Woman Missing After Allegedly Jumping From Bridge: ଖରସ୍ରୋତା ସେତୁରୁ ନଦୀକୁ ଡେଇଁଲେ ମହିଳା, ଖୋଜାଖୋଜି ଜାରି
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଅଘଟଣ। ଖରସ୍ରୋତା ନଦୀ ଉପରେ ଥିବା ସେତୁରୁ ଜଣେ ମହିଳା ନଦୀକୁ ଡେଇଁ ପଡ଼ିଥିବା ସୂଚନା ମିଳିଛି। ଘଟଣାଟି ବିଞ୍ଝାରପୁର ଥାନା ଅନ୍ତର୍ଗତ ବିଞ୍ଝାରପୁର ଖରସ୍ରୋତା ସେତୁ ନିକଟରେ ଘଟିଥିବା ଜଣାପଡ଼ିଛି।
ମହିଳାଜଣକ କେଉଁ ଅଞ୍ଚଳର ଏବଂ କେଉଁ କାରଣରୁ ନଦୀକୁ ଡେଇଁଥିଲେ, ସେନେଇ ଏଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ସେତୁ ନିକଟରେ ମହିଳାଙ୍କ ଚପଲ ଓ ଏକ ଛତା ପଡ଼ିଥିବା ଦେଖିବାକୁ ମିଳିଛି।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ନଦୀରେ ମହିଳାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି। ମହିଳାଙ୍କ ପରିଚୟ ଓ ଘଟଣାର ସଠିକ୍ କାରଣ ସମ୍ପର୍କରେ ଅଧିକ ସୂଚନା ମିଳିବା ପରେ ସ୍ପଷ୍ଟ ହେବ।
ଯାଜପୁର ଖରସ୍ରୋତା ନଦୀକୁ ଡେଇଁଲେ ମହିଳା
ବିଞ୍ଝାରପୁର ଖରସ୍ରୋତା ସେତୁ ଉପରୁ ଡେଇଁ ପଡିଥିବା ସୂଚନା
ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରୁଛନ୍ତି
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।