Witness Intimidation Case: ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭନ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା

Oct 16, 2026 - 17:43
Witness Intimidation Case: ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭନ ଅଭିଯୋଗ: ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା

ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା କରିଛି ପୋଲିସ। ସାକ୍ଷୀଙ୍କୁ ଧମକ ଦେବା ଓ ପ୍ରଲୋଭିତ କରିବା ଅଭିଯୋଗରେ ଗୋଷାଣୀ ନୂଆଗାଁ ଥାନାରେ ତାଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଧରି ପଚରାଉଚରା କରାଯାଇଛି। ଏହି ମାମଲାରେ ଏହା ତାଙ୍କର ଦ୍ୱିତୀୟ ଥର ଜେରା।

ସୂଚନା ଅନୁସାରେ, ଏହା ପୂର୍ବରୁ ଗତ ୬ ତାରିଖରେ ପୋଲିସ ବିକ୍ରମ ପଣ୍ଡାଙ୍କୁ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା। ଏବେ ପୁଣି ତାଙ୍କୁ ଥାନାକୁ ଡାକି ଅଭିଯୋଗ ସମ୍ପର୍କରେ ପଚରାଉଚରା କରାଯାଇଛି। ଆସନ୍ତା ୨୮ ତାରିଖରେ ପୁଣି ଥରେ ହାଜର ହେବାକୁ ତାଙ୍କୁ କୁହାଯାଇଛି।

ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲା ସହ ଏହି ଅଭିଯୋଗ ଜଡ଼ିତ। ୨୦୨୫ ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ଘର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ୨୦୨୫ ନଭେମ୍ବରରେ ଗିରଫ କରାଯାଇଥିଲା। ପ୍ରାୟ ୧୦ ମାସ ଜେଲ୍‌ରେ ରହିବା ପରେ ସେ ୨୦୨୬ ସେପ୍ଟେମ୍ବର ୧ ତାରିଖରେ ହାଇକୋର୍ଟରୁ ଜାମିନ ପାଇଥିଲେ। 

ଏହାପରେ ଜଣେ ସାକ୍ଷୀ ଲଳିତ ମଙ୍ଗରାଜଙ୍କ ଅଭିଯୋଗ ଆଧାରରେ ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭିତ କରିବା ନେଇ ନୂଆ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗରେ ବିକ୍ରମ ପଣ୍ଡାଙ୍କ ସହ ତାଙ୍କର ଜଣେ ସହଯୋଗୀ ଓ ଜେଲ୍‌ ଡାକ୍ତରଙ୍କ ନାମ ମଧ୍ୟ ରହିଛି। ତେବେ ଏହି ଅଭିଯୋଗଗୁଡ଼ିକର ତଦନ୍ତ ଜାରି ରହିଛି। 

ସାକ୍ଷୀଙ୍କୁ ଧମକ: ପୁଣି ବିକ୍ରମ ପଣ୍ଡାଙ୍କୁ ଜେରା
ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ପୁଣି ଜେରା
ଗୋଷାଣୀ ନୂଆଗାଁ ଥାନାରେ ଦେଢ଼ ଘଣ୍ଟା ଜେରା କଲା ପୋଲିସ
ସାକ୍ଷୀଙ୍କୁ ଧମକ ଓ ପ୍ରଲୋଭିତ ଅଭିଯୋଗରେ ଦ୍ବିତୀୟ ଥର ଜେରା
୬ ତାରିଖରେ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା ପୋଲିସ
ଆସନ୍ତା ୨୮ ତାରିଖରେ ପୁଣି ହାଜର ହେବେ ବିକ୍ରମ ପଣ୍ଡା

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।