Woman Death: ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

Aug 07, 2026 - 10:00
Woman Death: ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

"ରାୟଗଡ଼ା: ଜଣେ ମହିଳାଙ୍କୁ ଭୁଲ ଇଞ୍ଜେକ୍ସନ ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛିI ମୃତକ ହେଲେ ଚାନ୍ଦିଲି  ଥାନା ଅନ୍ତର୍ଗତ ଗେଟିପଡ଼ା ଅଞ୍ଚଳର ବିଦିଆ କୁମାର (୫୪) I ସୂଚନାରୁ ଜଣାପଡିଛି ମୃତ ବିଦିଆ କୁମାରଙ୍କୁ କିଛି ଦିନ ହେଲା ଥଣ୍ଡା ଜ୍ୱର ହୋଇଥିଲା I ଔଷଧ ଖାଇ ଭଲ ନ ହେବାରୁ ଗତକାଲି ଚାନ୍ଦିଲି ଅଞ୍ଚଳର ଗୋଟିଏ ମେଡ଼ିସିନ ଷ୍ଟୋରକୁ ଯାଇଥିଲେI ସେଠାରେ ଜଣେ କାର୍ଯ୍ୟରତ କର୍ମଚାରୀ ଏ କେ ଭତ୍ରା ତାଙ୍କୁ ଇଞ୍ଜେକ୍ସନ୍ ଦେଇଥିଲେ I ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ମହିଳାଙ୍କର ପାର୍ଶ୍ୱ ପ୍ରତିକ୍ରିୟା ହୋଇଥିଲା ଏବଂ ସେ ଗୁରୁତର ହୋଇ ପଡ଼ିଥିଲେ IAdvertisment ଇଞ୍ଜେକ୍ସନ୍ ଦେଇଥିବା ବ୍ୟକ୍ତି ଅଟକ ମହିଳାଙ୍କୁ ରାୟଗଡ଼ା ଜିଲ୍ଲା ଜେକେ ପୁର ସ୍ଥିତ ଇଏସଆଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା I ଏନେଇ ପରିବାରବର୍ଗ ଚାନ୍ଦିଲି ଥାନାରେ ଅଭିଯୋଗ କରିଥିଲେ I ଅଭିଯୋଗ ପରେ ଚାନ୍ଦିଲି ପୁଲିସ ମେଡ଼ିସିନ ଷ୍ଟୋରରେ ଇଞ୍ଜେକ୍ସନ୍ ଦେଇଥିବା ଏ କେ ଭତ୍ରାଙ୍କୁ ଅଟକ ରଖିଥିବା ଜଣାପଡିଛି I ପୁଲିସ ଅଟକ ରଖି ଘଟଣାର ତଦନ୍ତ କରୁଛି I Bridge Construction: ଗାଁକୁ ସଂଯୋଗୀକରଣ ଭେଳିକି, ମନ୍ଥର ଗତିରେ ୧୬ ସେତୁ ପ୍ରକଳ୍ପ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।