Why Are Kotia Voters Listed in Two States: କୋଟିଆରେ ଭୋଟ୍ ନେଇଗଲା ଆନ୍ଧ୍ର, ଓଡ଼ିଶା ପ୍ରଶାସନ କରୁଥିଲା କ'ଣ ?

Nov 06, 2026 - 20:47
Why Are Kotia Voters Listed in Two States: କୋଟିଆରେ ଭୋଟ୍ ନେଇଗଲା ଆନ୍ଧ୍ର, ଓଡ଼ିଶା ପ୍ରଶାସନ କରୁଥିଲା କ'ଣ ?

ସରିଗଲା ଆନ୍ଧ୍ର ନିର୍ବାଚନ, ଓଡ଼ିଶାର କୋଟିଆ ମାଟିରୁ ନେଇଗଲା ଭୋଟ୍, କେହି ମାନିଲେନି କଟକଣା।

ତାହାରି ଭିତରେ କିଏ ବ୍ୟାକଫୁଟରେ ତ ଆଉ କିଏ ନେଇଗଲା ମାଇଲେଜ୍।

ତାକୁ ନେଇ ଏବେ ରାଜନୀତି।

ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପହରା ପରେ ବି କୋଟିଆ ଭୋଟର୍ ଆନ୍ଧ୍ର ଯାଇ ଭୋଟ୍ ବାଡ଼େଇ ଦେଇ ଫେରିଆସିଲେ।

ଚେକ୍ ଗେଟ ହେଉ କି ବ୍ୟାରିକେଡ୍, ସବୁ ଯେମିତି ପାଲଟିଗଲା ପ୍ରହସନ।

ଆଉ ଏସବୁ ଭିତରେ ସ୍ବତନ୍ତ୍ର ସଘନ ସଂଶୋଧନ ବା SIRର ସ୍ବଚ୍ଛତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ।

SIR ପରେ ବି କେମିତି ୨ଟି ରାଜ୍ୟର ଭୋଟର ତାଲିକାରେ କୋଟିଆ ଭୋଟରଙ୍କ ରହିଲା ନାଁ ?

SIR ଯେ ଉଦ୍ଦେଶ୍ୟ ମୂଳକ ଓ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଏକଥା ଆମେ କହି ଆସୁଛି।

ଆଜି କୋଟିଆ ପଞ୍ଚାୟତ ନିର୍ବାଚନ ତାର ବଡ ପ୍ରମାଣ ବୋଲି ବିଜେଡି ଅଭିଯୋଗ କରିଛି।

Advertisment ସେହିପରି କଂଗ୍ରେସ କହିଛି, ସରକାର ଡ଼୍ରାମା କଲେ ଆଉ ଜାଣିଶୁଣି ଆନ୍ଧ୍ର ପାଇଁ ଗଳା ବାଟ ଫିଟାଇ ନିର୍ବାଚନକୁ ସହଯୋଗ କଲେ।

ହେଲେ ବିରୋଧୀଙ୍କୁ କଡ଼ା କାଉଣ୍ଟର କରିଛନ୍ତି ଆଇନମନ୍ତ୍ରୀ।

ପୂର୍ବର ବିଜେଡି ସରକାର କୌଣସି ପଦକ୍ଷେପ ନେଲା ନାହିଁ।

ତଥାପି ଆମେ ଚୁପ୍ ବସିବୁନି।

କୋଟିଆରେ ଅମାନିଆ ଭୋଟରଙ୍କ ଉପରେ ଆକ୍ସନ ହେବା ଦରକାର କହି ଚେତାବନୀ ଶୁଣାଇଛନ୍ତି ଆଇନମନ୍ତ୍ରୀ।

ତେବେ ଏଭଳି ରାଜନୈତିକ ବୟାନବାଜି ଭିତରେ କୋରାପୁଟ ଜିଲ୍ଲାପାଳଙ୍କ ମନ୍ତବ୍ୟ ବିବାଦକୁ ଭିନ୍ନମୋଡ଼ ଦେଇଛି।

କୋରାପୁଟ ଜିଲ୍ଳାପାଳଙ୍କ ଦାବି, କୋଟିଆରେ ଆନ୍ଧ୍ରର ନିର୍ବାଚନ ଭୋଟିଂ ହାରକୁ ନେଇ ଆସୁଥିବା ତଥ୍ୟ ସନ୍ଦେହଜନକ।

ଆନ୍ଧ୍ର ପକ୍ଷରୁ ଯେଉଁ ମତଦାନ ହାର ପ୍ରକାଶ କରାଯାଇଛି, ତାହା ପ୍ରକୃତ ଚିତ୍ର ନୁହେଁ।

ଅନେକ ପୋଲିଂ ବୁଥରେ ଓଡ଼ିଶା ଓ ଆନ୍ଧ୍ରର ଏକାଧିକ ଗାଁକୁ ମିଶାଇ ମତଦାନ କରାଯାଇଛି।

କିନ୍ତୁ ଗ୍ରାଉଣ୍ଡ ରିପୋର୍ଟ କହୁଛି କୋଟିଆରୁ ସର୍ବାଧିକ ୧୦ ପ୍ରତିଶତ ମତଦାନ ହୋଇଥାଇପାରେ।

୨୦୨୧ ନିର୍ବାଚନ ତୁଳନାରେ ଯଥେଷ୍ଟ କମ୍ ମତଦାନ ହୋଇଥିବା ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ।

Advertisment SIR ସ୍ବଚ୍ଛତାକୁ ନେଇ ଦେଶବ୍ୟାପି ଚହଳ ପଡ଼ିଛି।

ବିରୋଧୀ ଏହାକୁ ମୁଖ୍ୟମୁଦ୍ଦା କରି ନିର୍ବାଚନ କମିଶନଙ୍କୁ ବି ଘେରିଛନ୍ତି।

ଏତିକିବେଳେ ଉଭୟ ଓଡିଶା-ଆନ୍ଧ୍ରରେ କୋଟିଆ ଭୋଟରଙ୍କ ନାଁ ରହିବା, ବିରୋଧୀଙ୍କ ଅଭିଯୋଗକୁ ଖୋରାକ ଯୋଗାଉଥିବାବେଳେ ଆଗକୁ ଏହି ବିବାଦ କି ମୋଡ଼ ନେଉଛି, ତାକୁ ଅପେକ୍ଷା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।