What Are US Midterm Elections: ମିଡଟର୍ମ ଇଲେକ୍ସନ କଣ; ଟ୍ରମ୍ପ ହାରିଲେ ମିଡଟର୍ମ, ଚାଲିଯିବ କି ରାଷ୍ଟ୍ରପତି ପଦବୀ?

Nov 04, 2026 - 17:55
What Are US Midterm Elections: ମିଡଟର୍ମ ଇଲେକ୍ସନ କଣ; ଟ୍ରମ୍ପ ହାରିଲେ ମିଡଟର୍ମ, ଚାଲିଯିବ କି ରାଷ୍ଟ୍ରପତି ପଦବୀ?

ଆମେରିକାରେ 'ମିଡଟର୍ମ ନିର୍ବାଚନ'କୁ ନେଇ ସାରା ବିଶ୍ବରେ ଏବେ ଚର୍ଚ୍ଚା।

ଅନେକ ଭାବୁଥିବେ, ଏହି ମିଡଟର୍ମ ନିର୍ବାଚନ ପ୍ରକୃତରେ କ'ଣ ?

କାହିଁକି ହୁଏ?

ବିରୋଧୀ ଦଳ ଜିତିଥିବାରୁ, କ'ଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଦ ଛାଡ଼ିବେ?

ଚାଲନ୍ତୁ ଏହାକୁ ସହଜ ଭାଷାରେ ବୁଝିବା।

Advertisment ପ୍ରଥମେ ଜାଣିବା ମିଡଟର୍ମ ଇଲେକ୍ସନ କଣ ?

ଆମେରିକାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୪ ବର୍ଷ ।

କିନ୍ତୁ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଠିକ୍ ମଝିରେ, ଅର୍ଥାତ୍ ଦୁଇ ବର୍ଷ ପରେ, ଦେଶର ସଂସଦ ବା 'କଂଗ୍ରେସ' ପାଇଁ ଭୋଟ୍ ନିଆଯାଏ।

ତାକୁ ହିଁ ମିଡଟର୍ମ ବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ।

ଏଥିରେ ଆମେରିକାର କଂଗ୍ରେସର ଦୁଇଟି ଗୃହ ପାଇଁ ନିର୍ବାଚନ ହୁଏ।

ଆମ ଦେଶରେ ପାର୍ଲାମେଣ୍ଟରେ ଲୋକସଭା ଓ ରାଜ୍ୟସଭା ଭଳି ଆମେରିକା ସଂସଦରେ ବି ଦୁଇଟି ଗୃହ ଅଛି।

ଗୋଟିଏ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ, ଅନ୍ୟଟି ସିନେଟ୍।

ମିଡ୍ ଟର୍ମ ଇଲେକସନରେ ଆମେରିକା ସଂସଦର Lower House ବା 'ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍'ର ସମସ୍ତ ୪୩୫ଟି ଆସନ ଓ Upper House ବା 'ସିନେଟ୍'ର ପ୍ରାୟ ଏକ-ତୃତୀୟାଂଶ ଆସନ ପାଇଁ ଭୋଟିଂ ହୋଇଥାଏ।

ଏହି ନିର୍ବାଚନ ହେଉଛି ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇ ବର୍ଷର କାର୍ଯ୍ୟ ଉପରେ ଜନତାଙ୍କ ରାୟ।

Advertisment ମିଡଟର୍ମ ନିର୍ବାଚନ ଫଳାଫଳ ଯୋଗୁଁ ରାଷ୍ଟ୍ରପତି ସିଧାସଳଖ ପଦ ହରାନ୍ତି ନାହିଁ।

କାରଣ ଭାରତ ଭଳି ସଂସଦୀୟ ବ୍ୟବସ୍ଥାରେ ସଂସଦ ଭଙ୍ଗ ହେବା ବା ସରକାର ପଡ଼ିଯିବା ଭଳି ନିୟମ ଆମେରିକାରେ ନାହିଁ।

ରାଷ୍ଟ୍ରପତି ନିଜର ୪ ବର୍ଷ କାର୍ଯ୍ୟକାଳ ପୂରା କରିବାକୁ ହକଦାର।

ଆମେ ଜାଣିଲେ ମିଡ୍ ଟର୍ମ କଣ, ଏବେ ଜାଣିବା କାହିଁକି ହୁଏ ଏହି ନିର୍ବାଚନ ?

ଆମେରିକାର ଗଣତନ୍ତ୍ରରେ ରାଷ୍ଟ୍ରପତିଙ୍କ ହାତରେ ସବୁ କ୍ଷମତା ନାହିଁ।

ସେଠାରେ ରହିଛି ଏକ ବ୍ୟବସ୍ଥା...

ଯାହାର ନାଁ ଚେକ୍ସ ଆଣ୍ଡ ବାଲାନ୍ସେସ୍।

ଅର୍ଥାତ୍ ରାଷ୍ଟ୍ରପତି ସରକାର ଚଳାଇବେ, କିନ୍ତୁ ଆଇନ ତିଆରି କରିବା, ବଜେଟ୍ ପାସ୍ କରିବା ଆଉ ସରକାରଙ୍କ କାମ ଉପରେ ନଜର ରଖିବାରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ।

ତେଣୁ ପ୍ରତି ଦୁଇ ବର୍ଷରେ ଜନତାଙ୍କୁ ସୁଯୋଗ ମିଳେ ନିଜ ପ୍ରତିନିଧି ବାଛିବାର।

ସରକାରଙ୍କ କାମରେ ସନ୍ତୁଷ୍ଟ ଥିଲେ ଶାସକ ଦଳକୁ ସମର୍ଥନ।

ଅସନ୍ତୁଷ୍ଟ ଥିଲେ ବିରୋଧୀ ଦଳକୁ ସୁଯୋଗ।

ସେଥିପାଇଁ ମିଡଟର୍ମ ନିର୍ବାଚନକୁ ରାଷ୍ଟ୍ରପତିଙ୍କ ଶାସନର ମଝି ରାସ୍ତାରେ ଜନମତର ପରୀକ୍ଷା ବୋଲି ମଧ୍ୟ କୁହାଯାଏ।

ଟ୍ରମ୍ପ ମିଡଟର୍ମ ହାରିଲେ କ'ଣ ହେବ?

ଆଗାମୀ ଦୁଇ ବର୍ଷ ଶାସନ ଚଳାଇବା ସହଜ ହେବ ନାହିଁ ନୂଆ ଆଇନ ପ୍ରଣୟନ କରିବା ସହଜ ହେବନି ବିଲ୍ ପାସ୍ କରିବା କଷ୍ଟକର ହେବ ଆଗାମୀ ନୀତି ଓ ରାଜନୈତିକ ରଣନୀତି ଉପରେ ପ୍ରଭାବ ପଡ଼ିବ ବିଦେଶ ନୀତି କାର୍ଯ୍ୟକାରୀ କରିବା କଷ୍ଟକର ହୋଇପଡ଼ିବ ରାଷ୍ଟ୍ରପତିଙ୍କ ନୀତି ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ବିରୋଧୀ ଡେମୋକ୍ରାଟମାନେ ଟ୍ରମ୍ପ ପ୍ରଶାସନର ବିଭିନ୍ନ ନିଷ୍ପତ୍ତିର ତଦନ୍ତ କରିପାରିବେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭର ରାସ୍ତା ଖୋଲା ରହିବ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।