Weekly Horoscope From 28th September 2026 To 4 Aug 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...
ମେଷ-
ବ୍ୟକ୍ତିଗତ ଜୀବନରେ ଦାୟିତ୍ବ ବଢ଼ିପାରେ। ନିଜର କାମ ଧ୍ୟାନପୂର୍ବକ କରନ୍ତୁ, ବିରୋଧୀ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ। ମୋବାଇଲ୍ ବ୍ୟବସାୟୀଙ୍କର ଭଲ ଲାଭ ହେବ। ଚାକିରିରେ ଏଭଳି ସ୍ଥାନକୁ ବଦଳି ହେବ ଯାହାଦ୍ବାରା ଯାତାୟାତରେ ଅସୁବିଧା ହୋଇପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ କଥା କହିବା ବେଳେ ନିଜ ଭାଷା ଉପରେ ଧ୍ୟାନ ଦିଅନ୍ତୁ। ପରିବାର ସହିତ କୌଣସି ଧର୍ମାନୁଷ୍ଠାନକୁ ଯିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବେ। ପ୍ରତିଯୋଗୀ ଛାତ୍ରଛାତ୍ରୀ ଅଧିକ ପରିଶ୍ରମ କରନ୍ତୁ। ସ୍ବାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ତୈଳଯୁକ୍ତ ଖାଦ୍ୟ ପରିହାର କରନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର- ଗରିବ ଲୋକଙ୍କୁ ଭୋଜନ, ପୋଷାକ, ତୈଳ ଦାନ କରନ୍ତୁ
ବୃଷ-
ଲକ୍ଷ୍ୟ ପ୍ରତି ଗମ୍ଭୀରତା ସହିତ ପ୍ରୟାସ କରନ୍ତୁ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ବ୍ୟବସାୟ କାମରେ ଓଡ଼ିଶା ବାହାରକୁ ଯାଇପାରନ୍ତି। ଚାକିରିରେ କିଛି ପରିବର୍ତ୍ତନ ବା ଦୂରସ୍ଥାନକୁ ବଦଳି ହେବେ। ରାଜନୀତିକ ନେତାଙ୍କର ଲାଗି ରହିଥିବା ଚିନ୍ତା କମ୍ ହେବ। କେହି ବିରୋଧୀ କ୍ଷତି କରିବାକୁ ବିଫଳ ପ୍ରୟାସ କରିବେ। ପରିବାରରେ ଉତ୍ସବ ଭଳି ମାହୋଲ ରହିବ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ସମୟ ଭଲ। ପ୍ରେମ ଆଳାପ ଲାଗି ଚମତ୍କାର ସୁଯୋଗ ପାଇପାରିବେ। ଛାତ୍ରଛାତ୍ରୀ ସମୟର ଠିକ୍ ଉପଯୋଗ କରନ୍ତୁ। ପରୁଣା ରୋଗରୁ ଆରାମ ପାଇବେ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର – ଶୁକ୍ରଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
ମିଥୁନ-
ନିଜର ଭାବନା ଓ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି ଲଗାତାର ପ୍ରୟାସ କରିବେ। ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ଫେସନ ଡିଜାଇନର୍ସ କୌଣସି ଗ୍ରାହକ ଦ୍ବାରା ଲାଭ ପାଇବେ। ଅଫିସରେ ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ରହିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଅଭିନୟ କ୍ଷେତ୍ରରେ ରୁଚି ରଖୁଥିବା ଲୋକଙ୍କୁ ନୂଆ ଅବସର ମିଳିବାର ଯୋଗ ରହିଛି। ଆପଣଙ୍କର କୌଣସି ରହସ୍ୟ ଘର ଲୋକ ଜାଣି ପାରିବେ। ପ୍ରେମ ଜୀବନ ଭଲ ରହିବ। ଛାତ୍ରଛାତ୍ରୀ ପାଠପଢ଼ାରେ ନିଜର ଦାୟିତ୍ବକୁ ଭଲଭାବେ ବୁଝିବେ। ତୈଳଯୁକ୍ତ ଖାଦ୍ୟ ଆପଣଙ୍କ ସ୍ବାସ୍ଥ୍ୟକୁ ଦୁର୍ବଳ କରିପାରେ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ତେଲ, କଳା ଲୁଗା ଦାନ କରନ୍ତୁ
କର୍କଟ-
ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ନୂଆ କାରବାରରେ ଧନ ନିବେଶ ଲାଭଦାୟକ ରହିବ। ମହିଳା ବ୍ୟବସାୟୀ ଆଶାଠୁ ଅଧିକ ଲାଭ ପାଇବେ। ଧାର୍ ନେବା ଓ ଦେବାରେ ନିବୃତ୍ତ ରହନ୍ତୁ। ଅଫିସ୍ରେ ସାବଧାନ ରହିବା ଆବଶ୍ୟକ। ସହକର୍ମୀଙ୍କ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇପାରେ। ପାରିବାରିକ ଜୀବନ ସୁଖ ଶାନ୍ତିରେ ଭରା ରହିବ। ଯେଉଁମାନଙ୍କର ବିବାହ ପାଇଁ କଥାବାର୍ତ୍ତା ଲାଗି ରହିଛି ସେମାନଙ୍କର ତାରିଖ ଧାର୍ୟ୍ୟ ହୋଇପାରେ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଛାତ୍ରୀ କ୍ୟାରିୟରରେ ବଡ଼ ସଫଳତା ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୨
ପ୍ରତିକାର – ମା ଭୂବନେଶୂରୀ ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସିଂହ-
ବେପାର ବାଣିଜ୍ୟରେ ବେଶୀ ଲାଭ ପାଇଁ ଅଧିକ ମନୋଯୋଗରେ ସବୁ କାମ କରିବେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଚାକିରିରେ ନିଜର କାର୍ଯ୍ୟ ଦକ୍ଷତା ପାଇଁ ଅଧିକାରୀଙ୍କ ଠାରୁ ପୁରସ୍କାର ପାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକ ଅଧିକ ଦାୟିତ୍ବ ନିର୍ବାହ କରିବେ। କାନୁନ ମାମଲାରେ ବନ୍ଧୁର ସାହାଯ୍ୟ ପାଇବେ। ନୂଆ ଘର କିମ୍ବା ଜମି କିଣିବା ଲାଗି ଯୋଜନା କରିବେ। ପରିବାର ଲୋକଙ୍କ ସହିତ କୌଣସି ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଛାତ୍ରଛାତ୍ରୀ ଶିକ୍ଷକଙ୍କର ସହଯୋଗ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ନାରଙ୍ଗୀ ଏବଂ ଶୁଭ ସଂଖ୍ୟା- ୧
ପ୍ରତିକାର- ଗୁରୁଜନ ମାନଙ୍କଠାରୁ ଆର୍ଶିବାଦ ନେଇ କର୍ମ ଆରମ୍ଭ କରନ୍ତୁ
କନ୍ୟା-
ଆପଣଙ୍କର ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ପାଇବେ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳା ବ୍ୟବସାୟୀ ନିଜର ଯୋଜନା କାର୍ଯ୍ୟ ରୂପ ଦେବାରେ ସଫଳ ହେବେ। ଅଫିସ୍ରେ ବରିଷ୍ଠଙ୍କ ସହଯୋଗରେ ବଳକା କାମ ସଂପୂର୍ଣ୍ଣ କରିବେ। ରାଜନୀତିକ ନେତା ବଡ଼ ଫଇସଲାକୁ ଅନ୍ତିମ ରୂପ ଦିଅନ୍ତୁ। ବିନା ଭାବିଚିନ୍ତି ଖର୍ଚ୍ଚ କଲେ ଅସୁବିଧାରେ ପଡ଼ିଯାଇପାରନ୍ତି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଜମି ସମସ୍ୟା ସମାପ୍ତ ହୋଇଯିବ। ପରିବାରରେ ଧାର୍ମିକ ଅନୁଷ୍ଠାନ ହୋଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ସପ୍ତାହଟି ଭଲ। ଇଂଜିନିୟରିଂ ଛାତ୍ରଙ୍କ ଲାଗି ଚାକିରିର ପ୍ରସ୍ତାବ ଆସିବ। ସ୍ବାସ୍ଥ୍ୟ ଭଲ ରହିବ।
ଶୁଭ ରଙ୍ଗ- ସବୁଜ ଏବଂ ଶୁଭ ସଂଖ୍ୟା- ୫
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ତୁଳା-
ଆପଣଙ୍କ ନିର୍ଭୀକ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ପେସାଦାର ବ୍ୟବସାୟୀଙ୍କ ଲାଗି ସମୟ ଭଲ। ପରିଶ୍ରମ ତୁଳନାରେ ଯଥେଷ୍ଟ ଲାଭ ପାଇବେ। ଚାକିରି କାମରେ ଦୂରସ୍ଥାନକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକ ସକ୍ରିୟ ଭୂମିକା ନିର୍ବାହ କରିପାରନ୍ତି। କୌଣସି ରଚନା ଓ ଲିଖନ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆପଣ ଖୁସି ରହିବେ। ଜୀବନସାଥୀର ଉପଲବ୍ଧିକୁ ପ୍ରଶଂସା କରନ୍ତୁ ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ବିବାହ ବନ୍ଧନରେ ବାନ୍ଧିହେବା ପାଇଁ ମନସ୍ଥ କରିବେ। ଛାତ୍ରଛାତ୍ରୀଙ୍କ ଲାଗି ସମୟ ଅନୁକୂଳ ରହିବ।
ଶୁଭ ରଙ୍ଗ- ଧଳା ଏବଂ ଶୁଭ ସଂଖ୍ୟା- ୬
ପ୍ରତିକାର- ଓଁ ହ୍ରୀଂ ଦୁଂ ଦୁର୍ଗାୟୈ ନମଃ ଜପ କରନ୍ତୁ
ବିଛା-
ଶକ୍ତି ଓ ଆତ୍ମବିଶ୍ବାସରେ ଭରା ରହିବେ। କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ। ପ୍ରଚୁର ମାତ୍ରାରେ ଧନ ଆଗଗମ ହେବ। ସେୟାର ବା ଜମି କିଣିବା ଲାଗି ଚିନ୍ତା କରିପାରନ୍ତି। ଚାକିରିଜୀବୀ ଖୁସି ଖବର ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିବା ଯୋଗୁଁ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। କଳାକାରଙ୍କ ଲାଗି ଫିଲ୍ମରେ ସୁଯୋଗ ଆସିବ। ସ୍ବାମୀ ସ୍ତ୍ରୀ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ସାଥୀର ଭାବନା ପ୍ରତି ଧ୍ୟାନ ଦିଅନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ଆଶାନୁରୂପ ଫଳ ପାଇବେ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।
ଶୁଭ ରଙ୍ଗ- ଲାଲ୍ ଏବଂ ଶୁଭ ସଂଖ୍ୟା -୯
ପ୍ରତିକାର - ବଗଳା ମୁଖିଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ଧନୁ-
ଭାବନାରେ ସକାରାତ୍ମକତା ବଜାୟ ରଖନ୍ତୁ। ପରିଶ୍ରମର ସକାରାତ୍ମକ ପରିଣାମ ପାଇବେ। ନିବେଶ ମାମଲାରେ କୌଣସି ନୂଆ ପରାମର୍ଶ ପାଇବେ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମଜୀବୀ ମହିଳାଙ୍କ ପାଇଁ ପଦୋନ୍ନତିର ସୁଯୋଗ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସଫଳତା ପାଇବା ଯୋଗୁଁ ମହତ୍ତ୍ବାକାଂକ୍ଷାକୁ ବଳ ମିଳିବ। କଳାକାର ଫିଲ୍ମରେ ସୁଯୋଗ ପାଇବେ। ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ନବ ବିବାହିତ କୌଣସି ଭଲ ସ୍ଥାନକୁ ଭ୍ରମଣରେ ଯିବେ। ଛାତ୍ରଛାତ୍ରୀ ଏକାଗ୍ରତାରେ ପଢ଼ିବାର ଚେଷ୍ଟା କରନ୍ତୁ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଯଥେଷ୍ଟ ଆରାମ ପାଇବେ। ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର- ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ମକର-
ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ ଆରମ୍ଭ କରନ୍ତୁ, ଧୀରେ ଧୀରେ ଆଗକୁ ବଢ଼ିବେ। ପେସାଦାର ବ୍ୟବସାୟୀ ବଡ଼ ସଉଦା ପାଇଁ ସ୍ବାକ୍ଷର କରିବେ। ରାଜନୀତିକ ନେତା ଯୋଜନା ପ୍ରସ୍ତୁତ କରିବେ ଏବଂ କ୍ରିୟାନ୍ବିତ କରିବା ଲାଗି ପ୍ରୟାସ କରିବେ। ଅଧିକ ବୟସ୍କର ବ୍ୟକ୍ତିମାନେ ରାଜନୀତି ଓ ସାମାଜିକ କାର୍ୟ୍ୟରେ ସମୟ ଦେବେ। ସନ୍ତାନର କ୍ୟାରିୟର ଲାଗି କାହାରିଠାରୁ ଧାର ନେଇପାରନ୍ତି। ପାରିବାରିକ ଜୀବନ ସୁଖମୟ ରହିବ। ପ୍ରେମିକ ପ୍ରେମିକା ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ପାଠପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର – କାଳିଙ୍କ ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ
କୁମ୍ଭ-
ଆପଣ ନିଜର ମାନସିକ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଘନିଷ୍ଠ ବନ୍ଧୁର ପରାମର୍ଶ ନିଅନ୍ତୁ। କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ପକ୍ଷରେ ହୋଇପାରେ। ଅଫିସରେ ଆପଣଙ୍କର ସ୍ଥିତି ମଜଭୁତ ହେବ। ବ୍ୟବସାୟରେ କରିଆସୁଥିବା ପ୍ରୟାସରେ ପ୍ରଭାବଶାଳୀ ପରିଣାମ ଦେଖିବେ। ଜୀବନସାଥୀ ସହିତ ମନୋମାଳିନ୍ୟ ସମାପ୍ତ ହୋଇଯିବ। ପ୍ରେମୀ ଯୁଗଳଙ୍କ ସମ୍ବନ୍ଧରେ ନୂତନତ୍ବ ଆସିବ। ଛାତ୍ରୀ ପଢ଼ାଲେଖାରେ ସହପାଠୀର ସାହାଯ୍ୟ ପାଇବେ। ବିଜ୍ଞାନ ଛାତ୍ର କିଛି ନୂଆ ଶିକ୍ଷାଲାଭ କରିବେ। କାର୍ଯ୍ୟ ସାବଧାନତାର ସହ କରନ୍ତୁ।
ଶୁଭ ରଙ୍ଗ- ନୀଳ ଏବଂ ଶୁଭ ସଂଖ୍ୟା- ୮
ପ୍ରତିକାର- ଅସହାୟ ବ୍ୟକ୍ତି ବା ମହିଳାମାନଙ୍କୁ କମ୍ବଳ ଦାନ କରନ୍ତୁ
ମୀନ-
ପ୍ରତିଟି କ୍ଷେତ୍ରରେ ଭାଗ୍ୟ ସାଥ୍ ଦେବ। କ୍ୟାରିୟର ସଂପର୍କିତ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବୈଦଶିକ ବେପାର ବଣିଜରେ ବଡ଼ ଡିଲ୍ କରିବେ। ଅଫିସ୍ରେ କାମର ବୋଝ ବଢ଼ିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକମାନେ ଅନ୍ୟମାନଙ୍କୁ ଏଭଳି ବଚନ ଦିଅନ୍ତୁ ଯାହା ସଂପୂର୍ଣ୍ଣ କରିପାରିବେ। ଜମି କିଣିବା ପୂର୍ବରୁ ଦଲିଲ ଭଲ ଭାବେ ଯାଞ୍ଚ୍ କରିନିଅନ୍ତୁ ଭଲ ହେବ। ପରିବାର ଲୋକଙ୍କୁ ଆପଣଙ୍କ ଠାରୁ ବହୁତ ଅପେକ୍ଷା ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନଙ୍କର ସଂପର୍କ ଆହୁରି ମଧୁର ହେବ। ବିଦେଶରେ ଶିକ୍ଷା ପ୍ରାପ୍ତ କରିବା ଲାଗି ଇଛୁକ ଥିବା ଛାତ୍ରଛାତ୍ରୀଙ୍କ ଲାଗି ସମୟ ବହୁତ ଭଲ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ।
ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩
ପ୍ରତିକାର – ମା ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।