Woman Kills Ex-Army Husband With Kitchen Knife: ରୋଷେଇ, ଘରକାମକୁ କରିବାକୁ ନେଇ କଳି; ସ୍ୱାମୀଙ୍କୁ ଛୁରୀ ଭୁସିଦେଲେ ସ୍ତ୍ରୀ
ସାମାନ୍ୟ ଘରୋଇ କଳିରୁ ଭୟଙ୍କର ହତ୍ୟାକାଣ୍ଡ।
ରୋଷେଇ କରିବା ଓ ଘର କାମ ଦାୟିତ୍ୱକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା ଜୋରଦାର ଝଗଡ଼ା।
ଶେଷରେ ରାଗରେ ରୋଷେଇ ଘରୁ ଛୁରୀ ଆଣି ସ୍ୱାମୀଙ୍କ ଛାତିରେ ଭୁସିଦେଲେ ସ୍ତ୍ରୀ।
ଗୁଜରାଟର ଅହମ୍ମଦାବାଦରୁ ଆସିଛି ଏଭଳି ଛାତିଥରା ଘଟଣା।
Advertisment ମୃତକ ହେଉଛନ୍ତି ଦିଲୀପ ଖରାଡ଼ି।
ସେ ଭାରତୀୟ ସେନାରେ କାମ କରି ଅବସର ନେବା ପରେ ଡ୍ରାଇଭର ଭାବେ କାମ କରୁଥିଲେ।
ନାରୋଡା ସ୍ମାର୍ଟ ସିଟି ଅଞ୍ଚଳରେ ପତ୍ନୀ ନିର୍ମଳା ଓ ଦୁଇ ପିଲାଙ୍କ ସହ ରହୁଥିଲେ।
ପୋଲିସର ସୂଚନା ଅନୁସାରେ, ନଭେମ୍ବର ୬ ତାରିଖ ରାତିରେ ରୋଷେଇ ଓ ଘରୋଇ ଦାୟିତ୍ୱକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।
ଏହି ସମୟରେ ଉତ୍ତ୍ୟକ୍ତ ହୋଇ ନିର୍ମଳା ରୋଷେଇ ଘରୁ ଛୁରୀ ଆଣି ଦିଲୀପଙ୍କ ବାମ ଛାତିରେ ଆକ୍ରମଣ କରିଥିଲେ।
ଛୁରୀଟି ହୃତପିଣ୍ଡ ଉପର ଭାଗରେ ବାଜିବାରୁ ସେ ଗୁରୁତର ହୋଇପଡ଼ିଥିଲେ।
Advertisment ଆକ୍ରମଣ ପରେ ନିଜେ ପତ୍ନୀ ନିର୍ମଳା ସ୍ୱାମୀଙ୍କୁ ହସ୍ପିଟାଲ ନେଇଥିଲେ।
ହେଲେ ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାକୁ ନେଇ ଦିଲୀପଙ୍କ ବାପା ନାରୋଡା ଥାନାରେ ଏତଲା ଦେଇଛନ୍ତି।
ପୋଲିସ ନିର୍ମଳାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଦୀର୍ଘ ଦିନ ଧରି ପରିବାରରେ ଅଶାନ୍ତି ଲାଗି ରହିଥିବା ମଧ୍ୟ ପୋଲିସ କହିଛି।
ଏବେ ଦୁଇ ପିଲାଙ୍କ ମୁଣ୍ଡ ଉପରୁ ଉଠିଯାଇଛି ବାପାଙ୍କ ହାତ।
ସାମାନ୍ୟ ଘରୋଇ କଳିରୁ ଘଟିଥିବା ଏହି ହତ୍ୟାକାଣ୍ଡ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।