WhatsApp: ହ୍ବାଟସ୍‌ଆପ୍‌ରେ ଦେଇହେବ ପାଣି ଓ ବିଜୁଳି ବିଲ୍‌

Sep 03, 2026 - 15:43
WhatsApp: ହ୍ବାଟସ୍‌ଆପ୍‌ରେ ଦେଇହେବ ପାଣି ଓ ବିଜୁଳି ବିଲ୍‌

"ନୂଆଦିଲ୍ଲୀ: ଏଣିକି ବିଜୁଳି, ପାଣି, ଗ୍ୟାସ୍‌ ଓ ଫାସ୍‌ଟ୍ୟାଗ୍‌ ବିଲ୍‌ ପଇଠ କରିବା ପାଇଁ ଭିନ୍ନ ଭିନ୍ନ ଆପ୍‌ ଖୋଲିବାକୁ ପଡ଼ିବନାହିଁ।

ହ୍ବାଟସ୍‌ଆପ୍‌ ଜରିଆରେ ଏହି ସବୁ ବିଲ୍‌ ପଇଠ କରିହେବ।

ସେଥିପାଇଁ କମ୍ପାନି ଭାରତରେ ନୂଆ ବିଲ୍‌ ପେମେଂଟ୍‌ସ ସୁବିଧା ଆରମ୍ଭ କରିଛି।

ଆପ୍‌ ଭିତରେ ରହି ଗ୍ରାହକମାନେ ବିଭିନ୍ନ ବିଲ୍‌କୁ ଖୋଜିବା, ଦେଖିବା ଓ ପଇଠ କରିବା ସୁବିଧା ପାଇପାରିବେ।

ଭାରତ କନେକ୍ଟ ନେଟୱର୍କ ଜରିଆରେ ଏହି ସୁବିଧା ଦିଆଯାଉଛି।

ଏଥିରେ ୩୦ଟି ବର୍ଗର ୨୨,୭୨୨ ବିଲର୍‌ ରହିଛନ୍ତି।Advertisment ଗୋଟିଏ ବିଲ୍‌ରେ ଏକାଧିକ ଆକାଉଂଟ୍‌ ଗ୍ରାହକମାନେ ବୀମା ପ୍ରିମିୟମ, କ୍ରେଡିଟ୍‌ କାର୍ଡ ବିଲ୍‌ ଓ ଋଣ ପରିଶୋଧ ଭଳି ପେ‌ମେଂଟ୍‌ ମଧ୍ୟ କରିପାରିବେ।

ହ୍ବାଟସ୍‌ଆପ୍‌ର ହୋମ୍‌ ସ୍କ୍ରିନ୍‌ରେ ଥିବା "ଟଙ୍କା" ଚିହ୍ନ ଉପରେ ଟ୍ୟାପ୍‌ କରି ବିଲ୍‌ ପଇଠ କରିହେବ।

ପାଣି ବିଲ୍‌ ପଇଠ କରିବାକୁ ହେଲେ "ଜଳ" ବର୍ଗ ଓସଂପୃକ୍ତ ବିଲର୍‌ଙ୍କୁ ବାଛିବାକୁ ପଡ଼ିବ।

ପରେ ଗ୍ରାହକ ନମ୍ବର ବା ଆକାଉଣ୍ଟ ସମ୍ପର୍କିତ ତଥ୍ୟ ଦେବା ଦେଇ ବିଲ୍‌ ପଇଠ କରିପାରିବେ।

ଗ୍ରାହକମାନେ ୟୁପିଆଇ, ଡେବିଟ୍‌ କାର୍ଡ କିମ୍ବା କ୍ରେଡିଟ୍‌ କାର୍ଡ ଜରିଆରେ ବିଲ୍‌ ପେମେଂଟ୍‌ କରିପାରିବେ।

ଗୋଟିଏ ବିଲ୍‌ରେ ଏକାଧିକ ଆକାଉଂଟ୍‌ ପରିଚାଳନା କରିବା ସୁବିଧା ମିଳିବ।

ପୂର୍ବରୁ ପଇଠ ହୋଇଥିବା ବିଲ୍‌ର ତଥ୍ୟକୁ ମଧ୍ୟ ଲୋକମାନେ ହ୍ବାଟସ୍‌ଆପ୍‌ରେ ଦେଖିପାରିବେ।

ଏହି ସୁବିଧା ଚଳିତ ମାସ ୨ ତାରିଖରୁ ଭାରତରେ ଆରମ୍ଭ ହୋଇଛି।

ତେବେ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯାଉଛି।

ଆସନ୍ତା କିଛି ସପ୍ତାହ ମଧ୍ୟରେ ଆଣ୍ଡ୍ରଏଡ୍‌ ଓ ଆଇଓଏସ୍‌ ବ୍ୟବହାରକାରୀଙ୍କ ପାଇଁ ଏହା ଉପଲବ୍ଧ ହେବ।

ମେଟା ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଓ କଣ୍ଟ୍ରି ହେଡ୍‌ ଅରୁଣ ଶ୍ରୀନିବାସ କହିଛନ୍ତି ଯେ ଲୋକଙ୍କ ପାଇଁ ବିଲ୍‌ ପଇଠକୁ ମେସେଜ୍‌ ପଠାଇବା ଭଳି ସହଜ କରିବା ଏହି ସୁବିଧାର ଲକ୍ଷ୍ୟ।

ଆଉ ବିଭିନ୍ନ ବିଲ୍‌ ପଇଠ କରିବାକୁ ଭିନ୍ନ ଭିନ୍ନ ଆପ୍‌ ଖୋଲିବାକୁ ପଡ଼ିବ ନାହିଁ।

Air India: ଯାନ୍ତ୍ରିକ ତ୍ରୁଟି: ଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନକୁ ଲକ୍ଷ୍ନୌକୁ ମାର୍ଗ ପରିବର୍ତ୍ତନ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।