Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

Sep 20, 2026 - 00:09
Weekly Horoscope 2026 September 20 to September 26: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

"ମେଷ- ରବିବାର ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ‌ସୋମ, ମଙ୍ଗଳ ଓ ବୁଧବାର ସଂପତ୍ତି ବୃଦ୍ଧି ପାଇଁ ଯୋଜନା ସଫଳ ହେବ।

ଗୁରୁ ଓ ଶୁକ୍ରବାର ରାଜନୀତିକ ସହଯୋଗ ପାଇବେ।

ଶନିବାର ଭାବିଚନ୍ତି ଖର୍ଚ୍ଚ କରନ୍ତୁ।Advertisment ବୃଷ- ରବିବାର ମୁସ୍କିଲର ଅନ୍ତ ହେବ।

ସୋମ, ମଙ୍ଗଳ ଓ ବୁଧବାର ରାଜନେତାଙ୍କ ଦ୍ବାରା ଲାଭ ପାଇବେ।

ଗୁରୁ ଓ ଶୁକ୍ରବାର ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।

ଶନିବାର ଅଚାନକ ଧନଲାଭ ହେବ।

ମିଥୁନ- ରବିବାର ବେପାରରେ ଲାଭ ହେବ।

ସୋମ, ମଙ୍ଗଳ ଓ ବୁଧବାର ପରିଶ୍ରମ ଅଧିକ କରି ଲାଭ କମ୍ ପାଇବେ।

ଗୁରୁ ଓ ଶୁକ୍ରବାର ଧର୍ମକାର୍ଯ୍ୟ ଆଡ଼କୁ ମନ ଢଳି ରହିବ।

ଶନିବାର ପଦୋନ୍ନତି ଯୋଗ ଅଛି।

କର୍କଟ- ରବିବାର ବନ୍ଧୁ ସହଯୋଗ ପାଇବେ।

ସୋମ, ମଙ୍ଗଳ ଓ ବୁଧବାର ନୂଆ ବ୍ୟବସାୟ ଓ ଆୟର ସାଧନ ବନିବ।

ଗୁରୁ ଓ ଶୁକ୍ରବାର ବିରୋଧୀ ପ୍ରତି ସାବଧାନ ରହନ୍ତୁ।

ଶନିବାର ଭାଗ୍ୟୋନ୍ନତି ହେବ।

ସିଂହ- ରବିବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ।

ସୋମ, ମଙ୍ଗଳ ଓ ବୁଧବାର କାନୁନ ବିବାଦ ସମାଧାନ ହେବ।

ଗୁରୁ ଓ ଶୁକ୍ରବାର ଆମଦାନି ପାଇଁ ନୂଆ ଉତ୍ସ ପାଇବେ।

ଶନିବାର ମାନସିକ ଅସ୍ଥିରତା ବଢ଼ିବ।

କନ୍ୟା- ରବିବାର ଧନ ସଂପତ୍ତି ବୃଦ୍ଧି ହେବ।

ସୋମ, ମଙ୍ଗଳ ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ଲାଭର ଅବସର ପାଇବେ।

ଗୁରୁ ଓ ଶୁକ୍ରବାର ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ।

ଶନିବାର ପ୍ରେମ ସମ୍ବନ୍ଧ ମଧୁର ହେବ।

ଆହୁରି ପଢ଼ନ୍ତୁ- Self Acceptance: ଫୁଲ ପରି ଫୁଟନ୍ତୁ, ସୁଗନ୍ଧର ହିସାବ ରଖନ୍ତୁ ନାହିଁ: ଜୀବନର ମୂଲ୍ୟବାନ ଶିକ୍ଷା ତୁଳା- ରବିବାର ଦାୟିତ୍ବ ବୃଦ୍ଧି ହେବ।

ସୋମ, ମଙ୍ଗଳ ଓ ବୁଧବାର ବାପାମାଆଙ୍କ ସହଯୋଗରେ ଆଗକୁ ବଢ଼ିବେ।

ଗୁରୁ ଓ ଶୁକ୍ରବାର ଆର୍ଥିକ ସ୍ଥିତି ସାମାନ୍ୟ ରହିବ।

ଶନିବାର ଲୋକପ୍ରିୟତା ବୃଦ୍ଧି ହେବ।

ବିଛା- ରବିବାର ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ।

ସୋମ, ମଙ୍ଗଳ ଓ ବୁଧବାର କିଣାବିକାରେ ସାବଧାନ ରହନ୍ତୁ।

ଗୁରୁ ଓ ଶୁକ୍ରବାର ସାମାଜିକ କାର୍ଯ୍ୟରେ ଯୋଗ ଦେବେ।

ଶନିବାର ଆର୍ଥିକ ଲାଭ ହେବ।

ଧନୁ- ରବିବାର ଘର କିମ୍ବା ଗାଡ଼ି କିଣିବେ।

ସୋମ, ମଙ୍ଗଳ ଓ ବୁଧବାର କୌଣସି ନୂଆ ଚୁକ୍ତିବଦ୍ଧ କାର୍ଯ୍ୟ ହାତକୁ ଆସିବ।

ଗୁରୁ ଓ ଶୁକ୍ରବାର ଧାର ଦେଇଥିବା ଅର୍ଥ ପାଇବେ।

ଶନିବାର ବନ୍ଧୁ ସହିତ ସାକ୍ଷାତ ହେବ।

ମକର- ରବିବାର ଖର୍ଚ୍ଚ ବଢ଼ିପାରେ।

ସୋମ, ମଙ୍ଗଳ ଓ ବୁଧବାର ବ୍ୟକ୍ତିତ୍ବ ବିକାଶ ପାଇଁ ଚେଷ୍ଟା କରିବେ।

ଗୁରୁ ଓ ଶୁକ୍ରବାର ଭାଗୀଦାରି କାର୍ଯ୍ୟରେ ଲାଭ ପାଇବେ।

ଶନିବାର ସାହିତ୍ୟ ସଙ୍ଗୀତରେ ରୁଚି ବଢ଼ିବ।

କୁମ୍ଭ- ରବିବାର ସାମାଜରେ ମାନସମ୍ମାନ ବଢ଼ିବ।

ସୋମ, ମଙ୍ଗଳ ଓ ବୁଧବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ।

ଗୁରୁ ଓ ଶୁକ୍ରବାର ବ୍ୟବସାୟରେ ଧନଲାଭ ହେବ।

ଶନିବାର ବନ୍ଧୁ ମିଳନ।

ମୀନ- ରବିବାର ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ।

ସୋମ, ମଙ୍ଗଳ ଓ ବୁଧବାର ରାଜନୀତିକ ସଂପର୍କରୁ ଲାଭ ପାଇବେ।

ଗୁରୁ ଓ ଶୁକ୍ରବାର ପ୍ରଗତିରେ ବାଧା ସୃଷ୍ଟି ହେବ।

ଶନିବାର ପରିବାରରେ ଆନନ୍ଦ ଉଲ୍ଲାସ ରହିବ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।