World Tourism Day 2026 ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ଡିଜିଟାଲ୍ ନବସୃଜନ, ଓ ଗୋଷ୍ଠୀ ନେତୃତ୍ୱାଧୀନ ପର୍ଯ୍ୟଟନକୁ ଗୁରୁତ୍ବ

Sep 27, 2026 - 19:56
World Tourism Day 2026 ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ: ଡିଜିଟାଲ୍ ନବସୃଜନ, ଓ ଗୋଷ୍ଠୀ ନେତୃତ୍ୱାଧୀନ ପର୍ଯ୍ୟଟନକୁ ଗୁରୁତ୍ବ

"ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି (ରବିବାର) 'ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬' ପାଳିତ ହୋଇଯାଇଛି।

ଚଳିତ ବର୍ଷ ପର୍ଯ୍ୟଟନ ବିକାଶ ନିମନ୍ତେ ଡିଜିଟାଲ୍ ନବସୃଜନ, ନିରନ୍ତର ପର୍ଯ୍ୟଟନ, ସଂସ୍ଥାଗତ ଭାଗିଦାରୀ, ସାହସିକ ଓ ଐତିହ୍ୟ ପର୍ଯ୍ୟଟନ, ଉଦ୍ୟୋଗିତା ଏବଂ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ଗୋଷ୍ଠୀଭିତ୍ତିକ ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦିଆଯାଇଛି।

Advertisment Tourist Attractions: ବିଶ୍ୱ ପର୍ଯ୍ୟଟନ ଦିବସ: ଅରୁଣାଚଳ ପ୍ରଦେଶର ଏହି ପୌରାଣିକ ପର୍ଯ୍ୟଟନସ୍ଥଳ ବୁଲିବାକୁ ଭୁଲନ୍ତୁ ନାହିଁଭୁବନେଶ୍ୱରସ୍ଥିତ ଲୋକସେବା ଭବନର ରାଜ୍ୟ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଓ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟଅତିଥି ଶ୍ରୀମତି ପରିଡ଼ା ନିଜ ବକ୍ତବ୍ୟରେ, ଜୀବିକା ସୃଷ୍ଟି, ଉଦ୍ୟୋଗିତାର ବିକାଶ ଏବଂ ସ୍ଥାନୀୟ ସମୁଦାୟକୁ ଓଡ଼ିଶାର ବିକାଶ ଯାତ୍ରାରେ ମୁଖ୍ୟ ଭାଗିଦାରୀ କରିବାରେ ପର୍ଯ୍ୟଟନର ପରିବର୍ତ୍ତନକାରୀ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ।

ପର୍ଯ୍ୟଟନର ଲାଭ ଯେପରି ସ୍ଥାନୀୟ ସମୁଦାୟ ନିକଟରେ ପହଞ୍ଚିପାରିବ ଏବଂ ଯୁବବର୍ଗ, ମହିଳା, ଉଦ୍ୟୋଗୀ, କାରିଗର ଓ ପର୍ଯ୍ୟଟନ ସେବା ପ୍ରଦାନକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ, ତାହା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।

ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ବିଳାସପୂର୍ଣ୍ଣ କୋଚ୍‌ଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ "ମନ୍ କି ବାତ୍" କାର୍ଯ୍ୟକ୍ରମର ପ୍ରସାରଣ ଏବଂ ଓଡ଼ିଶା ପର୍ଯ୍ୟଟନର ବିବିଧ ଆକର୍ଷଣ ଓ ପଦକ୍ଷେପ ସମ୍ପର୍କିତ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା।

ପର୍ଯ୍ୟଟନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ମଧ୍ୟରେ ହୋମ୍‌ଷ୍ଟେଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଥିଲା।

ସେହିପରି, ସାହସିକ ପର୍ଯ୍ୟଟନର ପ୍ରସାର ପାଇଁ "ଇଣ୍ଡିଆନ୍ କାୟାକିଂ ଆଣ୍ଡ କାନୋଇଂ ଆସୋସିଏସନ୍" ସହ ଅନ୍ୟ ଏକ ବୁଝାମଣାପତ୍ର (MoU )ସ୍ୱାକ୍ଷରିତ ହୋଇଥିଲା।

Space tourism: ସାତ କୋଟି ଟଙ୍କାରେ ମହାକାଶ ପର୍ଯ୍ୟଟନ ଓଡ଼ିଶା ହୋମ୍‌ଷ୍ଟେ ଯୋଜନା ଅଧୀନରେ ୧୭୬ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର (PRC) ଏବଂ ସାହସିକ ପର୍ଯ୍ୟଟନ ଆୟୋଜକଙ୍କୁ LTO/RTS ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। "ଡିଜିଟାଲ୍ ନବସୃଜନ ସହ ପର୍ଯ୍ୟଟନର ପୁନଃ ପରିକଳ୍ପନା" ଶୀର୍ଷକ ଏକ ସ୍ୱତନ୍ତ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ବାରକୁଲଠାରେ OTDC ଇଭି (EV) ବୋଟ୍ ଏବଂ ଚିଲିକା ହ୍ରାଦରେ ସ୍ୱସ୍ତି (Swosti) ଦ୍ୱାରା ପରିଚାଳିତ କ୍ୟାଟାମାରାନ୍‌ର ଆଭାସୀ (Virtual) ଶୁଭାରମ୍ଭ କରାଯାଇଥିଲା।

Tourism: ବିଶ୍ୱ ପର୍ଯ୍ୟଟନ ଦିବସରେ ଜାଣନ୍ତୁ, କେଉଁ ଫିଲ୍ମ କେଉଁ ସ୍ଥାନକୁ କରିଛି ଲୋକପ୍ରିୟ ଐତିହ୍ୟ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ASI) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଏସ୍‌ଆଇର ମହାନିର୍ଦ୍ଦେଶକ ଯଦୁବୀର ସିଂ ରାୱତ, ୟୁଏନ୍‌ଡିପିର ଡେପୁଟି ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ୍ ଇସାବେଲ୍ ତ୍ସାନ୍ ଆଭାସୀ ମାଧ୍ୟମରେ ଓ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳୱନ୍ତ ନିଜର ବକ୍ତବ୍ୟରଖିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।