Women Football: ବେଙ୍ଗାଲୁରୁରୁ ପର୍ତ୍ତୁଗାଲ୍; ଫୁଟ୍‌ବଲ୍‌ରେ ରିନ୍‌ଶାଙ୍କ ନୂଆ ଅଧ୍ୟାୟ

Oct 26, 2026 - 14:34
Women Football: ବେଙ୍ଗାଲୁରୁରୁ ପର୍ତ୍ତୁଗାଲ୍; ଫୁଟ୍‌ବଲ୍‌ରେ ରିନ୍‌ଶାଙ୍କ ନୂଆ ଅଧ୍ୟାୟ

ନୂଆଦିଲ୍ଲୀ: ଭାରତୀୟ ମହିଳା ଫୁଟ୍‌ବଲ୍‌ରେ ନିଜ ପ୍ରତିଭାର ପରିଚୟ ଦେଇ ଏବେ ୟୁରୋପରେ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି ଯୁବା ଫୁଟ୍‌ବଲର୍‌ ରିନ୍‌ଶା ମରିୟମ୍।

ବେଙ୍ଗାଲୁରୁ ରେ ଫୁଟ୍‌ବଲ୍‌ ଖେଳିଥିବା ଏହି ୧୮ ବର୍ଷୀୟା କେରଳୀ ଯୁବତୀ ଏବେ ପର୍ତ୍ତୁଗାଲ୍‌ର କ୍ଲବ୍‌ ଡି ଆଲବର୍‌ଗାରିଆର ୧୯ ବର୍ଷରୁ କମ୍‌ ମହିଳା ଦଳରେ ସ୍ଥାନ ପାଇଛନ୍ତି।

୨୦୨୩-୨୪ ଋତୁରେ ବେଙ୍ଗାଲୁରୁ ଏଫ୍‌ସି ପକ୍ଷରୁ ସେ ସୁପର ଡିଭିଜନ୍‌ରେ ଖେଳିଥିଲେ।

Advertisment ଫୁଟ୍‌ବଲ୍‌ ଯାତ୍ରା ନୂଆ ମୋଡ଼ ଏହାପରେ ତାଙ୍କ ଫୁଟ୍‌ବଲ୍‌ ଯାତ୍ରା ନୂଆ ମୋଡ଼ ନେଇଥିଲା।

ଗତ ମାସରେ ଏହି ପର୍ତ୍ତୁଗିଜ୍‌ କ୍ଲବ୍‌ର ଚଳତ ଋତୁର ପ୍ରଥମ ମ୍ୟାଚ୍‌ (ରିଓ ଟିଣ୍ଟୋ ବିପକ୍ଷ)ରେ ରିନ୍‌ଶା ପଦାର୍ପଣ ସୁଯୋଗ ପାଇଥିଲେ।

ଶନିବାର ସେ ଲିସବନ୍‌ରେ ବେନ୍‌ଫିକା ବିପକ୍ଷ ୧୯ ବର୍ଷରୁ କମ୍‌ ଲିଗା ବେନ୍‌ଫିକାର ରାଉଣ୍ଡ ୪ ମ୍ୟାଚ୍‌ ଖେଳିଛନ୍ତି।

ଗତ ଅଢ଼େଇ ବର୍ଷ ହେଲା ପର୍ତ୍ତୁଗାଲ୍‌ରେ ରେନ୍‌ଶା ପାଠ ପଢ଼ିବା ସହ ଫୁଟ୍‌ବଲ୍‌ ଖେଳୁଛନ୍ତି ବୋଲି ରିନ୍‌ଶା ବାପା ରସିଦ ଏମ୍‌ପି କହିଛନ୍ତି।

ମଙ୍ଗଳବାର ତୃତୀୟ ଟ୍ବେଣ୍ଟି-୨୦

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।