Deep Depression Triggers Widespread Disruption: ଗଭୀର ଅବପାତରେ ଦକ୍ଷିଣ ଓଡ଼ିଶା ବେହାଲ, ରାୟଗଡ଼ା ଓ କୋରାପୁଟରେ ବର୍ଷା ପବନରେ ଉପୁଡିଲା ଗଛ

Sep 24, 2026 - 15:38
Deep Depression Triggers Widespread Disruption: ଗଭୀର ଅବପାତରେ ଦକ୍ଷିଣ ଓଡ଼ିଶା ବେହାଲ, ରାୟଗଡ଼ା ଓ କୋରାପୁଟରେ ବର୍ଷା ପବନରେ ଉପୁଡିଲା ଗଛ

ଦକ୍ଷିଣ ଓଡ଼ିଶାରେ ପ୍ରକୋପ ଦେଖାଉଛି ଗଭୀର ଅବପାତ। ଯେତିକି ଆଗକୁ ବଢୁଛି, ସେତିକି ପ୍ରଭାବ ଦେଖାଉଛି। ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ପବନ ହେଉଛି। ଏହି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତାରେ ବଡ଼ ବଡ଼ ଗଛ ଉପୁଡ଼ିଥିବା ବେଳେ କଚ୍ଚାଘର ଭାଙ୍ଗିଛି। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ନିକଟରେ ଗଛ ପଡ଼ି ରାୟଗଡ଼ା-ଆନ୍ଧ୍ରପ୍ରଦେଶ ଭିତରେ ଯାତାୟତ ଠପ୍ ହୋଇଛି। ବିଷମକଟକ ଅଞ୍ଚଳରେ ଭୁଶୁଡ଼ିଛି କଚ୍ଚା ଘର।

ସେପଟେ କୋରାପୁଟ ଜିଲ୍ଲାରେ ବି ପ୍ରଭାବ ଦେଖାଇଛି ଗଭୀର ଅବପାତ। ଲକ୍ଷ୍ମୀପୁର ବ୍ଲକ ମାଣ୍ଡିଆଗୁଡା ଗାଁ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି। ଫଳରେ ନାରାୟଣପାଟଣା ଓ ବନ୍ଧୁଗାଁକୁ ବାଧାପ୍ରାପ୍ତ ହୋଇଛି ଯାତାୟାତ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗଛ କାଟି ରାସ୍ତା ଅବରୋଧ ହଟାଉଛନ୍ତି। ... 

ଖଲ୍ଲିକୋଟ ବଡ଼ ଘାଟିରେ ଖସିଲା ବିରାଟ ପଥର। ବ୍ରହ୍ମପୁର-ଭୁବନେଶ୍ୱରକୁ ଯାତାୟାତ ବାଧାପ୍ରାପ୍ତ। ଏନ୍ ଏଚ୍  ୧୬ରେ ଅଟକି ରହିଛି ଶହ ଶହ ଗାଡ଼ି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ସହ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ଉଦ୍ଧାର ଏବଂ ରାସ୍ତା ସଫେଇ କାର୍ଯ୍ୟ ଜାରି ରଖିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବର୍ତ୍ତମାନ NHAI କର୍ତ୍ତୃପକ୍ଷ ବଡ଼ଘାଟି ରେ ପହଞ୍ଚି ଖସିଥିବା ପଥରକୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି ।

ଲଗାଣ ବର୍ଷା ପ୍ରଭାବରେ ଗଜପତି ଜିଲ୍ଲା ଗୁମ୍ମାରେ ଅନେକ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଅବରୋଧ ସହ ବିଦ୍ୟୁତ ତାର ଛିଡି ପଡିଛି।  ବିଦ୍ୟୁତ ତାର ଉପରେ ଗଛ ପଡ଼ିବାରୁ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଗୁମ୍ମା ବ୍ଲକର ଡୁମ୍ବାଡା ପଞ୍ଚାୟତ ଅନ୍ତର୍ଗତ ସିଣ୍ଡିସିଂ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ନିକଟରେ ଏକ ବିରାଟ ଗଛ ଉପୁଡିବାରୁ ବ୍ଲକ ମୁଖ୍ୟାଳୟକୁ ଯାତାୟତ ଅବରୋଧ ହୋଇଛି। ସେହିପରି ବୃଷଭ ପଞ୍ଚାୟତ ଅନ୍ତର୍ଗତ ଜୁରବୁଡ଼ି ଏବଂ ତୁମୁଲ ପଞ୍ଚାୟତର ବୁରୁସିଂ ଗ୍ରାମ ନିକଟରେ ବିଦ୍ୟୁତ୍  ତାର ଉପରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି।

ଏଥିଯୋଗୁଁ ସମ୍ପୃକ୍ତ ଅଞ୍ଚଳରେ ଯାତାୟାତ ବାଧାପ୍ରାପ୍ତ ସହ ବିଦ୍ୟୁତ୍  ସେବା ବ୍ୟାହତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ଗୁମ୍ମା ଅଗ୍ନିଶମ ବିଭାଗ ପକ୍ଷରୁ ରାସ୍ତାରୁ ଗଛ ହଟାଇବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଗଛଗୁଡ଼ିକୁ କାଟି ରାସ୍ତା ସ୍ୱାଭାବିକ କରିବା ଦିଗରେ ପଦକ୍ଷେପ ନିଆଯାଉଛି। 

ଦକ୍ଷିଣ ଓଡ଼ିଶାରେ ଗଭୀର ଅବପାତ ପ୍ରକୋପ 
ତୁହାତୁ ତୁହା ବର୍ଷା ସହ ବହୁଛି ପବନ 
ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ବିତ୍ପାତ
ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ, ଭାଙ୍ଗିଲା କଚ୍ଚା ଘର
ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ନିକଟରେ ଉପୁଡ଼ିଲା ଗଛ 
ରାୟଗଡ଼ା-ଆନ୍ଧ୍ରପ୍ରଦେଶ ଭିତରେ ଯାତାୟତ ଠପ୍ 
କୋରାପୁଟ ଜିଲ୍ଲା ମାଣ୍ଡିଆଗୁଡା ଗାଁ ନିକଟରେ ଗଛ ପଡ଼ିଲା
ନାରାୟଣପାଟଣା ଓ ବନ୍ଧୁଗାଁକୁ ଯାତାୟତ ବାଧାପ୍ରାପ୍ତ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।