Where Trees Are Roads: ବଣ ମଣିଷଙ୍କ କାହାଣୀ, ଗଛ ଡାଳ ହିଁ ସେମାନଙ୍କ ରାସ୍ତା
ଓରାଙ୍ଗଉଟାନଙ୍କ ଚାଲିଚଳନ,ବୁଦ୍ଧି ଓ ଭାବନା ପ୍ରାୟ ମଣିଷଙ୍କ ସହ ମିଶିଯାଏ।
ସେମାନଙ୍କର ଦୁନିଆ ହେଉଛି ଜଙ୍ଗଲ, ଆଉ ଗଛର ଡାଳ ହିଁ ସେମାନଙ୍କ ପାଇଁ ହେଉଛି ରାସ୍ତା। ଗଛ ଉପରେ ସେମାନଙ୍କ ଘର। ବାଲେଶ୍ବର ଜିଲ୍ଲା ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ୍ ଉଦ୍ଧାର ପରେ ନାନା ପ୍ରଶ୍ନ ଆଉ ନାନା ଆଲୋଚନା ହେଉଛି। ଏମାନେ କେଉଁଠୁ ଆସିଲେ, କେମିତି ଆସିଲେ, କିଏ ଆଣିଲା ଏମିତି କେତେ କଣ।
କିନ୍ତୁ ସେହି ସ୍ୱତନ୍ତ୍ର ଜୀବ 'ଓରାଙ୍ଗଉଟାନ୍' ବା ବଣ ମଣିଷଙ୍କର ରହିଛି ଆଶ୍ଚର୍ଯ୍ୟଜନକ କାହାଣୀ। ଯେଉଁମାନେ ସାଧାରଣତଃ ବର୍ଷାରଣ୍ୟ ବା ରେନ୍ ଫରେଷ୍ଟରେ ରୁହନ୍ତି। ମାଟିରେ ବହୁତ କମ୍ ଚଲାବୁଲା କରନ୍ତି ଓରାଙ୍ଗଉଟାନ୍। ଗଛ ଉପରେ ହିଁ ବିତେଇଦିଅନ୍ତି ନିଜର ଅଧିକାଂଶ ସମୟ। ସେଥିପାଇଁ ପ୍ରକୃତି ମଧ୍ୟ ସେମାନଙ୍କୁ ସେହିଭଳି ଗଢ଼ିଛି। ଲମ୍ବା ହାତ... ଲମ୍ବା ପାଦ ଦେଇଛି। ଏମାନେ ମଣିଷ ପରି ଭାରି ବୁଦ୍ଧିଆ। ସମସ୍ୟାର ସମାଧାନ କରିବାରେ ଏବଂ ବିଭିନ୍ନ ଉପାୟ ବ୍ୟବହାର କରିବାରେ ଏମାନଙ୍କର ଅଦ୍ଭୁତ ଦକ୍ଷତା ଥାଏ।
ଆଉ ସବୁଠୁ ବଡ଼ କଥା ହେଲା ମାଆ ସହ ଏମାନଙ୍କ ସମ୍ପର୍କ। ୨୪ ଘଣ୍ଟା ମାଆ କୋଳରେ ବିତାଇ ଥାଆନ୍ତି। ମାଆଠାରୁ ହିଁ ସେମାନେ କେମିତି ଗଛରେ ଚଢ଼ିବା...କେଉଁଠି ଖାଦ୍ୟ ମିଳିବ...କେମିତି ନିଜକୁ ସୁରକ୍ଷିତ ରଖିବା...ଆଉ କେମିତି ଜଙ୍ଗଲରେ ବଞ୍ଚିବାର କଳା ଶିଖନ୍ତି। ସତରେ, ବଣ ମଣିଷର ଏହି ଭିନ୍ନ ଦୁନିଆ ଓ ସେମାନଙ୍କର ବୁଦ୍ଧିମତ୍ତା ପ୍ରକୃତିର ଏକ ଅନନ୍ୟ ସୃଷ୍ଟି। ଓରାଙ୍ଗଉଟାନଙ୍କ ଜୀବନଶୈଳୀ ପୂରା ନିଆରା। ...
ଗଛ ଘର, ଡାଳ ରାସ୍ତା ଓ ଜଙ୍ଗଲ ଦୁନିଆ
ପ୍ରତିଦିନ ତିଆରି କରନ୍ତି ନୂଆ ଘର
ମାଟି ଅପେକ୍ଷା ଗଛ ଉପରେ ବେଶି ସମୟ ବିତାନ୍ତି
ଲମ୍ବା ହାତ, ଲମ୍ବା ପାଦରେ ଗଛରୁ ଗଛ ଯାଆନ୍ତି
ଜଙ୍ଗଲର ଫଳ, ପତ୍ର ମୁଖ୍ୟ ଖାଦ୍ୟ
ମାଆ ପ୍ରଥମ ଶିକ୍ଷକ, ତାଠୁ ଶିଖନ୍ତି ଜଙ୍ଗଲରେ ବଞ୍ଚିବା
ବୁଦ୍ଧି ଓ ଚାଲାକିରେ ମଣିଷ ସହ ସମାନ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।