woman dies after giving birth: ଏକାସାଙ୍ଗରେ ୪ଜଣ ସନ୍ତାନଙ୍କୁ ଜନ୍ମ ଦେଇଥିବା ମା’ଙ୍କ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ
ବଦାୟୁଁ: ଉତ୍ତରପ୍ରଦେଶ ର ବଦାୟୁଁ ଜିଲ୍ଲାରେ ଏକାସଙ୍ଗେ ୪ ଜଣ ଶିଶୁଙ୍କୁ ଜନ୍ମ ଦେଇଥିବା ମହିଳାଙ୍କର ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ମୃତ ମହିଳା ହେଉଛନ୍ତି ମୁସାଝାଗ ଅଞ୍ଚଳର କରୌଲିଆ ଗାଁର ଏକତା।
ଅପରେସନ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବେ ବିଗିଡ଼ିବାରେ ଲାଗିଥିଲା।
ପରିବାର ଲୋକେ ତାଙ୍କୁ ବରେଲିର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।
ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି।
Advertisment ଅନ୍ୟପଟେ ମଙ୍ଗଳବାର ଦିନ ଜନ୍ମ ହୋଇଥିବା ଜଣେ ନବଜାତ ଶିଶୁ ର ମଧ୍ୟ ମୃତ୍ୟୁ ହୋଇଥିଲା।
ବର୍ତ୍ତମାନ ଅନ୍ୟ ୩ ଜଣ ନବଜାତ ଶିଶୁ ସୁସ୍ଥ ଅଛନ୍ତି।
ପରିବାର ଲୋକେ ସେମାନଙ୍କୁ ଘରକୁ ନେଇଯାଇଛନ୍ତି।
କରୌଲିଆ ଗାଁର ବାସିନ୍ଦା ରାମବାବୁଙ୍କ ସହ ପ୍ରାୟ ୫ ବର୍ଷ ପୂର୍ବେ ଟିକରାପୁରର ଏକତା (୨୭)ଙ୍କ ବିବାହ ହୋଇଥିଲା।
ପ୍ରାୟ ୨ ବର୍ଷ ପୂର୍ବେ ଅପରେସନ୍ ଜରିଆରେ ଏକତା ଗୋଟିଏ ଝିଅକୁ ଜନ୍ମ ଦେଇଥିଲେ।
ତେବେ ପରବର୍ତ୍ତୀ ସମୟରେ ଉକ୍ତ ଶିଶୁର ମୃତ୍ୟୁ ହୋଇଥିଲା।ଏହା ପରେ ଏକତା ପୁଣି ଗର୍ଭବତୀ ହୋଇଥିଲେ।
ମଙ୍ଗଳବାର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ସହରର ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ।
ସେଠାରେ ଡାକ୍ତର ପରୀକ୍ଷା କରିବା ପରେ ଗର୍ଭରେ ୪ଟି ଶିଶୁ ଥିବା ଜଣାଇଥିଲେ।
ଏଥିମଧ୍ୟରୁ ଗୋଟିଏ ଶିଶୁର ଗର୍ଭରେ ହିଁ ମୃତ୍ୟୁ ହୋଇସାରିଥିଲା।
ତେଣୁ ଅପରେସନ୍ କରିବା ଜରୁରୀ ବୋଲି ଡାକ୍ତର କହିଥିଲେ।
ଅପରେସନ୍ ପରେ ବିଗିଡ଼ିଥିଲା ସ୍ୱାସ୍ଥ୍ୟାବସ୍ଥା ମଙ୍ଗଳବାର ଅପରେସନ୍ ପରେ ଏକତା ୪ଟି ଶିଶୁଙ୍କୁ ଜନ୍ମ ଦେଇଥିଲେ।
ସେଥିମଧ୍ୟରୁ ଜଣେ ନବଜାତ ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ଜନ୍ମ ନେଇଥିବା ଅନ୍ୟ ୩ ଜଣ ଶିଶୁପୁତ୍ର ସୁସ୍ଥ ଅଛନ୍ତି।
ଅପରେସନ୍ ପରେ ସନ୍ଧ୍ୟା ସମୟରେ ଏକତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା।
ଏହାପରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରେଲି ନେଇଯାଇଥିଲେ।
ସେଠାରେ ଚୌପୁଲା ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।
ବୁଧବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଏକତାଙ୍କ ମୃତ୍ୟୁ ହୋଇଥିଲା।
ୟୁରୋପରେ ୧୨ ବିମାନକୁ ଧମକ; ଆକାଶରେ ଅଟକିଗଲା ଯାତ୍ରୀଙ୍କ ଶ୍ବାସକ୍ରିୟା!
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।