Woman’s Final Note to Husband Emerges: ୬ ବର୍ଷର ପୁଅକୁ ଧରି ୧୮ ମହଲାରୁ ଡେଇଁଲେ ମହିଳା, ୮ ପୃଷ୍ଠାର ନୋଟ୍ରେ ଲେଖିଥିଲେ ଏମିତି କଥା
ସାମ୍ନାକୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଘଟଣା।
ପୁଣେରେ ୬ ବର୍ଷର ପୁଅକୁ ସାଙ୍ଗରେ ଧରି ଏକ ଆବାସିକ କୋଠାର ୧୮ ମହଲାରୁ ଡେଇଁପଡ଼ିଥିଲେ ଜଣେ ୩୩ ବର୍ଷୀୟା ମହିଳା।
ଏହି ଘଟଣାରେ ମାଆ ଓ ପୁଅ ଉଭୟଙ୍କ ମୃତ୍ୟୁ ହୋଇଛି।
ଘଟଣାସ୍ଥଳରୁ ୭ରୁ ୮ ପୃଷ୍ଠାର ଏକ ଲିଖିତ ନୋଟ୍ ମିଳିବା ପରେ ଘଟଣାଟି ଆହୁରି ଚର୍ଚ୍ଚାକୁ ଆସିଛି।
Advertisment ମୃତ ମହିଳାଙ୍କ ନାଁ ଏକତା ବାଙ୍ଗର।
ସେ ନିଜ ୬ ବର୍ଷର ପୁଅ ସହ ଏକ ହାଇପ୍ରୋଫାଇଲ୍ ସୋସାଇଟିରେ ରହୁଥିଲେ।
ତାଙ୍କ ସ୍ୱାମୀ ମନୋଜ ବାଙ୍ଗର ପୁଣେର ଏକ ଆଇଟି କମ୍ପାନୀରେ ଇଞ୍ଜିନିୟର ଭାବେ କାମ କରନ୍ତି।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ଏହି ଘଟଣା ଘଟିଥିଲା।
ସେହି ସମୟରେ ଘରେ ଏକତା ଓ ତାଙ୍କ ପୁଅ ଥିଲେ।
ଲିଖିତ ନୋଟ୍ରେ ସ୍ୱାମୀଙ୍କ ପାଇଁ କ'ଣ ଲେଖିଥିଲେ?
ପୁଲିସ ଘଟଣାସ୍ଥଳରୁ ଜବତ କରିଥିବା ୭ରୁ ୮ ପୃଷ୍ଠାର ଏକ ଲିଖିତ ନୋଟ୍ରେ ଏକତା ନିଜ ସ୍ୱାମୀଙ୍କ ଉଦ୍ଦେଶ୍ୟରେ କିଛି କଥା ଲେଖିଥିବା ଜଣାପଡ଼ିଛି।
ତାଙ୍କ ଅନୁପସ୍ଥିତି ପରେ ସ୍ୱାମୀ ପୁନର୍ବାର ବିବାହ କରି ନୂଆ ଜୀବନ ଆରମ୍ଭ କରନ୍ତୁ ବୋଲି ସେ ଲେଖିଥିବା ସୂଚନା ମିଳିଛି।
Advertisment ପୁଅକୁ ସାଙ୍ଗରେ ନେବା ପଛରେ ଥିବା କାରଣ ସମ୍ପର୍କରେ ମଧ୍ୟ ନୋଟ୍ରେ ଉଲ୍ଲେଖ ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।
ପୁଅ ମାଆକୁ ମନେ ପକାଇ ବାରମ୍ବାର ବାପାଙ୍କୁ ପ୍ରଶ୍ନ କରିବ ଏବଂ ଏହା ତାଙ୍କ ପାଇଁ କଷ୍ଟଦାୟକ ହେବ ବୋଲି ଏକତା ଲେଖିଥିବା କୁହାଯାଉଛି।
ଦୀର୍ଘଦିନର ରୋଗ ନେଇ ଚିନ୍ତାରେ ଥିଲେ ମହିଳା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏକତା ଦୀର୍ଘବର୍ଷ ଧରି ମେରୁଦଣ୍ଡଜନିତ ରୋଗରେ ପୀଡ଼ିତ ଥିଲେ।
ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଇଥିଲେ ମଧ୍ୟ ତାଙ୍କ ସମସ୍ୟାର ସମାଧାନ ହୋଇନଥିଲା।
ଏହି ଶାରୀରିକ ଯନ୍ତ୍ରଣା ତାଙ୍କୁ ଦୀର୍ଘଦିନ ଧରି ଚିନ୍ତିତ କରିଥିବା କଥା ଏହି ନୋଟ୍ରେ ଉଲ୍ଲେଖ ଥିବା କୁହାଯାଉଛି।
ଘଟଣା ପରେ ପୁଲିସ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।