Woman Duped of Over ₹13 Lakh Through Loans: ନକଲି ସରକାରୀ ଅଧିକାରୀ ଗିରଫ, ପୁରୀ ପୋଲିସ ଜବତ କଲା ୧୭ଟି କାର୍ଡ
ମାଟ୍ରିମୋନି ଆପରେ ଠକେଇ ଅଭିଯୋଗରେ ଜଣେ ନକଲି ସରକାରୀ ଅଧିକାରୀ ଗିରଫ। ଅଭିଯୁକ୍ତ ଜଣଙ୍କ ହେଲେ ବଳଭଦ୍ର ପ୍ରସାଦ ମିଶ୍ର। ପୁରୀ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନା ପୋଲିସ ତାଙ୍କୁ ଗିରଫ କରିଛି। ପ୍ରଥମେ ମାଟ୍ରିମୋନି ଆପରୁ ଆରମ୍ଭ ହୋଇଥିଲା ପରିଚୟ। ଆଉ ସେହି ପରିଚୟକୁ ଆଧାର କରି ନିଜକୁ ଛତିଶଗଡ଼ ସରକାରଙ୍କ ଅତିରିକ୍ତ ସଚିବ ବୋଲି ପରିଚୟ ଦେଇ ମହିଳାଙ୍କୁ ଠକିଥିଲେ ଅଭିଯୁକ୍ତ।
ପୋଲିସର ସୂଚନା ଅନୁଯାୟୀ, ମହିଳାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା। ଏସବୁ ଆକାଉଣ୍ଟରେ ନିଜ ମୋବାଇଲ୍ ନମ୍ବର ଲିଙ୍କ୍ କରି ଅଭିଯୁକ୍ତ ମହିଳାଙ୍କ ପାସ୍ ବୁକ୍, ଚେକ୍ ବୁକ୍ ଏବଂ ଡେବିଟ୍ ଓ କ୍ରେଡିଟ୍ କାର୍ଡ ନେଇଯାଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ମହିଳାଙ୍କ ଆକାଉଣ୍ଟରେ ୧୩ ଲକ୍ଷରୁ ଅଧିକ ଟଙ୍କାର ଋଣ ନିଆଯାଇଥିବା ଜଣାପଡ଼ିଥିଲା। ଏନେଇ ଅକ୍ଟୋବର ୧୩ ତାରିଖରେ ପୁରୀ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ ହୋଇଥିଲା।
ତଦନ୍ତ ବେଳେ ଅଭିଯୁକ୍ତଙ୍କଠାରୁ ୧୦ ହଜାର ଟଙ୍କା ନଗଦ, ଗୋଟିଏ ଟୟୋଟା କାର୍, ୬ଟି ମୋବାଇଲ୍ ଫୋନ୍, ୧୪ଟି ପାସ୍ ବୁକ୍, ୯ଟି ଚେକ୍ ବୁକ୍ ଏବଂ ୧୭ଟି ଡେବିଟ୍ ଓ କ୍ରେଡିଟ୍ କାର୍ଡ ଜବତ କରାଯାଇଛି। ଏହାସହ ଛତିଶଗଡ଼ ସରକାରଙ୍କ ଅତିରିକ୍ତ ସଚିବ ପଦବୀ ଉଲ୍ଲେଖ ଥିବା ଏକ ରବର ଷ୍ଟାମ୍ପ୍ ମଧ୍ୟ ଜବତ ହୋଇଛି। ଏହା ବ୍ୟତୀତ ସମ୍ବଲପୁର, ସହିଦନଗର, ଏୟାରପୋର୍ଟ ଓ ଲିଙ୍ଗରାଜ ଥାନାରେ ଅଭିଯୁକ୍ତ ବିରୋଧରେ ପୂର୍ବରୁ ମାମଲା ଥିବା ପୋଲିସ କହିଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ପୁରୀ ପୋଲିସ।...
ମାଟ୍ରିମୋନି ଆପରେ ଠକେଇ ଅଭିଯୋଗ
ନକଲି ସରକାରୀ ଅଧିକାରୀ ଗିରଫ ପୁରୀ ପୋଲିସ
ମହିଳାଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଋଣ ଅଭିଯୋଗ
ବଳଭଦ୍ର ମିଶ୍ରଙ୍କୁ ଗିରଫ କଲା ପୁରୀ ସାଇବର ପୋଲିସ
ଅଭିଯୁକ୍ତଠାରୁ ନଗଦ ଟଙ୍କା, କାର୍ ଓ ୬ ମୋବାଇଲ୍ ଜବତ
ଅଭିଯୁକ୍ତ ନାଁରେ ଏକାଧିକ ଥାନାରେ ରହିଛି ମାମଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।