IPO: ୩୦ ବର୍ଷ ପରେ ଗୋଟିଏ ଦିନରେ ୬ ଆଇପିଓ
"ନୂଆଦିଲ୍ଲୀ: ଭାରତୀୟ ପୁଞ୍ଜି ବଜାରରେ ଆସନ୍ତାକାଲି ଗୋଟିଏ ଦିନରେ ୬ଟି ଇନିସିଆଲ ପବ୍ଲିକ ଅଫରିଂ (ଆଇପିଓ) ଜାରି ହେବ।
ଦୀର୍ଘ ୩୦ ବର୍ଷ ପରେ ପୁଣି ଥରେ ଏଭଳି ଘଟିବାକୁ ଯାଉଛି।
ଶେଷ ଥର ପାଇଁ ୧୯୯୬ ଅକ୍ଟୋବର ୧୪ରେ ଗୋଟିଏ ଦିନରେ ୬ଟି ଆଇପିଓ ଆସିଥିଲା।
ଏହି ୬ଟି ଆଇପିଓ ଜରିଆରେ କମ୍ପାନିଗୁଡ଼ିକ ପ୍ରାୟ ୪,୩୮୬ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି।
Advertisment ୧୯୯୬ରେ ଆସିଥିବା ୬ ଆଇପିଓ ମାଧ୍ୟମରେ କମ୍ପାନିଗୁଡ଼ିକ ମାତ୍ର ୨୨ କୋଟି ଟଙ୍କା ବଜାରରୁ ସଂଗ୍ରହ କରିଥିଲେ।
ତିନି ଦଶନ୍ଧି ପରେ ସେଭଳି ସଂଯୋଗ ପୁଣିଥରେ ଆସିଛି।
ଏଥର କିନ୍ତୁ କମ୍ପାନିଗୁଡ଼ିକ ବିପୁଳ ପରିମାଣର ପାଣ୍ଠି ସଂଗ୍ରହ କରିବାକୁ ଯାଉଛି ଯାହା ଭାରତୀୟ ପୁଞ୍ଜି ବଜାରରେ ହୋଇଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ଦର୍ଶାଉଛି।
IPO: ଏସପ୍ତାହରେ ୫ଟି ଆଇପିଓ ରେଣ୍ଟୋମୋଜୋ, ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନି ଇଣ୍ଡିଆ, ମଣିପାଲ ପେମେଣ୍ଟ୍ ଆଣ୍ଡ ଆଇଡେଣ୍ଟିଟି ସଲ୍ୟୁସନ୍ସ, ଷ୍ଟିମ୍ହାଉସ୍ ଇଣ୍ଡିଆ, ଏଲସିସି ପ୍ରୋଜେକ୍ଟସ୍ ଓ କରମତାରା ଇଞ୍ଜିନିୟରିଂ ଏହି ଆଇପିଓଗୁଡ଼ିକୁ ଜାରି କରିବେ।
ଚଳିତ ସପ୍ତାହରେ ୧୨ଟି ଆଇପିଓ ଆସିବା ଯୋଜନା ରହିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।