27 OCTOBER 2026

Welcome!

Unlock your personalized experience.
Sign Up

BJD: ବିଜେଡି ବଦଳାଇପାରେ ୮ ପ୍ରାର୍ଥୀ: ବିଧାନସଭା ନିର୍ବାଚନ ଲଢ଼ିବେ ରଞ୍ଜିତା

Oct 27, 2026 - 09:14
BJD: ବିଜେଡି ବଦଳାଇପାରେ ୮ ପ୍ରାର୍ଥୀ: ବିଧାନସଭା ନିର୍ବାଚନ ଲଢ଼ିବେ ରଞ୍ଜିତା

ବ୍ରହ୍ମପୁର (ରାକେଶ ରୋଷନ ମହାନ୍ତି): ଗଞ୍ଜାମ ଜିଲ୍ଲାରେ ବିଜେଡି ବଡ଼ଧରଣର ଅଦଳବଦଳ କରିବାକୁ ଯାଉଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳ ଏହି ସଙ୍କେତ ଦେବ। ସଂଗଠନ ନଥିବା ନେତାଙ୍କୁ ଏଥର ଟିକେଟ୍‌ ମନା। ୨ ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇବ। କିଛି ବିଧାନସଭା ଆସନରେ ବି ଶଙ୍ଖ ଶିବିରରୁ ନୂଆ ମୁହଁ ନିର୍ବାଚନ ଲଢ଼ିବାକୁ ଯାଉଥିବା ଭିତିରିଆ ସୂତ୍ରରୁ ଜଣାପଡ଼ିଛି। 

National Lawn Bowls: ଜାତୀୟ ଲନ୍‌ବଲ୍‌ରେ ଓଡ଼ିଶାକୁ ୩ ସ୍ବର୍ଣ୍ଣ ସହ ୫ ପଦକ

ଆସିକା ଲୋକସଭା ଆସନରୁ ଗତ ନିର୍ବାଚନ‌ରେ ପ୍ରାର୍ଥୀ ହୋଇଥିଲେ ରଞ୍ଜିତା ସାହୁ। କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଛିଡ଼ା ହୋଇଥା’ନ୍ତେ। ଶେଷ ପର୍ଯ୍ୟନ୍ତ ଦଳ ଲତିକା ପ୍ରଧାନ ଓ ରଞ୍ଜିତାଙ୍କ ମଧ୍ୟରୁ କିଏ ପ୍ରାର୍ଥୀ ହେବ ନିଷ୍ପତ୍ତି ନେଲା ନାହିଁ। ଶେଷ ମୁହୂର୍ତ୍ତରେ ରଞ୍ଜିତାଙ୍କୁ ସାଂସଦ ପ୍ରାର୍ଥୀ କଲା ଦଳ। ଫଳ ସ୍ବରୂପ ରଞ୍ଜିତାଙ୍କୁ ପ୍ରାୟ ଲକ୍ଷେ ଭୋଟରେ ହାରିବାକୁ ପଡ଼ିଲା। ସେପଟେ କବିସୂର୍ଯ୍ୟନଗରରେ ବି ଲତିକା ପରାସ୍ତ ହେଲେ। ନିର୍ବାଚନ ପରାଜୟ ପରେ ଲତିକା ଦଳୀୟ ନେତାଙ୍କ ବିରୋଧରେ ବି‌ଷୋଦ୍‌ଗାର କଲେ। ଜିଲ୍ଲା ଦାୟିତ୍ବରେ ଥିବା ବଡ଼ ନେତାଙ୍କ ନାଁରେ ଗଣମାଧ୍ୟମରେ ବର୍ଷିଲେ। ଏବେ ଲତିକା ସାନଖେମୁଣ୍ଡିମୁହାଁ ବୋଲି କୁହାଯାଉଛି।

ବିଧାନସଭା ନିର୍ବାଚନ ଲଢ଼ିବେ ରଞ୍ଜିତା 
ଭୃଗୁଙ୍କୁ ବଦଳାଇବାକୁ ବି ନିଷ୍ପତ୍ତି ସରିଛି
୬ଟି ବିଧାନସଭା ଆସନରେ ନୂଆ ମୁହଁ

ସେ କବିସୂର୍ଯ୍ୟନଗରରେ ଯେତିକି ସମୟ ଦେଉଛନ୍ତି, ସାନଖେମୁଣ୍ଡିରେ ଅଧିକ ସମୟ ଦେଉଥିବା ଦେଖିବାକୁ ମିଳୁଛି। ୨୦୧୯ରେ ଲତିକା ସାନଖେମୁଣ୍ଡିରେ ଭଲ ସଂଗଠନ ଗଢ଼ିଥିଲେ। ହେଲେ ତାଙ୍କୁ କବିସୂର୍ଯ୍ୟନଗରକୁ ପଠାଯାଇଥିଲା। ଚର୍ଚ୍ଚା ହେଉଛି, ରଞ୍ଜିତାଙ୍କୁ ଏଥର ବିଧାନସଭା ପ୍ରାର୍ଥୀ କରିପାରେ ଦଳ। ତେଣୁ ଆସିକା ଲୋକସଭା ଆସନରେ ବିଜେଡି ନୂଆ ମୁହଁ ଦେବାକୁ ଚିନ୍ତା କରୁଛି। ଏପରିକି ଲତିକା ଓ ରଞ୍ଜିତାଙ୍କ ଭିତରେ ବିଧାନସଭା ଓ ଲୋକସଭା ପ୍ରାର୍ଥୀ ଅଦଳବଦଳ ହୋଇପାରେ। 

Tata Communications: ଟାଟା ବିଛାଇବ ଏଆଇ ଫାଇବର୍‌ ନେଟ୍‌ୱର୍କ

ସେହିପରି, ବ୍ରହ୍ମପୁର ଲୋକସଭା ଆସନରେ ଦଳ ପ୍ରାର୍ଥୀ ବଦଳାଇପାରେ। ଭୃଗୁ ବକ୍ସିପାତ୍ରଙ୍କ ପରିବର୍ତ୍ତେ ଅନ୍ୟଜଣଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ସରିଛି। ଗତ ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ୧ ଲକ୍ଷ ୬୫ ହଜାରରୁ ଅଧିକ ଭୋଟ୍‌ରେ ଜିତିଥିଲେ। ଏଥର ବିଜେପି ରଣନୀତି ଆପାତତଃ ବଦଳୁଥିବା ଆଭାସ ମିଳୁଛି। ତେଣୁ ଏହି ଆସନକୁ ନିଜ କବଜାକୁ ଆଣିବାକୁ ବିଜେଡି ନୂଆ ମୁହଁ ଦେବାକୁ ଯୋଜନା କରୁଛି। ଏଥିସହ କବିସୂର୍ଯ୍ୟନଗର, ଆସିକା, ସାନଖେମୁଣ୍ଡି, ଗୋପାଳପୁର, ବ୍ରହ୍ମପୁର ଓ ଖଲ୍ଲିକୋଟ ବିଧାନସଭା ଆସନରେ ନୂଆ ମୁହଁ ପ୍ରାର୍ଥୀ ହେବା ଆପାତତଃ ଥୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।