Snake Safety Tips: ଘର ଭିତରକୁ କାହିଁକି ପଶି ଆସନ୍ତି ସାପ; କ’ଣ କଲେ ଆଉ କେବେ ବି ଆସିବେ ନାହିଁ
ଘରେ ଛୋଟ ବଗିଚା, ଖୋଲା ଆଙ୍ଗନ କିମ୍ବା ଚାରିପାଖରେ ଗଛଲତା ରହିଲେ ପରିବେଶ ସୁନ୍ଦର ଓ ସତେଜ ଲାଗେ।
କିନ୍ତୁ ବଗିଚାର ଠିକ୍ ରକ୍ଷଣାବେକ୍ଷଣ ନହେଲେ ଏହା ସାପ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ପାଇଁ ଲୁଚିବାର ସ୍ଥାନ ହୋଇଯାଇପାରେ।
Advertisment ସାପ ସାଧାରଣତଃ ଏମିତି ସ୍ଥାନ ପସନ୍ଦ କରେ, ଯେଉଁଠି ଛାୟା, ଆର୍ଦ୍ରତା, ଶିକାର ଏବଂ ଲୁଚିବାର ସୁବିଧା ମିଳେ।
ଘନ ଝାଡ଼, ଲମ୍ବା ଘାସ, କାଠ ଗଦା, ପୁରୁଣା ଗମଳା, ଭଙ୍ଗା ଇଟା କିମ୍ବା ଘର ପଛପଟେ ଜମା ହୋଇଥିବା କବାଡ଼ ଏହାଙ୍କ ପାଇଁ ଉପଯୁକ୍ତ ଆଶ୍ରୟ ହୋଇପାରେ।
ଘାସ ଓ ଝାଡ଼ ବଢ଼ିବାକୁ ଦିଅନ୍ତୁ ନାହିଁ ଲମ୍ବା ଘାସ ଏବଂ ଘନ ଝାଡ଼ ସାପଙ୍କୁ ସହଜରେ ଲୁଚିବାର ସୁଯୋଗ ଦିଏ।
ସେଠାରେ ଇଁଦୁର, ବେଙ୍ଗ, ଟିକଟିକି ଓ ଛୋଟ ପୋକମାକଡ଼ ମଧ୍ୟ ଥାଇପାରନ୍ତି, ଯାହା ସାପଙ୍କ ଶିକାର।
ତେଣୁ ବଗିଚାର ଘାସ ସମୟ ସମୟରେ କାଟିବା ସହ ଝାଡ଼ଗୁଡ଼ିକୁ ଛାଟିବା ଜରୁରୀ।
Advertisment ଅଳିଆ ଜମା କରନ୍ତୁ ନାହିଁ ଘର ପଛପଟେ କାଠ ଗଦା, ପୁରୁଣା କାର୍ଟନ୍, ଟାୟାର୍, ଭଙ୍ଗା କୁଣ୍ଡ, ଇଟା କିମ୍ବା ଅନ୍ୟ ଅବ୍ୟବହୃତ ସାମଗ୍ରୀ ଜମା କରି ରଖିବା ସାପ ପାଇଁ ଆଶ୍ରୟ ସୃଷ୍ଟି କରିପାରେ।
ଏହି ସ୍ଥାନଗୁଡ଼ିକ ସାଧାରଣତଃ ଅନ୍ଧାର ଓ ଶାନ୍ତ ଥାଏ।
ତେଣୁ ନିୟମିତ ସଫାସୁଫା କରିବା ଦରକାର।
ଅତ୍ୟଧିକ ପାଣି ଦିଅନ୍ତୁ ନାହିଁ ବଗିଚାରେ ଆବଶ୍ୟକତାଠାରୁ ଅଧିକ ପାଣି ଦେଲେ ମାଟି ଦୀର୍ଘ ସମୟ ଆର୍ଦ୍ର ରହିପାରେ।
ଏପରି ସ୍ଥାନରେ ବେଙ୍ଗ, ପୋକଜୋକ ଓ ଅନ୍ୟାନ୍ୟ ଛୋଟ ଜୀବ ବଢ଼ିପାରନ୍ତି।
ଏମାନେ ସାପଙ୍କୁ ଆକର୍ଷିତ କରିପାରନ୍ତି।
ତେଣୁ ଗଛର ଆବଶ୍ୟକତା ଅନୁସାରେ ପାଣି ଦିଅନ୍ତୁ।
ଘର ପାଖ ବେଙ୍ଗ-ମୂଷାମୁକ୍ତ କରନ୍ତୁ: ଘର ପାଖରେ ସାପ ଆସିବାର ଏକ ବଡ଼ କାରଣ ହେଉଛି ଖାଦ୍ୟର ସନ୍ଧାନ।
ତେଣୁ ମୂଷା, ବେଙ୍ଗ, ଝିଟିପିଟି ଆଦି ଥିଲେ ସାପ ସେଠାକୁ ଆସିପାରେ।
ତେଣୁ ଘର ପାଖ ସଫାସୁତୁରା ରଖନ୍ତୁ, ଯେପରି ଏହିସବୁ ଜୀବ ସେଠାରେ ଆଡ୍ଡା ନ କରନ୍ତି।
ଘରର ପ୍ରବେଶ ପଥ ବନ୍ଦ କରନ୍ତୁ ଦ୍ୱାର ତଳର ଫାଙ୍କ, ଝରକାର ଫାଟ, ନାଳା, ପାଇପ୍ ଚାରିପାଖର ଖାଲି ସ୍ଥାନ ଦେଇ ସାପ ଘର ଭିତରକୁ ପ୍ରବେଶ କରିପାରନ୍ତି।
ତେଣୁ ଏହିପରି ଛୋଟ ଛୋଟ ଫାଙ୍କଗୁଡ଼ିକୁ ଠିକ୍ ଭାବରେ ବନ୍ଦ କରିବା ଉଚିତ।
କିଛି ଗନ୍ଧରେ ସାପ ଦୂରେଇ ରୁହନ୍ତି: ଆପଣଙ୍କ ଘର ବଗିଚା ଏବଂ ଏହାର ଆଖପାଖ ଅଞ୍ଚଳରୁ ସାପଙ୍କୁ ଦୂରେଇ ରଖିବା ପାଇଁ, ପାଣି ଓ ଭିନେଗାରକୁ ସମାନ ପରିମାଣରେ ମିଶାଇ ସେହି ମିଶ୍ରଣକୁ ସ୍ପ୍ରେ କରନ୍ତୁ।
ଅନେକ ଲୋକ ଏଥିପାଇଁ ଲେମ୍ବୁ ରସ, ପିପରମିଣ୍ଟ ତେଲ କିମ୍ବା ଲଙ୍କାରୁ ପ୍ରସ୍ତୁତ ଦ୍ରବଣ ମଧ୍ୟ ବ୍ୟବହାର କରିଥାନ୍ତି।
ଏହା ବ୍ୟତୀତ, ଆପଣଙ୍କ ବଗିଚାରେ ଗେଣ୍ଡୁ ଫୁଲ, ଲେମନ୍ ଗ୍ରାସ୍ ଏବଂ ସିଟ୍ରୋନେଲା ଗଛ ଲଗାନ୍ତୁ; ଏଗୁଡ଼ିକର ତୀବ୍ର ଗନ୍ଧ କିଛି ନିର୍ଦ୍ଦିଷ୍ଟ ପ୍ରାଣୀଙ୍କୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।
ସାପ ଦେଖିଲେ କ'ଣ କରିବେ?
ଘର କିମ୍ବା ବଗିଚାରେ ସାପ ଦେଖିଲେ ନିଜେ ଧରିବା, ମାରିବା କିମ୍ବା ଲାଠିରେ ଘଉଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ।
ଛୋଟ ପିଲା ଓ ପୋଷା ପ୍ରାଣୀଙ୍କୁ ସେଠାରୁ ଦୂରେଇ ରଖନ୍ତୁ।
ନିରାପଦ ଦୂରତାରେ ରହି ସ୍ଥାନୀୟ ବନ ବିଭାଗ, ସାପ ଉଦ୍ଧାରକାରୀ କିମ୍ବା ପ୍ରଶିକ୍ଷିତ ରେସ୍କ୍ୟୁ ଟିମ୍କୁ ସୂଚନା ଦିଅନ୍ତୁ।
ସାପ ଘର ପାଖକୁ ଆସିବାକୁ ସମ୍ପୂର୍ଣ୍ଣ ଭାବେ ରୋକିବା ସବୁବେଳେ ସମ୍ଭବ ନୁହେଁ।
ହେଲେ ଘର ଓ ବଗିଚାକୁ ସଫା ରଖିବା, ଖାଦ୍ୟ ଉତ୍ସ କମାଇବା ଓ ଲୁଚିବା ସ୍ଥାନ ହଟାଇଦେଲେ ଏହାର ସମ୍ଭାବନା ନିଶ୍ଚିତ ଭାବେ କମିପାରେ।
ଘର ଚାରିପାଖରେ ଲମ୍ବା ଘାସ ବଢ଼ିବାକୁ ଦିଅନ୍ତୁ ନାହିଁ ଘନ ଝାଡ଼ ଓ ଗଛର ଡାଳ ନିୟମିତ ଛାଟନ୍ତୁ କାଠ, କାର୍ଟନ୍, ପୁରୁଣା ଗମଳା ଓ କବାଡ଼ ଜମା କରନ୍ତୁ ନାହିଁ ବଗିଚାରେ ଅତ୍ୟଧିକ ପାଣି ଦିଅନ୍ତୁ ନାହିଁ ଘରର ଫାଟ, ନାଳା ଓ ଛୋଟ ଖୋଲା ଜାଗା ବନ୍ଦ କରନ୍ତୁ ଘର ପାଖ ବେଙ୍ଗ-ମୂଷାମୁକ୍ତ କରନ୍ତୁ ସାପ ଦେଖିଲେ ଧରିବାକୁ ଯାଆନ୍ତୁ ନାହିଁ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।