Idol Falls From Temple Roof: ମନ୍ଦିର ଉପରୁ ଖସିଲା ମୂର୍ତ୍ତି, ପ୍ରବଳ ବର୍ଷା ଯୋଗୁଁ ଅଘଟଣ

Sep 10, 2026 - 15:55
Idol Falls From Temple Roof: ମନ୍ଦିର ଉପରୁ ଖସିଲା ମୂର୍ତ୍ତି, ପ୍ରବଳ ବର୍ଷା ଯୋଗୁଁ ଅଘଟଣ

ମନ୍ଦିର ଉପରୁ ଖସିଲା ସିଂହ ମୂର୍ତ୍ତି, ଅଳ୍ପକେ ବର୍ତ୍ତିଲେ ଶ୍ରଦ୍ଧାଳୁ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଲକ୍ଷ୍ମୀବରାହ ମନ୍ଦିରରେ ଘଟିଛି ଅଘଟଣ। ପ୍ରବଳ ବର୍ଷା ଯୋଗୁଁ ଆଜି ସକାଳ ସମୟରେ ମନ୍ଦିରର ପ୍ରାୟ ୬୫ ଫୁଟ୍ ଉପର ପାର୍ଶ୍ୱରୁ ସିଂହ ମୂର୍ତ୍ତିଟି ଭାଙ୍ଗି ତଳକୁ ଖସିପଡ଼ିଥିଲା।

ତେବେ ସୌଭାଗ୍ୟବଶତଃ ମୂର୍ତ୍ତି ଖସିବା ସମୟରେ କୌଣସି ଶ୍ରଦ୍ଧାଳୁ ଆହତ ହୋଇନାହାନ୍ତି। ଘଟଣା ପରେ ମନ୍ଦିରର ସୁରକ୍ଷା ଓ ମରାମତିକୁ ନେଇ ଚିନ୍ତା ବଢ଼ିଛି। ଖୁବଶୀଘ୍ର ଭାଙ୍ଗିଥିବା ଅଂଶର ମରାମତି କରିବାକୁ ଦାବି ହୋଇଛି।...

ମନ୍ଦିର ଉପରୁ ଖସିଲା ସିଂହ ମୂର୍ତ୍ତି
ଆଳି ଲକ୍ଷ୍ମୀବରାହ ମନ୍ଦିରରେ ଅଘଟଣ
ଲକ୍ଷ୍ମୀବରାହ ମନ୍ଦିରରେ ଭାଙ୍ଗି ତଳକୁ ଖସିଲା ମୂର୍ତ୍ତି
ପ୍ରବଳ ବର୍ଷାରେ ୬୫ ଫୁଟ୍ ଉପରୁ ତଳକୁ ଖସିଥିବା ସୂଚନା
ସୌଭାଗ୍ୟବଶତଃ କୌଣସି ଶ୍ରଦ୍ଧାଳୁ ଆହତ ହୋଇନାହାନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।