Trump’s Republicans Lose: ଆମେରିକା ମିଡ୍ ଟର୍ମ ଇଲେକସନରେ ଟ୍ରମ୍ପଙ୍କୁ ଝଟକା; କଂଗ୍ରେସର ଉଭୟ ଗୃହରେ ମିଳିଲାନି ବହୁମତ

Nov 04, 2026 - 17:55
Trump’s Republicans Lose: ଆମେରିକା ମିଡ୍ ଟର୍ମ ଇଲେକସନରେ ଟ୍ରମ୍ପଙ୍କୁ ଝଟକା; କଂଗ୍ରେସର ଉଭୟ ଗୃହରେ ମିଳିଲାନି ବହୁମତ

ଆମେରିକା ମିଡ୍ ଟର୍ମ ଇଲେକସନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ଼ ଝଟକା।

ଆମେରିକା କଂଗ୍ରେସର ଉଭୟ ଗୃହରେ ବହୁମତ ହାସଲରେ ଫେଲ୍ ମାରିଛି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି।

ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭସ୍ ଓ ସିନେଟରେ ଡେମୋକ୍ରାଟ୍ ଦଳ ବହୁମତ ହାସଲ କରିଛି।

ମୋଟ ୪୩୫ ଆସନ ମଧ୍ୟରୁ ମ୍ୟାଜିକ୍ ନମ୍ବର ୨୧୮ ପାର୍ କରି ଡେମୋକ୍ରାଟିକ ପାର୍ଟି ବିଜୟ ସୁନିଶ୍ଚିତ କରିଛି।

Advertisment ଏହାସହ ସିନେଟରେ ମଧ୍ୟ ଡେମୋକ୍ରାଟମାନେ ନିୟନ୍ତ୍ରଣ ହାସଲ କରିଛନ୍ତି।

୧୦୦ ଆସନ ବିଶିଷ୍ଟ ସିନେଟରେ ଡେମୋକ୍ରାଟ ୫୪ ସିଟ ହାତେଇଥିବା ବେଳେ ଟ୍ରମ୍ପଙ୍କ ରିପବ୍ଲିକାନକୁ ମିଳିଛି ୪୪ ଆସନ।

ସେହିପରି ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭିରେ ଡେମୋକ୍ରାଟ ୨୨୮ ଓ ରିପବ୍ଲିକାନ୍ ୧୩୯ ସିଟ୍ ପାଇଛି।

୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଜିତିଥିବା ଅନେକ ସ୍ୱିଙ୍ଗ୍ ଷ୍ଟେଟ୍ ତଥା ପ୍ରମୁଖ ରାଜ୍ୟରେ ଏଥର ରିପବ୍ଲିକାନ ପ୍ରାର୍ଥୀମାନେ ପରାଜୟ ବରଣ କରିଛନ୍ତି।

ମିଚିଗାନ, ଟେକ୍ସାସ, ୱିସକନସିନ ଭଳି ରାଜ୍ୟରେ ଡେମୋକ୍ରାଟ ପ୍ରାର୍ଥୀମାନେ ଉଲ୍ଲେଖନୀୟ ବିଜୟ ହାସଲ କରିଛନ୍ତି।

ଏହାପରେ ଟ୍ରମ୍ପ ନିର୍ବାଚନ ଫଳାଫଳକୁ ନିଜ ପ୍ରଶାସନ ଉପରେ ଜନମତ ନୁହେଁ ବୋଲି ଦର୍ଶାଇଛନ୍ତି।

କଂଗ୍ରେସରେ ବିଲଗୁଡ଼ିକୁ ଭିଟୋ ପ୍ରୟୋଗ କରି ବିରୋଧୀ ଅଟକାଇବେ ବୋଲି ସଙ୍କେତ ଦେଇଛନ୍ତି।

Advertisment ମିଡଟର୍ମ ଇଲେକସନ୍ ହାରିଲେ ଟ୍ରମ୍ପ ଆମେରିକା ମିଡ୍ ଟର୍ମ ଇଲେକସନରେ ଟ୍ରମ୍ପଙ୍କୁ ଝଟକା ଆମେରିକା କଂଗ୍ରେସର ଉଭୟ ଗୃହରେ ମିଳିଲାନି ବହୁମତ ଉଭୟ ସଦନରେ ବହୁମତ ହାସଲ କଲା ଡେମୋକ୍ରାଟିକ୍ ପାର୍ଟି ମ୍ୟାଜିକ୍ ନମ୍ବର ୨୧୮ ପାର୍ କରିଛି ଡେମୋକ୍ରାଟିକ ପାର୍ଟି ଟ୍ରମ୍ପଙ୍କ ସ୍ୱିଙ୍ଗ୍ ଷ୍ଟେଟରେ ହାରିଲେ ରିପବ୍ଲିକାନ ପ୍ରାର୍ଥୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।