Wild Bee Attack ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର

Sep 27, 2026 - 21:44
Wild Bee Attack  ସୁନ୍ଦରଗଡ଼ରେ ବାଘୁଆ ମହୁମାଛି ଆକ୍ରମଣ: ମହିଳା ମୃତ, ସ୍ୱାମୀଙ୍କ ସମେତ ୨ ଗୁରୁତର

"ସୁନ୍ଦରଗଡ଼(ଡମ୍ବରୁଧର ନାୟକ): ସୁନ୍ଦରଗଡ଼ ବୁଡ଼ାବାହାଲ ଗାଁ ନିକଟସ୍ଥ ଜଙ୍ଗଲରେ ବାଘୁଆ ମହୁମାଛି ଆକ୍ରମଣ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ସ୍ବାମୀଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଛନ୍ତି।Advertisment Bee Attack ବାଘୁଆ ମହୁମାଛି ଆକ୍ରମଣ: ରାଇରଙ୍ଗପୁରରେ ମହିଳା ମୃତ, ୨ ଗୁରୁତରସୂଚନାନୁସାରେ, ଆଜି(ରବିବାର) ସବୁଦିନ ଭଳି ସଦରଥାନା ମେଘଡେଗା ପଞ୍ଚାୟତ ବୁଡ଼ାବାହାଲ ଗାଁର ଗୁରୁବାରୀ ନାୟକ ଓ ତାଙ୍କ ସ୍ବାମୀ ଗାଈଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ।

ସାଥୀରେ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ଥିଲେ।

ଅପରାହ୍‌ଣରେ ଘରକୁ ଫେରିବା ବେଳେ ଗାଈଙ୍କ ଚଳପ୍ରଚଳରେ ଏକ ବୁଦାରୁ ବହୁଳ ପରିମାଣରେ ବାଘୁଆ ମହୁମାଛି ବାହାରି ସେମାନଙ୍କୁ ଘେରିଯାଇଥିଲେ।

ପ୍ରାଣବିକଳରେ ତିନିହେଁ ଦୌଡ଼ିଥିଲେ, ତେବେ ଗୁରୁବାରୀ ତଳେ ପଡ଼ିଯାଇଥିଲେ।

ମହୁମାଛି ତାଙ୍କୁ ଘେରିଯାଇଥିଲେ।

ପରେ ସୂଚନା ପାଇଁ ଗାଁ ଲୋକ ସେଠାରେ ପହଞ୍ଚି ତିନିହେଁଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

Bee attack ମାଡ଼ିଆସିଲେ ହଜାର ହଜାର ମହୁମାଛି, ଆକ୍ରମଣରେ ମହିଳା ମୃତ, ୨୦ରୁ ଊର୍ଦ୍ଧ୍ବ ଆହତସେଠାରେ ଡାକ୍ତର ଗୁରୁବାରୀଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟ ଦୁଇଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ସୂଚନା ପାଇ ସ୍ଥାନୀୟ ପୁଲିସ ପହଞ୍ଚି ଗୁରୁବାରଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।