Weather: ଏଲ୍ ନିନୋ ଆଗାମୀ ୬ ମାସରେ ୪ ଲକ୍ଷ ୫୦ ହଜାର ଲୋକଙ୍କ ଜୀବନ ନେବା ଆଶଙ୍କା

Sep 23, 2026 - 16:03
Weather: ଏଲ୍ ନିନୋ ଆଗାମୀ ୬ ମାସରେ ୪ ଲକ୍ଷ ୫୦ ହଜାର ଲୋକଙ୍କ ଜୀବନ ନେବା ଆଶଙ୍କା

"ଚିକାଗୋ: ଜଳବାୟୁ ବୈଜ୍ଞାନିକଙ୍କ ନୂତନ ମୂଲ୍ୟାଙ୍କନ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ଏକ ଅତ୍ୟନ୍ତ ଶକ୍ତିଶାଳୀ ଏଲ୍ ନିନୋ ସୃଷ୍ଟି ହେଉଛି।

ଏହି ଅସାଧାରଣ ଏଲ୍ ନିନୋ ଆଗାମୀ ଛଅ ମାସ ମଧ୍ୟରେ ଅତ୍ୟଧିକ ଗରମ ବିଶ୍ୱରେ ୪ ଲକ୍ଷ ୫୦ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇପାରେ।

ଚିକାଗୋ ବିଶ୍ୱବିଦ୍ୟାଳୟର ଜଳବାୟୁ ପ୍ରଭାବ ଲ୍ୟାବ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ ଏହି ସମ୍ଭାବ୍ୟ ମାନବିକ ବିପର୍ଯ୍ୟୟ ବିଷୟରେ ଚେତାବନୀ ଦିଆଯାଇଛି।

ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଗମ୍ଭୀର ଏଲ୍ ନିନୋର ପ୍ରଭାବ ଭାରତ, ଇଣ୍ଡୋନେସିଆ ଏବଂ ନାଇଜେରିଆରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ବ୍ୟାପକ ଭାବରେ ଅନୁଭୂତ ହେବ।ଏଲ୍ ନିନୋ ଏକ ପ୍ରାକୃତିକ ଜଳବାୟୁ ଘଟଣା ଯେଉଁଥିରେ କେନ୍ଦ୍ରୀୟ ଏବଂ ପୂର୍ବ ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ସ୍ୱାଭାବିକ ଅପେକ୍ଷା ଅଧିକ ଉଷ୍ମ ହୋଇଯାଏ।

ଏହି ପରିବର୍ତ୍ତନ ବିଶ୍ୱର ବିଭିନ୍ନ ସ୍ଥାନରେ ତାପମାତ୍ରା, ବର୍ଷା ଏବଂ ପବନ ଧାରାକୁ ପ୍ରଭାବିତ କରେ।Advertisment ବୈଜ୍ଞାନିକମାନେ ବର୍ତ୍ତମାନର ଏଲ୍ ନିନୋର ତୀବ୍ରତା ବିଷୟରେ ବିଶେଷ ଚିନ୍ତା ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ତାପମାତ୍ରା ରେକର୍ଡ ସ୍ତରରେ ପହଞ୍ଚିଛି।

ଏହି ଘଟଣା ଏପରି ଏକ ସମୟରେ ଘଟୁଛି ଯେତେବେଳେ ମାନବଜାତ ବିଶ୍ୱ ତାପନ ଯୋଗୁଁ ସଙ୍କଟ ଦେଇ ଗତି କରୁଛି।

କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ ଆକଳନ କରିଛି ଯେ, ଆଗାମୀ ଛଅ ମାସ ମଧ୍ୟରେ ଆଫ୍ରିକାର ସାହେଲ ଅଞ୍ଚଳରେ ଗରମ ଜନିତ ମୃତ୍ୟୁର ସଂଖ୍ୟା ୬୬,୮୦୦ରୁ ଅଧିକ ହୋଇପାରେ, ଯେଉଁଥିରେ ନାଇଜେରିଆରେ ପ୍ରାୟ ୩୧,୪୦୦ ଏବଂ ସୁଦାନରେ ୧୭,୬୦୦ ମୃତ୍ୟୁ ଘଟିପାରେ।

ସେହିପରି ଇଣ୍ଡୋନେସିଆରେ ପ୍ରାୟ ୧୯,୩୦୦ ଅତିରିକ୍ତ ଗରମ ଜନିତ ମୃତ୍ୟୁ, ବ୍ରାଜିଲରେ ୧୩,୩୦୦ ଏବଂ ଭାରତରେ ୧୫,୮୦୦ ମୃତ୍ୟୁ ଆକଳନ କରାଯାଇଛି।

ସେଥିମଧ୍ୟରୁ ଅଧିକାଂଶ ଡିସେମ୍ବର ଏବଂ ଫେବ୍ରୁଆରି ମଧ୍ୟରେ ହେବ ବୋଲି ଆଶା କରାଯାଉଛି।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ପୂର୍ବ ଏସିଆରେ ପ୍ରାୟ ୧୯,୪୦୦ ଅତିରିକ୍ତ ମୃତ୍ୟୁ ଆକଳନ କରାଯାଇଛି।

ଯେଉଁଥିରେ ଫିଲିପାଇନ୍ସ, ଭିଏତନାମ, ଥାଇଲ୍ୟାଣ୍ଡ ଏବଂ କାମ୍ବୋଡିଆ ଅନ୍ତର୍ଭୁକ୍ତ ରହିଛି।

ଆମେରିକାରେ ଏହି ସଂଖ୍ୟା ପ୍ରାୟ ୩,୫୦୦ ବୋଲି ଆକଳନ କରାଯାଇଛି।

ଏଥିରେ କେବଳ ଅତିରିକ୍ତ ଗରମ ସମ୍ବନ୍ଧୀୟ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରାଯାଇଛି।

ରିପୋର୍ଟରେ ସମ୍ଭାବ୍ୟ ମରୁଡ଼ି, ବନ୍ୟା ଏବଂ ଜଙ୍ଗଲ ନିଆଁ ମୃତ୍ୟୁକୁ ଅନ୍ତର୍ଭୁକ୍ତ କରା ଯାଇନାହିଁ।

ଏଲ୍ ନିନୋ କିଛି ଅଞ୍ଚଳରେ ଅତ୍ୟଧିକ ଗରମ ଏବଂ ମରୁଡ଼ି ସୃଷ୍ଟି କରିପାରେ।

ଅନ୍ୟ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ବନ୍ୟାର ଆଶଙ୍କା ରହିଛି।

ଏହା କୃଷି ଉତ୍ପାଦନ, ଖାଦ୍ୟ ସୁରକ୍ଷା, ଜଳ ଉପଲବ୍ଧତା ଏବଂ ସ୍ୱାସ୍ଥ୍ୟ ସେବାକୁ ମଧ୍ୟ ପ୍ରଭାବିତ କରିପାରେ।

El Nino: "ଏଲ୍ ନିନୋ" ପ୍ରଭାବ: ଶତାବ୍ଦୀର ସବୁଠାରୁ ଗରମ ବର୍ଷ ହେବ ୨୦୨୭ କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବର ସହ-ପ୍ରତିଷ୍ଠାତା ମାଇକେଲ୍ ଗ୍ରୀନଷ୍ଟୋନ୍‌ଙ୍କ ଅନୁଯାୟୀ, ଏହି ଆକଳନ ସେପ୍ଟେମ୍ବର ୨୦୨୬ ରୁ ଫେବ୍ରୁଆରି ୨୦୨୭ ପର୍ଯ୍ୟନ୍ତ ତାପମାତ୍ରା ପୂର୍ବାନୁମାନ ଉପରେ ଆଧାରିତ।

ଏହି ଅଧ୍ୟୟନରେ ୨୪,୩୭୮ ଅଞ୍ଚଳରେ ତାପମାତ୍ରା ଏବଂ ଅତ୍ୟଧିକ ଗରମ ଜନିତ ମୃତ୍ୟୁ ମଧ୍ୟରେ ଥିବା ସମ୍ପର୍କର ବିଶ୍ଳେଷଣ କରାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।