waterlogged: ବ୍ୟାଙ୍କ କଲୋନୀ ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲ୍ଲାପାଳ
"ଛତ୍ରପୁର: ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁଁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।
ବିଭିନ୍ନ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ ବ୍ୟାଙ୍କ କଲୋନୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।Advertisment ଆହୁରି ପଢନ୍ତୁ :Old japanese bodybuilder: ଶାକାହାରୀ ଖାଦ୍ୟରେ ଗଢ଼ିଛନ୍ତି ଫିଟନେସ୍ ସାମ୍ରାଜ୍ୟ, ୯୦ ବର୍ଷରେ ଜିତିଲେ ୧୯ତମ ଜାତୀୟ ଟାଇଟଲ୍ ପରିଦର୍ଶନ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲାପାଳଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ।
ବିଶେଷକରି ବ୍ୟାଙ୍କ କଲୋନୀରୁ ତାମ୍ପରାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଲାଗି ଜମି ସମସ୍ୟା ଯୋଗୁଁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଅସୁବିଧା ଭୋଗୁଥିବା ନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ପ୍ଲଟିଂ କରିଥିବା ଜମି ବ୍ୟବସାୟୀ ଜଣକ ରାସ୍ତା ନିର୍ମାଣ ପାଇଁ ଆବଶ୍ୟକ ଜମି ହସ୍ତାନ୍ତର କରୁନଥିବାରୁ ସମସ୍ୟା ଉପୁଜିଥିବା ଅଞ୍ଚଳବାସୀ ଅଭିଯୋଗ କରିଥିଲେ।
ଆହୁରି ପଢନ୍ତୁ :Airstrikes: ଆଫଗାନ୍ ସୀମାରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୧୦ଟି ଆଡ୍ଡା ଧ୍ୱଂସ ଏହାସହ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମା ହୋଇଥିବା ଅତ୍ୟଧିକ ବର୍ଷାଜଳ ନିଷ୍କାସନ ପାଇଁ ଅଗସ୍ତି ନୂଆଗାଁ ନିକଟରେ ଆବଶ୍ୟକ ଗେଟ୍ ବ୍ୟବସ୍ଥା କରି ଜଳକୁ ଋଷିକୁଲ୍ୟା ନଦୀକୁ ନିଷ୍କାସନ କରିବାକୁ ଜଳସେଚନ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଆହୁରି ପଢନ୍ତୁ :Table Tennis: ଟିଟି: ଶ୍ରୀଜା-ସିଣ୍ଡ୍ରେଲା, ଯଶସ୍ବିନୀ-ଦିୟା, ମନୁଷ ଆଗେଇଲେ ପ୍ଲଟିଂ ସମ୍ପର୍କିତ ଜମି ସମସ୍ୟାର ସମାଧାନ ପାଇଁ ତହସିଲଦାର, ଆର୍ଆଇ, ଜଳସେଚନ ବିଭାଗୀୟ ଅଧିକାରୀ ଓ ସମ୍ପୃକ୍ତ ଜମି ବ୍ୟବସାୟୀଙ୍କୁ ନେଇ ତୁରନ୍ତ ବୈଠକ କରିବାକୁ ଜିଲ୍ଲାପାଳ କହିଥିଲେ।
ଏଭଳି ଅନିୟମିତତା ଅନ୍ୟ କୌଣସି ସ୍ଥାନରେ ହୋଇଥିଲେ ତାହା ଚିହ୍ନଟ କରି ନିୟମାନୁସାରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଛତ୍ରପୁର ତହସିଲଦାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।
ଜମି ସମ୍ପର୍କିତ ବିବାଦରେ ଆଇନଗତ ପଦକ୍ଷେପ ନେବାକୁ ମଧ୍ୟ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଥିଲେ।
ଆହୁରି ପଢନ୍ତୁ :Bus Fire: ମୁମ୍ବାଇ-ପୁଣେ ଏକ୍ସପ୍ରେସ୍ୱେରେ ବସ୍ରେ ନିଆଁ: ଡ୍ରାଇଭରଙ୍କ ଯୋଗୁ ରକ୍ଷା ପାଇଲେ ୧୪ ଯାତ୍ରୀ ଜିଲ୍ଲାପାଳଙ୍କ ସହ ପରିଦର୍ଶନ ସମୟରେ ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ପୌରପରିଷଦ ଉପାଧ୍ୟକ୍ଷ ଜି.
ପାପା ରାଓ, ସ୍ଥାନୀୟ କାଉନସିଲର ପ୍ରୀତି ଛନ୍ଦା ସାମଲ, ଆର୍ଆଇ ଓ ଜଳସେଚନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।