Woman Driver: ‘ତୁ ଝିଅ, ବସ୍ ଚଳାଇ ପାରିବୁନି’ କହୁଥିଲେ ଲୋକେ, ଆଜି ହାଇୱେରେ ବସ୍ ଚଳାଉଛନ୍ତି ସୋନୁ ମଲାନ

Nov 08, 2026 - 17:15
Woman Driver: ‘ତୁ ଝିଅ, ବସ୍ ଚଳାଇ ପାରିବୁନି’ କହୁଥିଲେ ଲୋକେ, ଆଜି ହାଇୱେରେ ବସ୍ ଚଳାଉଛନ୍ତି ସୋନୁ ମଲାନ

ଅଲିଗଡ଼: ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ଆଗରେ ହାର ମାନେ ସବୁ ପ୍ରତିବନ୍ଧକ।

ଏହାର ଏକ ଉଦାହରଣ ହେଉଛନ୍ତି ଉତ୍ତରପ୍ରଦେଶ ର ଅଲିଗଡ଼ ଜିଲ୍ଲାର ସୋନୁ ମଲାନ।

ଦିନେ ଲୋକେ ତାଙ୍କୁ କହୁଥିଲେ, 'ତୁ ଝିଅ, ଏସବୁ କରିପାରିବୁ ନାହିଁ'।

କିନ୍ତୁ ସେ ଏହି କଥାକୁ ନିଜ ଦୁର୍ବଳତା ନୁହେଁ, ବରଂ ଆଗକୁ ବଢ଼ିବାର ପ୍ରେରଣା କରିଥିଲେ।

ଆଜି ସେ ଉତ୍ତରପ୍ରଦେଶ ପରିବହନ ନିଗମରେ ବସ୍ ଚାଳିକା ଭାବେ କାର୍ଯ୍ୟ କରିବା ସହ ଅଲିଗଡ଼-ନୋଏଡା ହାଇୱେରେ ବସ୍ ଚଳାଉଛନ୍ତି।

Advertisment ଅଲିଗଡ଼ ଜିଲ୍ଲାର ଜଟ୍ଟାରୀ ଅଞ୍ଚଳ ଅନ୍ତର୍ଗତ ହଜିଆପୁର ଗାଁର ୨୮ ବର୍ଷୀୟା ସୋନୁ ୨୦୨୧ ମସିହାରେ ଉତ୍ତରପ୍ରଦେଶ ପରିବହନ ନିଗମରେ ବସ୍ ଚାଳକ ଭାବେ ନିଯୁକ୍ତି ପାଇଥିଲେ।

ସେ ଅଲିଗଡ଼ ମଣ୍ଡଳର ଏକମାତ୍ର ମହିଳା ବସ୍ ଚାଳିକା।

ପ୍ରତିଦିନ ସେ ଅଲିଗଡ଼ରୁ ନୋଏଡା ମଧ୍ୟରେ ଚାରିଥର ଯାତାୟାତ କରି ପ୍ରାୟ ୫୪୦ କିଲୋମିଟର ଦୂରତା ଅତିକ୍ରମ କରନ୍ତି।

ତାଙ୍କର ଦକ୍ଷ ଡ୍ରାଇଭିଂ ଦେଖି ଯାତ୍ରୀମାନେ ଆଶ୍ଚର୍ଯ୍ୟ ହେବା ସହ ପ୍ରଶଂସା ମଧ୍ୟ କରନ୍ତି।

ନିଶାରେ ପରିଣତ ହୋଇଥିଲା ଆଗ୍ରହ ସୋନୁଙ୍କ ଗାଡ଼ି ଚଳାଇବାର ଆଗ୍ରହ ଆଜିର ନୁହେଁ।

ମାତ୍ର ୧୨ ବର୍ଷ ବୟସରୁ ସେ ନିଜ ଗାଁରେ ଚାଷ କାମ ପାଇଁ ଟ୍ରାକ୍ଟର ଚଳାଇବା ଆରମ୍ଭ କରିଥିଲେ।

ଧୀରେ ଧୀରେ ଏହି ଆଗ୍ରହ ତାଙ୍କ ନିଶାରେ ପରିଣତ ହୋଇଥିଲା।

୨୦୨୧ରେ ଉତ୍ତରପ୍ରଦେଶ ପରିବହନ ନିଗମ ପକ୍ଷରୁ ମହିଳା ବସ୍ ଚାଳକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେ ଆବେଦନ କରିଥିଲେ।

ଚୟନ ପ୍ରକ୍ରିୟାରେ ସଫଳ ହୋଇ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେଇଥିଲେ।

ଏହି ନିଯୁକ୍ତିରେ ଗାଜିଆବାଦର ବେଦ କୁମାରୀ ମଧ୍ୟ ସାମିଲ ହୋଇଥିଲେ।

ପରିବହନ ନିଗମରେ ବସ୍ ଚାଳକ ସୋନୁଙ୍କ କହିବା ଅନୁସାରେ, ଆରମ୍ଭରୁ ଅନେକ ଲୋକ ବସ୍ ଚଳାଇବାକୁ ପୁରୁଷଙ୍କ କାମ ବୋଲି କହି ତାଙ୍କୁ ନିରୁତ୍ସାହିତ କରୁଥିଲେ।

କିନ୍ତୁ ସେ କାହା କଥାରେ ହତୋତ୍ସାହିତ ନହୋଇ ନିଜ ଲକ୍ଷ୍ୟରେ ଆଗକୁ ବଢ଼ିଥିଲେ।

ଏହି ଯାତ୍ରାରେ ତାଙ୍କ ପରିବାର ମଧ୍ୟ ସବୁବେଳେ ସାଥ୍ ଦେଇଛି।

ତାଙ୍କ ଭାଇ ମଧ୍ୟ ପରିବହନ ନିଗମରେ ବସ୍ ଚାଳକ ଭାବେ କାର୍ଯ୍ୟ କରୁଥିବା ବେଳେ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ।

୧୨୫ ୟୁନିଟ୍ ମାଗଣା ବିଜୁଳି ସୁବିଧା ଛାଡ଼ିପାରିବେ ଉପଭୋକ୍ତା ବସ୍‌ରେ ଯାତ୍ରା କରୁଥିବା ଅନେକ ମହିଳା ଓ ଯୁବତୀ ସୋନୁଙ୍କୁ ଦେଖି ଖୁସି ହେବା ସହ ନିଜେ ମଧ୍ୟ ଜୀବନରେ କିଛି କରିବାର ଆତ୍ମବିଶ୍ୱାସ ପାଉଛନ୍ତି।

ସୋନୁ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ଲୋକପ୍ରିୟ।

ତାଙ୍କର ୟୁଟ୍ୟୁବ୍‌ରେ ପ୍ରାୟ ୨ ଲକ୍ଷ, ଇନଷ୍ଟାଗ୍ରାମରେ ଦେଢ଼ ଲକ୍ଷ ଏବଂ ଫେସବୁକ୍‌ରେ ସାଢ଼େ ୬ ଲକ୍ଷ ଅନୁଗାମୀ ଅଛନ୍ତି।

ସେ ବସ୍ ଚଳାଇବା ସମ୍ପର୍କିତ ଭିଡିଓ ସେୟାର କରିଥାନ୍ତି।

ସୋନୁଙ୍କ ଏହି ସଫଳତା ପ୍ରମାଣ କରୁଛି ଯେ, ମହିଳାଙ୍କ ପାଇଁ କୌଣସି କାମ ଅସମ୍ଭବ ନୁହେଁ।

ସୁଯୋଗ ଓ ପରିବାରର ସମର୍ଥନ ମିଳିଲେ ସେମାନେ ଯେକୌଣସି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିପାରିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।