White House: ହ୍ୱାଇଟ୍ ହାଉସରେ ‘ଟ୍ରମ୍ପ୍ ଟିଭି’ର ଶୁଭାରମ୍ଭ: ୨୪ ଘଣ୍ଟା ପ୍ରସାରିତ ହେବ ସରକାରୀ ଖବର

Sep 22, 2026 - 11:08
White House: ହ୍ୱାଇଟ୍ ହାଉସରେ ‘ଟ୍ରମ୍ପ୍ ଟିଭି’ର ଶୁଭାରମ୍ଭ: ୨୪ ଘଣ୍ଟା ପ୍ରସାରିତ ହେବ ସରକାରୀ ଖବର

"ୱାଶିଂଟନ୍: ଆମେରିକା ଶାସନମୁଖ୍ୟଙ୍କ କାର୍ଯ୍ୟାଳୟ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୋମବାର ସ୍ୱତନ୍ତ୍ର ୨୪/୭ ଷ୍ଟ୍ରିମିଂ ପ୍ଲାଟଫର୍ମ "ଟ୍ରମ୍ପ୍ ଟିଭି"ର ଶୁଭାରମ୍ଭ କରାଯାଇଛି।

ଏହି ପ୍ଲାଟଫର୍ମ ମାଧ୍ୟମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ ପ୍ରଭାବଶାଳୀ ଭାଷଣ, ସରକାରୀ ଘୋଷଣା ଏବଂ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକର ସିଧାପ୍ରସାରଣ ତଥା ଅପଡେଟ୍ ଚବିଶ ଘଣ୍ଟା ଉପଲବ୍ଧ ହେବ।Advertisment ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଇଟ୍ ହାଉସ୍ ପ୍ରବେଶ ଉପରେ କଟକଣା ହ୍ୱାଇଟ୍ ହାଉସ୍ ଏହାର ଅଫିସିଆଲ୍ 'ଏକ୍ସ' ଆକାଉଣ୍ଟରେ ଏହି ସୂଚନା ଦେଇ ଲେଖିଛି ଯେ, ଟ୍ରମ୍ପ୍ ଟିଭି ଏବେ ଲାଇଭ୍ ଷ୍ଟ୍ରିମ୍ ହେଉଛି।

ପ୍ରଶାସନର ପ୍ରମୁଖ ମୁହୂର୍ତ୍ତ, ଗୁରୁତ୍ୱପୂର୍ଣ୍ଣ ଘୋଷଣା ଏବଂ ସମସ୍ତ ଅପଡେଟ୍ ଏବେ ଗୋଟିଏ ସ୍ଥାନରେ ମିଳିପାରିବ।

ଶୁଭାରମ୍ଭ ସମୟରେ ଟ୍ରମ୍ପଙ୍କ ୪୭ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ ଉତ୍ସବ ଏବଂ ପ୍ରମୁଖ ଜନସଭାର ଦୃଶ୍ୟ ସମ୍ପ୍ରସାରିତ କରାଯାଇଥିଲା।

ଗଣମାଧ୍ୟମ ପ୍ରତିନିଧିଙ୍କ ହ୍ୱାଇଟ୍ ହାଉସ୍ ପ୍ରବେଶ ଉପରେ କଟକଣାକୁ ନେଇ ସୃଷ୍ଟ ବିବାଦ ମଧ୍ୟରେ ଏହି ନୂତନ ପ୍ଲାଟଫର୍ମ ସାମ୍ନାକୁ ଆସିଛି।

ପ୍ରମୁଖ ସମ୍ବାଦ ସଂସ୍ଥାଗୁଡ଼ିକର ସାମ୍ବାଦିକଙ୍କୁ ହ୍ୱାଇଟ୍ ହାଉସରେ ପ୍ରବେଶ ବାରଣ କରାଯିବା ପରେ ସେମାନେ ଆଦାଲତର ଦ୍ୱାରସ୍ଥ ହୋଇଛନ୍ତି।

ଏହି କଟକଣାକୁ ଯୁକ୍ତିଯୁକ୍ତ ଦର୍ଶାଇ ଟ୍ରମ୍ପ୍ କହିଛନ୍ତି ଯେ, ସମ୍ବାଦ ପରିବେଷଣରେ ନିରପେକ୍ଷତା ରହିବା ଉଚିତ୍ ଏବଂ ଫେକ୍ ନ୍ୟୁଜ୍ ପ୍ରସାରଣ କରୁଥିବା ସଂସ୍ଥାକୁ ହ୍ୱାଇଟ୍ ହାଉସକୁ ଛଡ଼ାଯିବ ନାହିଁ।

ଅନ୍ୟପକ୍ଷରେ, ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଏହାକୁ ଆମେରିକାର ପ୍ରଥମ ସମ୍ବିଧାନ ସଂଶୋଧନର ଉଲ୍ଲଂଘନ ବୋଲି ଦାବି କରିଛନ୍ତି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ଟ୍ରମ୍ପ୍ ବର୍ତ୍ତମାନ ମିଳିତ ଜାତିସଂଘର ୮୧ତମ ସାଧାରଣ ପରିଷଦ ଅଧିବେଶନରେ ଯୋଗଦେବା ପାଇଁ ନ୍ୟୁୟର୍କ ଗସ୍ତରେ ଅଛନ୍ତି।

General Assembly: ସଙ୍କଟର ମୁକାବିଲା ପାଇଁ ବିଶ୍ୱକୁ ଏକଜୁଟ ହେବାକୁ ପଡିବ: ଜାତିସଂଘରେ ବୈଦେଶିକ ମନ୍ତ୍ରୀ ଏସ.

ଜୟଶଙ୍କରଙ୍କ ବକ୍ତବ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।