Woman Murdered by Lover: ଗନ୍ଧେଇଲା ସ୍ୱାମୀ, ମାରିକି ସୁଟକେସ୍ରେ ପୂରାଇଲା ପ୍ରେମିକ, ୨ ମାସ ପରେ ମିଳିଲା ମୃତଦେହ
ପ୍ରେମ ପାଇଁ ସ୍ୱାମୀଙ୍କୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ିଥିଲେ ୨୦ ବର୍ଷୀୟା ମହିଳା। ହେଲେ ନୂଆ ଜୀବନ ଆରମ୍ଭ କରିବାର ସ୍ୱପ୍ନ ଅଧୁରା ରହିଗଲା। ପୋଲିସର କହିବା ଅନୁସାରେ, ପ୍ରେମିକ ହିଁ ତାଙ୍କୁ ହତ୍ୟା କରି ମୃତଦେହକୁ ସୁଟକେସ୍ରେ ଲୁଚାଇ ଫେରାର ହୋଇଥିଲା।
ବିହାରର ନୱାଦା ଜିଲ୍ଲାର ଛୋଟି ଉପାଧ୍ୟାୟ ନାମକ ଯୁବତୀ ରିଷଭ କୁମାର ସିଂହଙ୍କ ସହ ଘର ଛାଡ଼ି ସିଲଭାସା ଯାଇଥିଲେ। ସେଠାରେ ଦୁହେଁ ବିବାହ ମଧ୍ୟ କରିଥିଲେ। ତେବେ ପରିବାର ଏହି ସମ୍ପର୍କକୁ ବିରୋଧ କରିବା ସହ ଛୋଟିଙ୍କୁ ଗ୍ରହଣ କରିନଥିଲେ। ଏପରିକି ରିଷଭଙ୍କ ବିରୋଧରେ ଅପହରଣ ମାମଲା ମଧ୍ୟ ରୁଜୁ ହୋଇଥିଲା।
ଘରକୁ ଫେରିବାକୁ ନେଇ ବିବାଦ, ପରେ ହତ୍ୟା
ବିବାହ ପରେ ଛୋଟି ବାରମ୍ବାର ଗାଁକୁ ଫେରିବା ପାଇଁ ରିଷଭଙ୍କୁ କହୁଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ହେଉଥିଲା। ଜୁନ୍ ୯ ତାରିଖ ସକାଳେ ଦୁହିଁଙ୍କ ମଧ୍ୟରେ ତୀବ୍ର ଝଗଡ଼ା ହୋଇଥିଲା। ସେହିଦିନ ସନ୍ଧ୍ୟାରେ ରାଗରେ ରିଷଭ ଛୋଟିଙ୍କୁ ଗଳା ଚିପି ହତ୍ୟା କରିଥିବା ପୋଲିସ କହିଛି।
ପ୍ରାୟ ୨ ମାସ ପରେ ମିଳିଲା ମୃତଦେହ
ଘଟଣାର ପ୍ରାୟ ଦୁଇ ମାସ ପରେ, ଅଗଷ୍ଟ ୩ ତାରିଖରେ ହତ୍ୟାକାଣ୍ଡ ସାମ୍ନାକୁ ଆସିଥିଲା। ବାଥରୁମ୍ରେ ରଖାଯାଇଥିବା ସୁଟକେସ୍ରୁ ଦୁର୍ଗନ୍ଧ ବାହାରିବା ପରେ ସନ୍ଦେହ ହୋଇଥିଲା। ଯାଞ୍ଚ ବେଳେ ସୁଟକେସ୍ ଭିତରୁ ଛୋଟିଙ୍କ ମୃତଦେହ ମିଳିଥିଲା।
ତଦନ୍ତ ସମୟରେ ପୋଲିସକୁ ରିଷଭ ବାରାଣସୀରେ ଥିବା ସୂଚନା ମିଳିଥିଲା। ଏହାପରେ ଏକ ଯୁକ୍ତ ପୋଲିସ ଟିମ୍ ବାରାଣସୀର ଏକ ଘରୋଇ କମ୍ପାନୀରେ ଚଢ଼ାଉ କରି ରିଷଭଙ୍କୁ ଗିରଫ କରିଛି। ସେଠାରେ ନିଜ ପରିଚୟ ବଦଳାଇ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।