Western Odisha: ସମ୍ବାଦ ସାହିତ୍ୟ ସମାରୋହ ‘କାଇଁଶ୍ ଫୁଲ୍’: ଓଡ଼ିଆ ସାହିତ୍ୟର ବିକାଶରେ ପଶ୍ଚିମ ଓଡ଼ିଶାର ଅବଦାନ ଅତୁଳନୀୟ
"ସମ୍ବଲପୁର: ମେହେର ସାହିତ୍ୟ ହେଉ ବା ସନ୍ଥ କବି ଭୀମଭୋଇଙ୍କ ସାହିତ୍ୟ ଅଥବା ହଳଧର ନାଗଙ୍କ ସାହିତ୍ୟ, ସବୁଥିରେ ସରଳତା, ମାଧୁର୍ଯ୍ୟ, କଳା, ସଂସ୍କୃତିର ଛାପ ରହିଛି।
ଓଡ଼ିଆ ସାହିତ୍ୟକୁ ଋଦ୍ଧିମନ୍ତ କରିବାରେ ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ।
ସମ୍ବଲପୁର ଦୁର୍ଗାପାଲିସ୍ଥିତ "ରିଭର୍ ଇନ୍ ରିସର୍ଟ"ରେ ଅନୁଷ୍ଠିତ ସମ୍ବଲପୁର "ସମ୍ବାଦ" ସାହିତ୍ୟ ସମାରୋହ "କାଇଁଶ ଫୁଲ୍"ରେ ଯୋଗ ଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି। "ସମ୍ବାଦ" ଓ "କନକ ନ୍ୟୁଜ୍"ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦ୍ଘାଟନୀ ସଭାରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ବାବାଜୀ ଚରଣ ପଟ୍ଟନାୟକ କହିଲେ, ଅଧିକ ପ୍ରଚଳନରେ ହିଁ ଆଞ୍ଚଳିକ ଭାଷା ସମୃଦ୍ଧ ହୋଇଥାଏ।
ପଶ୍ଚିମ ଓଡ଼ିଶାରେ ନିଜର ଅନୁଭୂତି କହିବା ସହିତ କବି ମାୟାଧର ମାନସିଂହଙ୍କ ସମ୍ବଲପୁର ଓ ଗଙ୍ଗାଧର ମେହେର କଲେଜ ସହ ସମ୍ପର୍କ, ଏହି ମାଟିରୁ କିଭଳି ସେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ ହୋଇଥିଲେ ତାହା ବର୍ଣ୍ଣନା କରିଥିଲେ।
ଅନ୍ୟତମ ଅତିଥି ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଡ.
ହୃଷୀକେଶ ମଲ୍ଲିକ କହିଲେ, ହାତୀ ପାଇଁ ଯେଭଳି ସ୍ବତନ୍ତ୍ର କରିଡର୍ ରହିଛି, ଭାଷା ପାଇଁ ବି ସେଭଳି ସ୍ବତନ୍ତ୍ର କରିଡର୍ ରହିଛି।
ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳର ଭାଷା ପାଇଁ ସ୍ବତନ୍ତ୍ର କରିଡର୍ ରହିଛି।
କିନ୍ତୁ ଉଭୟ ଅଞ୍ଚଳର ଭାଷାର ମିଳନରେ ଯେଉଁ ସାହିତ୍ୟ ସୃଷ୍ଟି ହୁଏ ତାହାର ମାଧୁର୍ଯ୍ୟ ବଢ଼ିଯାଏ।
୧ ଲକ୍ଷ ୮୫ ହଜାର ଶବ୍ଦ ପରେ ଓଡ଼ିଆ ଭାଷାରେ ଆଉ କେତେ ଶବ୍ଦ ଯୋଡ଼ାଯାଇଛି ତାହାର ଆକଳନ କରାଯାଇନି।
୧୯୪୦ ମସିହା ପରେ ଓଡ଼ିଆ ଭାଷାରେ ଯେଉଁ ଶବ୍ଦଗୁଡ଼ିକ ଆସିଛି ସେସବୁକୁ ସଂଗ୍ରହ କରି ଗୋପାଳ ପ୍ରହରାଜଙ୍କ ଭଳି ଆଉ ଏକ ନୂତନ ଶବ୍ଦକୋଷ ଲେଖିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମଲ୍ଲିକ ମତ ରଖିଥିଲେ।Advertisment Odisha scientist: ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକ ତାଲିକାରେ ସ୍ଥାନ ପାଇଲେ ଓଡ଼ିଆ ପୁଅ ନିଜ ଅଭିଭାଷଣରେ ସଭାଧ୍ୟକ୍ଷ ଶ୍ରୀମତୀ ପଟ୍ଟନାୟକ କହିଲେ, ଏହି ମାଟି କଳା, ସାହିତ୍ୟକୁ ଚିହ୍ନିଥିବା ବେଳେ ଅନେକ ବିଶ୍ବପ୍ରସିଦ୍ଧ ସାହିତ୍ୟ ସର୍ଜନା କରିଛି।
ସ୍ବଭାବ କବି ଗଙ୍ଗାଧର ମେହେର, ସନ୍ଥ କବି ଭୀମଭୋଇ, କବି ହଳଧର ନାଗଙ୍କ ଭଳି ସ୍ରଷ୍ଟାଙ୍କର ସାହିତ୍ୟ ବିଶ୍ବ ଦରବାରରେ ବିଦିତ ହୋଇପାରିଛି।
କୃତ୍ରିମ ବୁଦ୍ଧିମତ୍ତାର ଯୁଗରେ ବି କବି, ଲେଖକ, ସାହିତ୍ୟିକଙ୍କ ରଚନାରେ ରହୁଥିବା ବେଦନା, ଅଙ୍ଗେ ନିଭେଇଥିବା ଘଟଣା ବା ଆଖିରେ ଦେଖିଥିବା ଚିତ୍ର ହିଁ ସାହିତ୍ୟକୁ ଜୀବନ୍ତ ରୂପ ଦେଇଥାଏ। "ସମ୍ବାଦ" ଓ "ସାହିତ୍ୟ" କେବେ ଦୂରେଇ ରହିପାରିବେନି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ।
କାର୍ଯ୍ୟକ୍ରମରେ ସ୍ବାଗତ ସମ୍ଭାଷଣ ରଖି "ସମ୍ବାଦ" ଓ "କନକ୍ ନ୍ୟୁଜ୍"ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ କହିଲେ, ସାହିତ୍ୟର ଅନେକ ଅଙ୍ଗ ଦିନକୁ ଦିନ କାମ କରିବା ବନ୍ଦ କରିଦେଲାଣି।
କେଉଁଠି ନା କେଉଁଠି ଏହା ଦିବ୍ୟାଙ୍ଗ ହେବାକୁ ବସିଲାଣି।
ଓଡ଼ିଶାରେ ସଂସ୍କୃତି, ସାହିତ୍ୟକୁ ନେଇ ଅନେକ ଆଲୋଚନା ହେଉଛି।
ସାହିତ୍ୟ ଯେତିକି ସମୃଦ୍ଧ ହେବ, ବିକାଶର ଧାରା ସେତେ ଆଗେଇ ଯାଇପାରିବ।
ଖବରକାଗଜ ଓ ସାହିତ୍ୟ ହେଉଛନ୍ତି ଯାଆଁଳା ଭାଇ।
DMF: ଡିଏମଏଫରେ ଖର୍ଚ୍ଚ ୪୦ଲକ୍ଷ, ଦାଖଲ ହୋଇଛି ୨୫ ଲକ୍ଷର ବିନିଯୋଗ ପ୍ରମାଣପତ୍ର ଖବରକାଗଜ ଆଖି ହେଲେ ସାହିତ୍ୟ ହେଉଛି ଏହାର ଆତ୍ମା।
ତେଣୁ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥାଟିଏ ସାହିତ୍ୟରୁ ଦୂରେଇ ରହି ପାରିବନି ବୋଲି ସେ କହିଥିଲେ। "ସମ୍ବାଦ" ସମ୍ବଲପୁର ସଂସ୍କରଣ ମୁଖ୍ୟ ଜ୍ଞାନରଞ୍ଜନ ମିଶ୍ର ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।
ଏହି ନିଆରା ସାହିତ୍ୟ ସମାରୋହର ଅନ୍ୟ ଅଧିବେଶନଗୁଡ଼ିକରେ "ସମକାଳୀନ ସାହିତ୍ୟ କେତେ ସମାଜ ଅଭିମୁଖୀ" ଶୀର୍ଷକ ଆଲୋଚନା, କବିତାଳାପ, ଯୁବ ଓ ବ୍ୟଙ୍ଗ ଶିଳ୍ପୀଙ୍କ ଆସର, କବିତା ପାଠୋତ୍ସବ, ସମ୍ବଲପୁରୀ ନୃତ୍ୟ ଏବଂ ଗୁରୁ ରବୀନ୍ଦ୍ରନାଥ ଟେଗୋରଙ୍କ ଗଳ୍ପ ଉପରେ ଆଧାରିତ ନାଟକ "କାବୁଲିବାଲା" ପରିବେଷିତ ହୋଇଥିଲା।
ଏଥିରେ ବହୁ ବିଶିଷ୍ଟ କବି, ଗାଳ୍ପିକ, ଆଲୋଚକ, ସ୍ତମ୍ଭକାର, ନାଟ୍ୟକାର, ନୃତ୍ୟଶିଳ୍ପୀ ତଥା ସାହିତ୍ୟ ଅନୁରାଗୀମାନେ ସାମିଲ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।