Weather: ପୁଣି ଡରାଇଲାଣି ଅକ୍ଟୋବର: ୧୨ରେ ଘୂର୍ଣ୍ଣିବଳୟ, ଆନ୍ଧ୍ର-ଓଡ଼ିଶା ଉପକୂଳମୁହାଁ
"ଭୁବନେଶ୍ବର: ଅକ୍ଟୋବର ଆରମ୍ଭରୁ ବଙ୍ଗୋପସାଗରରେ ବାତ୍ୟା ଭୟ ସୃଷ୍ଟି ହେଲାଣି।
ଗୋଟିଏ ପଟେ ସାରା ଦେଶରୁ ମୌସୁମୀ ବିଦାୟ ନେଉଥିବା ବେଳେ ଅନ୍ୟପଟେ ଅକ୍ଟୋବର ଦ୍ବିତୀୟ ସପ୍ତାହରେ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ଏବଂ ତୃତୀୟ ସପ୍ତାହରେ ଅବପାତ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ପୂର୍ବାନୁମାନ କରିଛି।
ବିଭାଗର ଆକଳନ ଅନୁଯାୟୀ ୧୨ ତାରିଖ ପାଖାପାଖି ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ପ୍ରବେଶ କରିବାର ସମ୍ଭାବନା ରହିଛି।
ପ୍ରଭାବରେ ୧୩ ତାରିଖ ବେଳକୁ ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।
କ୍ରମଶଃ ଏହା ଅଧିକ ଘନୀଭୂତ ହୋଇ ଅକ୍ଟୋବର ୧୫ ବେଳକୁ ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଅବପାତରେ ପରିଣତ ହେବର ସମ୍ଭାବନା ରହିଛି।Advertisment Walkathon: ସନ୍ସାଇନ୍ ହସ୍ପିଟାଲ୍ର ୱାକାଥନ୍ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଅକ୍ଟୋବର ୧ରୁ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ଆରମ୍ଭ ହୋଇସାରିଛି।
ଅକ୍ଟୋବର ପ୍ରଥମ ସପ୍ତାହ ଶେଷ କିମ୍ବା ଦ୍ବିତୀୟ ସପ୍ତାହ ଆରମ୍ଭ ବେଳକୁ ଓଡ଼ିଶା ସମେତ ପ୍ରାୟ ଅର୍ଧାଧିକ ରାଜ୍ୟରୁ ମୌସୁମୀ ବିଦାୟ ନେଇସାରିଥିବ।
ଏଥିସହ ବାତ୍ୟା ଋତୁର ପ୍ରାରମ୍ଭ ଜାରି ହୋଇସାରିଥିବ।
ତେଣୁ ବାତ୍ୟା ହେବାର ସମ୍ଭାବନା ଅଧିକ ରହୁଥିବା ଆଇଏମ୍ଡିର ବିସ୍ତାରିତ ପରିସର ଆକଳନରେ କୁହାଯାଇଛି।
ସମ୍ଭାବ୍ୟ ଅବପାତ ଅଧିକ ଘନୀଭୂତ ହେବ କି ନାହିଁ ସେନେଇ କୌଣସି ଆକଳନ କରାଯାଇ ନାହିଁ।
ତେବେ ଏହା ଦକ୍ଷିଣ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଆସିପାରେ ବୋଲି ବିଶ୍ବସ୍ତରୀୟ ପାଣିପାଗ ମଡେଲ୍ଗୁଡ଼ିକ ଆକଳନ କରିଛନ୍ତି।
ପୂର୍ବରୁ ୨୦୧୪ ଅକ୍ଟୋବର ୧୨ରେ ହୁଡୁହୁଡ, ୨୦୧୩ ଅକ୍ଟୋବର ୧୧ରେ ଫାଇଲିନ୍, ୨୦୧୮ ଅକ୍ଟୋବର ୧୦ରେ ତିତିଲି, ୧୯୯୯ ଅକ୍ଟୋବର ୨୯ରେ ମହାବାତ୍ୟା ଓଡ଼ିଶାରେ ଅନେକ କ୍ଷୟକ୍ଷତି କରିଥିବା ବେଳେ ବର୍ତ୍ତମାନର ଆକଳନ ଆଉ ଏକ ନୂଆ ଡର ସୃଷ୍ଟି କରିଛି।
ଏବର୍ଷ ମୌସୁମୀରେ ଚତୁର୍ଥ ସର୍ବାଧିକ ବର୍ଷା୧୨୬ ବର୍ଷରେ ଚଳିତ ଜୁଲାଇ ମାସର ସର୍ବାଧିକ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଦ୍ବିତୀୟ ସପ୍ତାହରେ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବାତ୍ୟା ଗଠନ ହୋଇପାରେ।
ଅକ୍ଟୋବର ପର୍ଯ୍ୟନ୍ତ ଖରା, ଉଚ୍ଚ ତାପମାତ୍ରା ଓ ଅଧିକ ଆର୍ଦ୍ରତା ଯୋଗୁଁ ୮ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତେବେ ଗଠନ ସ୍ଥଳ, ତୀବ୍ରତା ଓ ଗତିପଥ ଏପର୍ଯ୍ୟନ୍ତ ଅନିଶ୍ଚିତ ରହିଛି।
ଓଡ଼ିଶା ପ୍ରତି କୌଣସି ବିପଦର ବିଶ୍ୱସନୀୟ ସଙ୍କେତ ଏପର୍ଯ୍ୟନ୍ତ ମିଳିନାହିଁ।
ବିଭିନ୍ନ ବିଶ୍ୱସ୍ତରୀୟ ମଡେଲ୍ଗୁଡ଼ିକ ଦ୍ବିତୀୟ ସପ୍ତାହ ମଧ୍ୟରେ ବଙ୍ଗୋପସାଗର/ଆଣ୍ଡାମାନ ଅଞ୍ଚଳରେ ପରିସଞ୍ଚଳନ କିମ୍ବା ଚାପ ହ୍ରାସର ସଙ୍କେତ ଦେଉଛନ୍ତି।
ଏକ ବିସ୍ତୃତ ଘୂର୍ଣ୍ଣିବାତ୍ୟା ଗଠନ ପାଇଁ ଅନୁକୂଳ ପରିବେଶର ସଙ୍କେତ ମିଳୁଛି।
ତେବେ ନିର୍ଦ୍ଦିଷ୍ଟ ଗଠନ ତାରିଖ ଓ ସ୍ଥାନ ଏପର୍ଯ୍ୟନ୍ତ ଅନିଶ୍ଚିତ ବୋଲି ସେ କହିଛନ୍ତି।
Weather: "ବର୍ଷା ଅଭାବରୁ କର୍ଣ୍ଣାଟକରେ ୪୬ ହଜାରରୁ ଅଧିକ କୋଟି ଟଙ୍କା କ୍ଷତି ହୋଇଛି" ୧୯୦୧ରୁ ୨୦୨୬ ମଧ୍ୟରେ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ସର୍ବାଧିକ ବର୍ଷା ପରିମାଣ ମଧ୍ୟରେ ଚଳିତ ବର୍ଷ ଚତୁର୍ଥ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି।
୧୯୬୧ରେ ସର୍ବାଧିକ ୧୫୪୨.୧ ମିମି ବର୍ଷା ହୋଇଥିବା ବେଳେ ୨୦୦୬ରେ ୧୫୦୮.୮ ମିମି, ୧୯୫୬ରେ ୧୪୯୯.୫ ମିମି, ୨୦୨୬ରେ ୧୪୮୪.୩ ମିମି ଓ ୧୯୩୬ରେ ୧୪୬୯.୯ ମିମି ବର୍ଷା ହୋଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।