Late-Night Murder: ବିଳମ୍ବିତ ରାତିରେ ଯୁବକଙ୍କୁ ନିର୍ମମ ହତ୍ୟା, ପୋଲିସର ଛାନଭିନ୍ ଜାରି

Aug 12, 2026 - 12:06
Late-Night Murder: ବିଳମ୍ବିତ ରାତିରେ ଯୁବକଙ୍କୁ ନିର୍ମମ ହତ୍ୟା, ପୋଲିସର ଛାନଭିନ୍ ଜାରି

ସମ୍ବଲପୁର ସହରରେ ଚାଞ୍ଚଲ୍ୟ । ଫିସେରୀ ରୋଡରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଠାବ ପରେ ହତ୍ୟା ସନ୍ଦେହ ଘନୀଭୂତ ହୋଇଛି। ମୃତକ ଜଣକ ହେଲେ ଗୋପାଳ ବଂଶଲ। ତାଙ୍କ ଘର ସମ୍ବଲପୁର ସହରର ତିୱାରୀଗଳିରେ । ସମ୍ବଲପୁର ଟାଉନ୍ ଥାନା ଫିସେରୀ ରୋଡରେ ସକାଳୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ ।

ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ତେବେ ଗୋପାଳଙ୍କ ମୃତ୍ୟୁ ପଛରେ କାହାର ହାତ ରହିଛି ? କେଉଁ କାରଣରୁ ଘଟିଲା ଏଭଳି ଘଟଣା ? ଏନେଇ ଛାନଭିନ୍ ଆରମ୍ଭ କରିଛି ସମ୍ବଲପୁର ଟାଉନ୍ ଥାନା ପୋଲିସ । ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସ ତଦନ୍ତ ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। କିଏ ଓ କାହିଁକି ଗୋପାଳଙ୍କୁ ହତ୍ୟା କଲା, ପୋଲିସ ତଦନ୍ତ କରୁଛି।

ଯୁବକଙ୍କୁ ନିର୍ମମ ହତ୍ୟା

ସମ୍ବଲପୁର ଟାଉନ୍ ଥାନା ଫିସେରୀ ରୋଡରେ ହତ୍ୟା
ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ଘଟଣାସ୍ଥଳରେ ଟାଉନ୍ ଥାନା ପୋଲିସର ଛାନଭିନ୍ ଜାରି
କିଏ ଓ କାହିଁକି ଗୋପାଳଙ୍କୁ ହତ୍ୟା କଲା, ପୋଲିସ ତଦନ୍ତ କରୁଛି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।