Whole Wheat: ଅଟା ବନାମ ମଇଦା
ଆମେ ପ୍ରତିଦିନ ଅଟା ଓ ମଇଦାରେ ତିଆରି ରୁଟି, ପରଟା, ପାଉଁରୁଟି, ପୁରି କିମ୍ବା ଅନ୍ୟ ଜଳଖିଅା ଖାଇଥାଉ। କିନ୍ତୁ ଏହା ଆମର ସ୍ବାସ୍ଥ୍ୟକୁ କିପରି ପ୍ରଭାବ ପକାଇଥାଏ, ସେ ବିଷୟରେ ଜାଣିବା ଉଚିତ। ଅଟାଅଟା ସମ୍ପୂର୍ଣ୍ଣ ଗହମକୁ ପେଷି ପ୍ରସ୍ତୁତ କରାଯାଇଥାଏ, ଯେଉଁଥିରେ ଏଣ୍ଡୋସ୍ପର୍ମ ସହ ବ୍ରାନ୍ ଓ ଜର୍ମ ମଧ୍ୟ ରହିଥାଏ। ସେଥିପାଇଁ ଅଟାର ରଙ୍ଗ ମାଟିଆ ଦେଖାଯାଏ ଓ ହାତକୁ ମୋଟା ଲାଗିବା ସହ ରୁଟିରୁ ଗହମର ବାସ୍ନା ଆସିଥାଏ। ଅଟା ଚକଟିବାବେଳେ ଅଧିକ ପାଣି ଦରକାର ହୁଏ, ଫଳରେ ରୁଟି ଫୁଲ୍କା ଓ ନରମ ହୋଇଥାଏ। ଅଟାରେ ଅଧିକ ଫାଇବର୍ ଓ ମାଇକ୍ରୋନ୍ୟୁଟ୍ରିଏଣ୍ଟ୍ସ ଥାଏ। ପୋଷକ ତତ୍ତ୍ବ ଅନୁସାରେ ଦେଖିଲେ, ଶହେ ଗ୍ରାମ୍ ଅଟାରେ ୩୪୦ କ୍ୟାଲୋରି, ୭୨ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୧୨ ଗ୍ରାମ୍ ପ୍ରୋଟିନ୍, ୧୨ ଗ୍ରାମ୍ ଫାଇବର୍, ୨ ଗ୍ରାମ୍ ଫ୍ୟାଟ୍ ଥିବାବେଳେ ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍, ଭିଟାମିନ୍-ବିର ମାତ୍ରା ଉଚ୍ଚ ଥିବାବେଳେ ଗ୍ଲାଇସେମିକ୍ ଇଣ୍ଡେକ୍ସ (୫୦-୫୫) ମଧ୍ୟମ ରହିଛି।
ପ୍ରତିଦିନର ଖାଦ୍ୟ ଭାବରେ ଅଟା ଏକ ଉତ୍ତମ ପସନ୍ଦ ଅଟେ, କାରଣ ଏହା ସମ୍ପୂର୍ଣ୍ଣ ଶସ୍ୟର ନିକଟତର ଓ ସନ୍ତୁଳିତ ଭାରତୀୟ ଖାଦ୍ୟ ସହ ଜଡ଼ିତ। ଏହା ହୃତ୍ସ୍ପନ୍ଦନର ଗତିକୁ ସୁସ୍ଥ ରଖିଥାଏ। ଅଟା ଧୀରେ ଧୀରେ ହଜମ ହେଉଥିବାରୁ ଏହା ଅନେକଙ୍କ ପାଇଁ ହଠାତ୍ ଶର୍କରା ବୃଦ୍ଧିକୁ ହ୍ରାସ କରିପାରେ। ଏଥିରେ ଫାଇବର୍ ଥିବାରୁ ଏହା ପେଟର ଭଲ ବ୍ୟାକ୍ଟେରିଆକୁ ପୋଷଣ ଯୋଗାଏ। ମଇଦା ମଇଦା ହେଉଛି ରିଫାଇନ୍ଡ ଗହମ ଅଟା, ଯେଉଁଥିରୁ ବ୍ରାନ୍ ଓ ଜର୍ମକୁ କାଢ଼ି ଦିଆଯାଏ ଓ ଏଣ୍ଡୋସ୍ପର୍ମକୁ ଅତି ଚିକ୍କଣ ଭାବେ ପେଷାଯାଇଥାଏ। ଫଳରେ ଏହା ଧଳା, ମସୃଣ ସହ ପଲିସ୍ ହୋଇଥାଏ। ଏହା ପ୍ରାକୃତିକ ପୋଷକ ତତ୍ତ୍ୱ ଓ ଅତି କମ୍ ଫାଇବର୍ ଯୋଗାଇଥାଏ। ମଇଦାରେ ଧଳା ପାଉଁରୁଟି, ବନ୍, ପିଜା ଷ୍ଟାଇଲ୍ ବେସ୍, କେକ୍, ବିସ୍କୁଟ୍, ଲୁଚି ଓ ପରଟା ଅଦି ତିଆରି ହୋଇଥାଏ। ମଇଦା ମୁଖ୍ୟତଃ ଷ୍ଟାର୍ଚ ଅଟେ, ଯାହା ଶୀଘ୍ର ହଜମ ହୋଇଯାଏ। ପୋଷକ ତତ୍ତ୍ବ ଅନୁସାରେ, ୧୦୦ ଗ୍ରାମ୍ ମଇଦାରେ ୩୬୪ କିଲୋକ୍ୟାଲୋରି, ୭୬ ଗ୍ରାମ୍ କାର୍ବୋହାଇଡ୍ରେଟ୍, ୧୨ ଗ୍ରାମ୍ ପ୍ରୋଟିନ୍, ୧୨ ଗ୍ରାମ୍ ଫାଇବର୍, ୨ ଗ୍ରାମ୍ ଫ୍ୟାଟ୍, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ୍ ଓ ଭିଟାମିନ୍-ବିର ମାତ୍ରା କମ୍ ଥିବାବେଳେ ଗ୍ଲାଇସେମିକ୍ ଇଣ୍ଡେକ୍ସ ଉଚ୍ଚ (୮୫-୮୯) ଧରଣର ରହିଛି।
ମଇଦା ଆପଣଙ୍କ ଖାଦ୍ୟର ଏକ ଅଂଶ ହୋଇପାରେ, କିନ୍ତୁ ଦୈନନ୍ଦିନ ଖାଦ୍ୟ ବଦଳରେ ଏହାକୁ ମଝିରେ ମଝିରେ ଖିଆଯାଇଥାଏ। କାରଣ, ଏହା ଉଚ୍ଚ ମାତ୍ରାର ରିଫାଇନ୍ଡ, କମ୍ ଫାଇବର୍ଯୁକ୍ତ କାର୍ବୋହାଇଡ୍ରେଟ୍ ଖାଦ୍ୟ ସହ ଗ୍ଲୁକୋଜ୍ ଓ ଇନ୍ସୁଲିନ୍ ମାତ୍ରା ବଢ଼ାଇପାରେ। ମଇଦାଯୁକ୍ତ ଖାଦ୍ୟ ଅଧିକ ଖିଆଯାଇପାରେ, କାରଣ ଏହା ଶୀଘ୍ର ହଜମ ହୋଇଯାଏ ଓ ପେଟ ଭର୍ତ୍ତି ହୋଇ ନଥିବା ଅନୁଭବ ହୁଏ। ବହୁତ କମ୍ ଫାଇବର୍ ଥିବାରୁ ମଇଦା ଅଧିକ ଖାଇଲେ କୋଷ୍ଠକାଠିନ୍ୟ, ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ। ସେଥିପାଇଁ ନିତିଦିନ ଖାଦ୍ୟରେ ଅଟାକୁ ହିଁ ଅଧିକାଂଶ ଲୋକ ବାଛିଥାଆନ୍ତି, କାରଣ ତାହା ସହଜ ପାଚ୍ୟ ଓ ଉତ୍ତମ ଫାଇବର୍ଯୁକ୍ତ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।