Who Will Win 1 Crore Lock Upp 2: ଆଜି ‘ଲକ୍ ଅପ୍ ୨’ର ଗ୍ରାଣ୍ଡ ଫିନାଲେ, କିଏ ଜିତିବେ ୧ କୋଟି ଟଙ୍କା?

Aug 05, 2026 - 14:31
Who Will Win 1 Crore Lock Upp 2: ଆଜି ‘ଲକ୍ ଅପ୍ ୨’ର ଗ୍ରାଣ୍ଡ ଫିନାଲେ, କିଏ ଜିତିବେ ୧ କୋଟି ଟଙ୍କା?

ଲୋକପ୍ରିୟ ରିଆଲିଟି ଶୋ’ ‘ଲକ୍ ଅପ୍: ସଚ୍ ୟା ସଜା’ ସିଜନ୍ ୨ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଶୋ’ର ଗ୍ରାଣ୍ଡ ଫିନାଲେ ଅନୁଷ୍ଠିତ ହେବ। କିଏ ଜିତିବେ ଟ୍ରଫି ଏବଂ କାହା ହାତକୁ ଯିବ ୧ କୋଟି ଟଙ୍କାର ପୁରସ୍କାର ରାଶି, ତା’ ଉପରେ ରହିଛି ସମସ୍ତଙ୍କ ନଜର।

୧୫ ଜଣ ପ୍ରତିଯୋଗୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଶୋ’ରେ ଦର୍ଶକ ଦେଖିଛନ୍ତି ଅନେକ ଡ୍ରାମା, ବିବାଦ ଏବଂ ଚମକପ୍ରଦ ଖୁଲାସା। ଏବେ ଟ୍ରଫି ପାଇଁ ମଇଦାନରେ ଅଛନ୍ତି ଟପ୍-୫ ଫାଇନାଲିଷ୍ଟ।

‘ଲକ୍ ଅପ୍ ୨’ର ଗ୍ରାଣ୍ଡ ଫିନାଲେ ଆଜି ତଥା ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ। ଶୋ’ର ନିର୍ମାତାମାନେ ଫିନାଲେ ପୂର୍ବରୁ ଏକ ନୂଆ ପ୍ରୋମୋ ଜାରି କରିଛନ୍ତି। ପ୍ରୋମୋରେ ହୋଷ୍ଟ ଫରାହ ଖାନ୍ ଓ ରିତେଶ ଦେଶମୁଖ କହୁଛନ୍ତି ଯେ, ଆଜି ମିଳିବ ଭାରତର ନୂଆ ସେନ୍ସେସନ୍ ଏବଂ ‘ଲକ୍ ଅପ୍’ର ଅଲ୍ଟିମେଟ୍ ବିଜେତା।

ଦର୍ଶକମାନେ ଏହି ଗ୍ରାଣ୍ଡ ଫିନାଲେକୁ ରାତି ୮ଟାରୁ ନେଟଫ୍ଲିକ୍ସରେ ଲାଇଭ୍ ଷ୍ଟ୍ରିମ୍ କରି ଦେଖିପାରିବେ।

ତେବେ କିଏ ଅଛନ୍ତି ଏଥରର ଟପ୍-୫ ଫାଇନାଲିଷ୍ଟ?

ନିକଟରେ ଆକାଂକ୍ଷା ଚମୋଲି ଓ ବରୁଣ ଯାଦବ ଶୋ’ରୁ ବାହାର ହୋଇଛନ୍ତି। ଏବେ ଟ୍ରଫି ଦୌଡ଼ରେ ରହିଛନ୍ତି ଶିବାଙ୍ଗୀ ଯୋଶୀ, ରାମ କପୁର, ଶ୍ରେୟା କାଲରା, ଶିଳ୍ପା ଶିନ୍ଦେ ଏବଂ ଯୋଗେଶ ରାୱତ।

ଫିନାଲେ ପୂର୍ବରୁ ସୋସିଆଲ ମିଡିଆରେ ବିଜେତାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଛି ରିପୋର୍ଟ ଅନୁସାରେ, ଶିବାଙ୍ଗୀ ଯୋଶୀ ବିଜେତା ହୋଇଥିବା ଦାବି କରାଯାଉଛି ଏବଂ ଶ୍ରେୟା କାଲରାଙ୍କୁ ରନର୍ସଅପ୍ କୁହାଯାଉଛି।

ତେବେ ଏପର୍ଯ୍ୟନ୍ତ ବିଜେତାଙ୍କ ନାମ ଅଧିକାରିକ ଭାବେ ଘୋଷଣା ହୋଇନାହିଁ। ଆଜିର ଗ୍ରାଣ୍ଡ ଫିନାଲେରେ ହିଁ ସ୍ପଷ୍ଟ ହେବ କିଏ ଜିତିବେ ‘ଲକ୍ ଅପ୍ ୨’ର ଟ୍ରଫି ଓ ୧ କୋଟି ଟଙ୍କାର ପୁରସ୍କାର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।