Drone flies: କଟକଣାକୁ ମାନୁ ନାହାନ୍ତି; ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

Sep 04, 2026 - 20:18
Drone flies: କଟକଣାକୁ ମାନୁ ନାହାନ୍ତି; ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

"ପୁରୀ (ଶିବ ପ୍ରସାଦ ଦାସ): କୋଟିକୋଟି ଶ୍ରଦ୍ଧାଳୁଙ୍କ ମଉଡ଼ମଣି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଉପରେ ପୁଣି ଥରେ ଡ୍ରେନ୍‌ ଉଡ଼ିଛି।

ଶ୍ରୀମନ୍ଦିର ଅଞ୍ଚଳକୁ ନୋ ଫ୍ଲାଇଂ ଜୋନ୍‌ ଘୋଷଣା କରାଯାଇଥିବା ବେଳେ କିଛି ଲୋକ ନିଜର ସ୍ବାର୍ଥକୁ ଦୃଷ୍ଟିରେ ରଖି ଏଠାରେ ଡ୍ରୋନ୍‌ ଉଡ଼ାଉଛନ୍ତି, ଯାହାକି ଭକ୍ତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହେଉଛି।

Advertisment ପୁଣି ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ବଡ ପ୍ରଶ୍ନବାଚୀ ଉଠିଛି l ନୋ ଫ୍ଲାଇଂ ଜୋନ୍ ଭିତରେ ପୁଣି ଉଡ଼ିଲା ଡ୍ରୋନ୍।

ଶ୍ରୀମନ୍ଦିରର ସିଂହଦ୍ୱାରଠୁ ନୀଳଚକ୍ର ଯାଏଁ ଡ୍ରୋନ୍ ଉଡୁଥିବା ଦେଖିବାକୁ ମିଳିଛିl ଶ୍ରୀମନ୍ଦିର ଓ ଏହାର ଆଖପାଖ ସମ୍ପୂର୍ଣ୍ଣ ନୋ ଫ୍ଲାଇଂ ଜୋନ୍ ଡ୍ରୋନ୍ ଉଡାଇବା ସମ୍ପୂର୍ଣ ନିଷେଧ।

ହେଲେ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛିl ଗତ କିଛି ମାସ ମଧ୍ୟରେ ଏଭଳି ଘଟଣା ବାରମ୍ବାର ଘଟୁଛି।

ଶ୍ରୀମନ୍ଦିର ଉପରେ ବାରମ୍ବାର ଏଭଳି ଡ୍ରୋନ ଉଡୁଥିବାବେଳେ ପୁଲିସ ନିରବ ଦ୍ରଷ୍ଟା ସାଜିବା ଓ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଘଟଣାକୁ ଶ୍ରଦ୍ଧାଳୁ ଓ ସେବାୟତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା ହେଉଥିବାବେଳେ ପୁଲିସ ପ୍ରଶାସନ ଓ ସରକାର ଚୁପ୍ ବସିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି।

କିଏ ଏବଂ କାହିଁକି ଡ୍ରୋନ୍ ଉଡାଇଲା ତା'କୁ ନେଇ ଉଠିଛି ପ୍ରଶ୍ନ ?

ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଉପରେ ବାରମ୍ବାର ଉଡିଛି ଡ୍ରୋନ୍।

ହେଲେ ଡ୍ରୋନ ଉଡାଣ ଉପରେ ରୋକ୍ ଲଗାଇବାରେ କୌଣସି ସ୍ଵତନ୍ତ୍ର ପଦକ୍ଷେପ ପୋଲିସ ପକ୍ଷରୁ ନିଆଯାଉନାହିଁ ।

ତୁରନ୍ତ ଶ୍ରୀମନ୍ଦିର ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ଶ୍ରଦ୍ଧାଳୁ।

ସୂଚନା ଅନୁସାରେ ଆଜି ଶ୍ରୀମନ୍ଦିରର ସିଂହଦ୍ବାର ଠାରୁ ନୀଳଚକ୍ର ଯାଏଁ ଡ୍ରୋନ୍‌ ଉଡ଼ିଥିବା ଭକ୍ତମାନେ ଦେଖିଛନ୍ତି।

ଡ୍ରୋନ୍‌ ଉଡ଼ିବା ସମୟରେ ଭକ୍ତମାନେ ଏହା ଦେଖିବା ପରେ ସିଂହଦ୍ବାର ଥାନା ପୁଲିସକୁ ସୂଚନା ଦିଆଯାଇ ଥିଲା।

ପୁଲିସ ଘଟଣାର ତଦନ୍ତ କରୁଛି।

Temple: ଶ୍ରୀମନ୍ଦିରରେ ଋଷିପୂଜନ ପରମ୍ପରା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।