Woman Found Dead କାଠଯୋଡ଼ି ନଦୀପଠାରେ ମହିଳାଙ୍କୁ ଛେଚିଛେଚି ହତ୍ୟା
"ମୁଣ୍ଡ ଲଣ୍ଡା କରି ପଥରରେ ଛେଚିଛନ୍ତି ଦୁର୍ବୃତ୍ତ ଇଟା, ଚୁଟି, ମଶିଣା, ବାସନକୁସନ ଜବତ କଟକ (ଦୀପ୍ତିରଞ୍ଜନ ସାମଲ): କଟକ ସିଟି କଲେଜ୍ ସାମନା କାଠଯୋଡ଼ୀ ନଦୀପଠାରେ ଜଣେ ମହିଳାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।
ଦୁର୍ବୃତ୍ତମାନେ ମହିଳାଙ୍କ ମୁହଁ ଓ ମୁଣ୍ଡକୁ ଇଟାରେ ଛେଚିଛେଚି ହତ୍ୟା କରିଛନ୍ତି।
ଏହା ସହିତ ମହିଳାଙ୍କ ମୁଣ୍ଡରେ ଥିବା ଚୁଟିକୁ ଧାରୁଆ ଅସ୍ତ୍ରରେ ରାମ୍ପି ଦେଇଛନ୍ତି।
ମହିଳାଙ୍କ ପରିଚୟ ଓ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେଉନଥିବା ବେଳେ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଛି।
Advertisment Murder: ମହିଳାଙ୍କୁ ହତ୍ୟା.
ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ବୁଧବାର ରାତି ପ୍ରାୟ ୭ଟା ବେଳେ ସିଟି କଲେଜ ସାମନା କାଠଯୋଡ଼ି ନଦୀ ପଠାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ବାଦାମବାଡ଼ି ଥାନା ପୁଲିସକୁ ଖବର ଦେଇଥିଲେ।
ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମହିଳା ଜଣକ ସାଲଓ୍ବାର ପଞ୍ଜାବୀ ପିନ୍ଧିଥିବା ବେଳେ ତାଙ୍କ ମୁଣ୍ଡ ନିକଟରେ ଏକ ଇଟା ପଡ଼ିଥିଲା।
ମୁଣ୍ଡକୁ ଛେଚାଯାଇଥିବା ଦେଖିବାକୁ ମିଳିଥିଲା।
ପାଖରେ ରକ୍ତ ବି ବୋହିଥିବା ଦେଖିବାକୁ ମିଳିଥିଲା।
ଶବ ନିକଟରୁ ୧୦ ଫୁଟ ଦୂରରେ ଏକ ରଙ୍ଗିନ୍ ଉଲ୍ କମ୍ବଳ ପଡ଼ିଥିବା ବେଳେ ଆଉ ୨୦ ଫୁଟ ଦୂରରେ ଏକ ପ୍ଲାଷ୍ଟିକ ମଶିଣା ପଡ଼ିଥିଲା।
ଏହି ମଶିଣା ଉପରେ ରକ୍ତ ପଡ଼ିଥିବା ବେଳେ ଗୋଟିଏ ପଲିଥିନରେ ସିଲଭର୍ କଡ଼େଇ ପଶିଥିବା ବେଳେ ଦୁଇଟି ଷ୍ଟିଲ୍ ପ୍ଲେଟ୍, ମଶିଣା ନିକଟରେ କିଛି ଡିସପୋଜେବଲ ପ୍ଲେଟ, ଏକ ଧଳା ରଙ୍ଗର ପ୍ଲାଷ୍ଟିକ୍ ବ୍ୟାଗ୍, ମହିଳାଙ୍କ ହଳେ ଚପଲ ଓ ମହିଳାଙ୍କ ମୁଣ୍ଡ ଲଣ୍ଡା କରିବା ପରେ ପାଖରେ ଚୁଟି ପଡ଼ିଥିବା ଦେଖିବାକୁ ମିଳିଥିଲା।
ଯେଉଁ ସ୍ଥାନରେ ମହିଳାଙ୍କ ଶବ ପଡ଼ିଥିଲା, ମଶିଣା ନିକଟରୁ ସେହି ସ୍ଥାନକୁ ତାଙ୍କୁ ଘୋଷାରି ନିଆଯାଇଥିବା ଦେଖିବାକୁ ମିଳିଛି।
ବାଲିରେ ଘୋଷରା ଚିହ୍ନ ଥିବା ବେଳେ ମହିଳାଙ୍କ ପାଦରେ ବି ବାଲି ଲାଗିଛି।
ମହିଳାଙ୍କୁ ହତ୍ୟା ଅଭିଯୋଗ: ଶବ ରଖି ଜ୍ବାଇଁ ଓ ଶାଶୁକୁ ପିଟିଲେ ପରିବାର ଲୋକ ଘଟଣାସ୍ଥଳରେ ଏସିପି ଅଶୋକ କୁମାର ଗିରି, ବାଦାମବାଡ଼ି ଥାନା ଆଇଆଇସି ଅଜୟ କୁମାର ରାଉଳ ପହଞ୍ଚି ତଦନ୍ତ କରୁଛନ୍ତି।
ଅନ୍ୟପଟେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣା ସ୍ଥଳରେ ଅନୁଧ୍ୟାନ ଚଳାଇଛି।
ଏସିପି ଶ୍ରୀ ଗିରି କହିଛନ୍ତି ଯେ ମୃତ ମହିଳାଙ୍କ ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ରହିଛି।
ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହେଉନଥିବା ବେଳେ ରିଙ୍ଗରୋଡରେ ଲାଗିଥିବା ସିସି କ୍ୟାମେରା ଫୁଟେଜ ପୁଲିସ ଅନୁଧ୍ୟାନ କରୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।