ପାରେନି। ଗାଁରେ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ଗ୍ରାମବାସୀଙ୍କ ଉଦ୍ୟମରେ ହୋଇଥିବା ପଥର କୂଅ ଏକମାତ୍ର ଭରସା।

Khimji Jewellers: ଖିମଜୀ ଜୁଏଲର୍ସର ‘ରୌନକ ହୈ ତୁମସେ’ ଅଫର

ଗ୍ରୀଷ୍ମଦିନେ ତାହା ନିଅଣ୍ଟ। ବିଜୁଳି ଆଲୋକ ସାତସପନ ପାଲଟିଛି। ବିଭିନ୍ନ ସଂସ୍ଥା ପକ୍ଷରୁ ସୌର ପ୍ରକଳ୍ପ ମିଳିଥିବା ବେଳେ ତାହା ଠିକ୍ ଭାବେ କାମରେ ଆସୁନାହିଁ। ଗ୍ରାମବାସୀଙ୍କ ପାଇଁ ଡିବିରି ଆଲୁଅ ଏକମାତ୍ରା ସାହାରା। ପ୍ରାୟ ୩ ବର୍ଷହେବ କିରାସିନି ଯୋଗାଣ ବନ୍ଦ ହେତୁ ସଞ୍ଜ ନଇଁଲେ ଗାଁରେ ତାଟି କବାଟ ପଡୁଛି। ଗ୍ରାମର ଛାତ୍ରଛାତ୍ରୀଙ୍କ ଶିକ୍ଷାଲାଭ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅଲଗା। ଦୈନିକ ୩ଟି ପାହାଡ଼ ଖସି ହନୁମନ୍ତକୁ ଆସିବା ସମ୍ଭବ ହେଉନାହିଁ। ଫଳରେ ପାଠ ପଢ଼ିବାକୁ ହେଲେ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହିବାକୁ ପଡୁଛି। କୌଣସି ଜରୁରି କାର୍ଯ୍ୟ ପଡ଼ିଲେ ପାହାଡ଼ ତଳକୁ ଆସିଥାନ୍ତି। ନଚେତ୍ ମାସକୁ ଥରେ ଭତ୍ତା ଓ ରାସନ ପାଇଁ ଆସନ୍ତି। ଏ ନେଇ ପଞ୍ଚାୟତର ସରପଞ୍ଚଙ୍କ କହିବା କଥା, ଏହି ଗାଁକୁ ରାସ୍ତା ପାଇଁ ଜଙ୍ଗଲ ବାଧକ ସାଜୁଛି। ଆମେ  ଦରଖାସ୍ତ ଲେଖି ବିଧାୟକଙ୍କ ଦ୍ବାରା ବନଖଣ୍ତ ଅଧିକାରୀଙ୍କୁ ଦେଉଛୁ। ବିଡିଓ ଶରତ କୁମାର ମଲିକ କହିଛନ୍ତି, କିଭଳି ରାସ୍ତା ନିର୍ମାଣ ହୋଇପାରିବ ସେ ଦିଗରେ ଗୁରୁତ୍ବ ଦିଆଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।