Weather: ୬ରୁ ପାଗ ଶୁଖିଲା: ଗୁରୁବାର କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ବର: ଭୀଷଣ ବାତ୍ୟା 'ମୁରାସୁ' ଦୁର୍ବଳ ହୋଇ ତେଲେଙ୍ଗାନା ଉପରେ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।
ତେବେ ଦୁର୍ବଳ ହେବା ପୂର୍ବରୁ ଏହାର ପ୍ରଭାବରେ ଆଜି ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇଛି।
ପାରାଦୀପରେ ସର୍ବାଧିକ ୧୫.୫ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୧୨.୪ ମିମି, କୋରାପୁଟରେ ୮.୮ ମିମି, ସୋନପୁରରେ ୭.୨ ମିମି, ବରଗଡ଼ରେ ୭ ମିମି, ମାଲକାନଗିରିରେ ୫.୮ ମିମି ବର୍ଷା ରେକର୍ଡ କରାଯାଇଛି।
ଗୁରୁବାର ସକାଳ ସୁଦ୍ଧା କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍ସିରେ ୪୯% ପଦବି ଖାଲି ଏଥିସହ ସାରା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି।
୬ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଆକଳନ କରିଛି।
ସେପଟେ ବାତ୍ୟା ବିପଦ ଟଳିବା ପରେ ଦକ୍ଷିଣ ଓଡ଼ିଶା ର ଜିଲ୍ଲାଗୁଡ଼ିକରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରି ବୃଦ୍ଧି ପାଇଛି।
ଯେତେବେଳେ କି ଉତ୍ତର ଉପକୂଳ ଓଡ଼ିଶାରେ ୨ ଡିଗ୍ରି, ଅଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରି ଅଧିକ ରହିଥିଲା।
ଉପକୂଳ ଓଡ଼ିଶାରେ ଦିନର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଥିଲା।
ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରି ତଳକୁ ଖସି ଆସିଛି ଏବଂ ପାରଳାଖେମୁଣ୍ଡିରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରି ରେକର୍ଡ ହୋଇଛି।
Indravati Bridge: ସ୍ବାଧୀନତା ସଂଗ୍ରାମର ସ୍ମୃତି ବହନ କରୁଥିବା ଇନ୍ଦ୍ରାବତୀ ବ୍ରିଜକୁ ଜାତୀୟ ସ୍ମାରକୀ ଘୋଷଣା ଦାବି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।