ଆମ୍ବୁଲାନ୍ସରୁ ଷ୍ଟ୍ରେଚର୍ ସହ ଖସିଲେ ରୋଗୀ, ହସ୍ପିଟାଲ୍ର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
"ରୋଗୀଙ୍କୁ ହସ୍ପିଟାଲ୍ ନେବା ପାଇଁ ସରକାର ଆମ୍ବୁଲାନ୍ସର ବ୍ୟବସ୍ଥା କରିଛନ୍ତି।
ଏହା ପଛରେ ବଡ଼ ଉଦ୍ଦେଶ୍ୟ ହେଉଛି ରୋଗୀଙ୍କ ଜୀବନ ବଞ୍ଚାଇବା।
ହେଲେ ସେହି ଆମ୍ବୁଲାନ୍ସ ଭିତରୁ ଯଦି ରୋଗୀ ଷ୍ଟ୍ରେଚର୍ ସହ ରାସ୍ତାକୁ ଖସିପଡ଼ନ୍ତି, ତେବେ ଦାୟୀ କିଏ?
ମହାରାଷ୍ଟ୍ରରେ ଘଟିଛି ଏମିତି ଏକ ଚାଞ୍ଚଲ୍ୟକର ଘଟଣା।
ଚଳନ୍ତା ଆମ୍ବୁଲାନ୍ସରୁ ରୋଗୀ ରାସ୍ତାକୁ ଖସିପଡ଼ିବାର ଦୃଶ୍ୟ ଏବେ ଚର୍ଚ୍ଚାରେ।
ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ରୋଗୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଆମ୍ବୁଲାନ୍ସର ପଛ ଡୋର ଠିକ୍ ଭାବେ ବନ୍ଦ ହୋଇନଥିଲା କି?
ଷ୍ଟ୍ରେଚର୍କୁ ଲକ୍ କରାଯାଇନଥିଲା କି?
ରୋଗୀଙ୍କ ଦେଖାଶୁଣା ପାଇଁ ଆମ୍ବୁଲାନ୍ସରେ କର୍ମଚାରୀ ନଥିଲେ କି?
ଘଟଣାର ଭିଡିଓ ଭାଇରାଲ ହେବା ପରେ ଏବେ ଏସବୁ ପ୍ରଶ୍ନ ଉଠିବାରେ ଲାଗିଛି।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।