Wayanad is heating up: ଉତ୍ତପ୍ତ ହେଉଛି ୱାୟନାଡ଼
ଥଣ୍ଡାଳିଆ ଜଳବାୟୁ ଓ କୁହୁଡ଼ିଆ ପାହାଡ଼ ଥିବା କେରଳର ୱାୟନାଡ଼ ଜିଲ୍ଲାରେ ଉତ୍ତାପ ବଢ଼ିଲାଣି।
ଏଥିଯୋଗୁଁ ଜିଲ୍ଲାର ପରିସଂସ୍ଥା ଓ କୃଷି ଉପରେ ଖରାପ ପ୍ରଭାବ ପଡ଼ିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।
ସେଠାରେ ଉତ୍ତାପ ତ ବଢୁଛି, ପୁଣି ବର୍ଷା ଓ ଖରା ପାଗରେ ଠିକ୍ଠିକଣା ରହୁନାହିଁ।
ଏଭଳି ପାଣିପାଗ ବଣଜଙ୍ଗଲ, ଜଳ ଉତ୍ସ ଓ କୃଷିକ୍ଷେତ୍ର ପାଇଁ ଆଦୌ ଭଲ ନୁହେଁ।
Advertisment Israel: ଇସ୍ରାଏଲରେ ଆଜି ମତଦାନ: ନେତାନ୍ୟାହୁଙ୍କ ପାଇଁ ବଡ଼ ଚାଲେଞ୍ଜ ଏ ବର୍ଷ ସେପ୍ଟେମ୍ବର ୧ରୁ ୧୭ ତାରିଖ ଭିତରେ ୱାୟନାଡ଼ର ହାରାହାରି ଉତ୍ତାପ ଥିଲା ୨୯.୨ ଡିଗ୍ରି ସେଲ୍ସିୟସ୍।
୨୦୨୩ ମସିହାରେ ଏହି ସମୟରେ ସେଠାକାର ଉତ୍ତାପ ଥିଲା ୨୭.୩ ଡିଗ୍ରି ସେଲ୍ସିୟସ୍।
କଲ୍ପଟ୍ଟାରେ ଥିବା ହ୍ୟୁମ୍ ସେଣ୍ଟର୍ ଫର୍ ଇକୋଲୋଜି ଆଣ୍ଡ୍ ୱାଇଲ୍ଡ୍ଲାଇଫ୍ ବାୟୋଲୋଜିରୁ ଏକଥା ଜଣାପଡ଼ିଛି।
ଏବର୍ଷ ସେପ୍ଟେମ୍ବର ୧୧ରୁ ୧୭ ତାରିଖ ମଧ୍ୟରେ ସାତଦିନ ଧରି ସେଠାରେ ଉତ୍ତାପ ୩୦ ଡିଗ୍ରି ଉପରେ ରହିଥିଲା।
ସେପ୍ଟେମ୍ବର ୧୫ ତାରିଖ ଦିନ ସେଠାକାର ଉତ୍ତାପ ହୋଇଯାଇଥିଲା ୩୦.୭ ଡିଗ୍ରି ସେଲ୍ସିୟସ୍।
ଏବର୍ଷ ଏପ୍ରିଲ୍ ୧୮ ତାରିଖ ଦିନ ୱାୟନାଡ଼ ଜିଲ୍ଲାରେ ସବୁଠୁ ଅଧିକ ଉତ୍ତାପ ରେକର୍ଡ କରାଯାଇଥିଲା।
ଉତ୍ତାପ ପରିମାଣ ଥିଲା ୩୪.୪ ଡିଗ୍ରି ସେଲ୍ସିୟସ୍।
ହ୍ୟୁମ୍ ସେଣ୍ଟର୍ର ନିର୍ଦ୍ଦେଶକ ସି.
କେ.
ବିଷ୍ଣୁଦାସ ସାବଧାନ କରାଇ କହିଛନ୍ତି ଯେ ବଢ଼ି ଚାଲିଥିବା ଉତ୍ତାପ ୱାୟନାଡ଼ର ବଣଜଙ୍ଗଲ, ପରିସଂସ୍ଥା ସନ୍ତୁଳନ ଓ କୃଷି ଉପରେ ମନ୍ଦ ପ୍ରଭାବ ପକାଇବ।
ଭୂତଳ ଜଳସ୍ତର ବି ଖୁବ୍ ଶୀଘ୍ର କମିଯିବ।
ଜଳବାୟୁ ଧାରା ବଦଳିଯାଉଥିବାରୁ କଫିଚାଷ ଉପରେ ଅଧିକ ମନ୍ଦ ପ୍ରଭାବ ପଡ଼ିବ।
ଫୁଲ ଫୁଟିବା ଓ ଫଳ ଧରିବା ବେଳେ କଫିଗଛ ଯେତିକି ବର୍ଷା ଦରକାର କରେ ସେତିକି ଖରା ଦରକାର କରେ।
କଫିଗଛରେ ଡିସେମ୍ବରରୁ ଫେବ୍ରୁଆରି ମାସ ଭିତରେ ଫୁଲ ଫୁଟେ।
ଏବର୍ଷ ସେପ୍ଟେମ୍ବର ମାସରେ କଫିଗଛରେ ଫୁଲ ଫୁଟିଲାଣି।
ଏଲ୍ନିନୋ କାରଣରୁ ଜଳବାୟୁ ବଦଳିଯାଉଛି।
ତେଣୁ ଅବେଳରେ କଫିଗଛରେ ଫୁଲ ଫୁଟୁଛି ବୋଲି ବିଷ୍ଣୁଦାସ କହିଛନ୍ତି।
କିନ୍ତୁ, ବର୍ଷେ ଏଭଳି ହୋଇଗଲେ ଜଳବାୟୁ ଧାରା ବଦଳିଗଲା ବୋଲି କହିବା ଠିକ୍ ହେବନାହିଁ।
ଏଥିପାଇଁ ପରୀକ୍ଷାନିରୀକ୍ଷା କରିବା ବି ଦରକାର।
୨୦୨୪ ମସିହାରୁ ହ୍ୟୁମ୍ ସେଣ୍ଟର୍ ରେନ୍ଗେଜ୍ ଓ ଥର୍ମୋମିଟର୍ ଦ୍ବାରା ୨୦୦ରୁ ବେଶି ଜାଗାରୁ ବର୍ଷା ତଥ୍ୟ ସଂଗ୍ରହ କରିଛି।
ସେଥିରୁ ଜଣାପଡୁଛି ଯେ ୱାୟନାଡ଼ ସୀମାରେ ଥିବା ତାମିଲନାଡୁର ନୀଳଗିରି ଓ କର୍ଣ୍ଣାଟକରେ ଥିବା କୋଡ଼ଗୁ ଉତ୍ତପ୍ତ ହେଉଛି।
Tata Communications: ଟାଟା ବିଛାଇବ ଏଆଇ ଫାଇବର୍ ନେଟ୍ୱର୍କ ବର୍ଷା, କୁହୁଡ଼ି, ଥଣ୍ଡାରାତି ଓ ସବୁଜ ପାହାଡ଼ ହେଉଛି ୱାୟନାଡ଼ ଜିଲ୍ଲାର ବିଶେଷତ୍ବ।
କିନ୍ତୁ, ଉତ୍ତାପ ଯୋଗୁଁ ସେଠାରେ ସବୁ ଓଲଟପାଲଟ ହୋଇଯାଉଛି।
କଫିଚାଷ ଭଳି ଗୋଲମରିଚ ଚାଷ ବି ଭଲ ହେଉନାହିଁ।
ଜିଲ୍ଲାକୁ କମ୍ ପର୍ଯ୍ୟଟକ ଆସୁଛନ୍ତି।
ୱାୟନାଡ଼ ହେଉଛି ନୀଳଗିରି ବାୟୋସ୍ଫିୟର୍ ରିଜର୍ଭ ଏବଂ ବୃହତ୍ତର ପଶ୍ଚିମଘାଟ ପରିସଂସ୍ଥାର ଅଂଶ।
ଏହାର ପାହାଡ଼ପର୍ବତ, ବଣଜଙ୍ଗଲ ଓ ଉପତ୍ୟକାରେ ଅନେକ ଝର ନଦୀ ଅଛି।
ମୌସୁମୀ ବର୍ଷା ହେଲେ ଏସବୁ ନଦୀ ଓ ଧାନବିଲରେ ପାଣି ହୁଏ।
ଏଠାରେ ଥିବା ବଣଜଙ୍ଗଲ ଆର୍ଦ୍ରତା ଧରିରଖେ।
ଫଳରେ ସେ ଇଲାକାରେ ବେଶି ଗରମ ହୁଏନାହିଁ।
ସମାନ ପରିମାଣ ବର୍ଷା, ଖରା ଓ ଥଣ୍ଡା ରାତି ହେଲେ ସେଠାରେ କଫି, ଗୋଲମରିଚ, ଗୁଆ ଓ ଅନ୍ୟାନ୍ୟ ଫସଲ ଭଲ ହୁଏ।
ଠିକ୍ ସମୟରେ ବର୍ଷାପାଣି ନ ମିଳିଲେ ଧାନ ବି ଭଲ ହୁଏନାହିଁ।
ୱାୟନାଡ଼ ଯେଭଳି ଉତ୍ତପ୍ତ ହେଉଛି ତାହାକୁ ସାଧାରଣ ସମସ୍ୟା କହିଲେ ଚଳିବ ନାହିଁ।
ସେଠାରେ ପାଣିପାଗ ବିଷୟରେ ଆଗୁଆ ସୂଚନା ବି ବିଶେଷ କାମ ଦେଉନି।
ପୁରୁଷ ପୁରୁଷ ଧରି ସେଠାକାର ଚାଷୀମାନେ ଯେଉଁ ଧାରାରେ ଚାଷବାସ କରୁଥିଲେ ତାହା ଆଉ କାମ ଦେଉନାହିଁ।
ଯେତେବେଳେ ପାଣି ଦରକାର ସେତେବେଳେ ପାଗ ଖରାଟିଆ ରହୁଛି।
ତା'ପରେ ପ୍ରବଳ ବର୍ଷା ହୋଇ ମାଟି ଓ ଫସଲ ନଷ୍ଟ ହେଉଛି।
ମୋଟ ଉପରେ କହିଲେ ସେମାନେ ଗୋଟିଏ ଋତୁରେ ଧୋଇମରୁଡ଼ି ପରିସ୍ଥିତି ଭୋଗୁଛନ୍ତି।
ତେଣୁ, ସେମାନେ ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ବାଧ୍ୟ ହେଲେଣି।
ଦରକାର ବେଳେ ବର୍ଷା ନ ହେଉଥିବାରୁ ସେମାନେ ଜଳସେଚନ ବ୍ୟବସ୍ଥା ଖୋଜୁଛନ୍ତି।
ଅଧିକ ବର୍ଷା ପାଣି ବାହାର କରିବାକୁ ଡ୍ରେନ୍ ବ୍ୟବସ୍ଥା ଦରକାର କରୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।