Women Hockey Team: ହକି: ଭାରତୀୟ ମହିଳା ଦଳ ସେମିର ନିକଟତର

Sep 25, 2026 - 11:46
Women Hockey Team: ହକି: ଭାରତୀୟ ମହିଳା ଦଳ ସେମିର ନିକଟତର

"ଗିଫୁ: ଭାରତୀୟ ମହିଳା ହକି ଦଳ ଚଳିତ ଏସୀୟ କ୍ରୀଡ଼ାରେ ଲଗାତାର ୪ ବିଜୟ ସହ ସେମିଫାଇନାଲ୍‌ର ନିକଟତର ହୋଇଛି।

ଗ୍ରୁପ୍‌-ବିରେ ଉଜବେକିସ୍ତାନକୁ ୧୯-୦, ଇଣ୍ଡୋନେସିଆକୁ ୧୭-୧ ଓ ଥାଇଲାଣ୍ଡକୁ ୨୦-୧ରେ ହରାଇଥିବା ଭାରତ ଶୁକ୍ରବାର ନିଜର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ ଜାପାନକୁ ୩-୧ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ପଞ୍ଚମ ମିନିଟ୍‌ରେ ଲାଲରେମସିଆମିଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା।Advertisment ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା ପ୍ରଥମ କ୍ବାର୍ଟର ୧-୦ରେ ଶେଷ ହେବା ପରେ ଦ୍ବିତୀୟ କ୍ବାର୍ଟରର ଶେଷ ମିନିଟ୍‌‌ରେ ଭାରତକୁ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଈଶିକା (୩୦ ମିନିଟ୍‌) ଦଳକୁ ୨-୦ରେ ଆଗରେ ରଖିଥିଲେ।

ତୃତୀୟ କ୍ବାର୍ଟରରେ ନବନୀତ କୌର (୩୬ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ସ୍ଥିତି ୩-୦ କରିଥିଲା।

ହେଲେ ଚତୁର୍ଥ କ୍ବାର୍ଟର ଆରମ୍ଭରୁ ଜାପାନର ଶିହୋ କୋବାୟାକାୱା (୪୬ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ।

ସଂପ୍ରତି ୧୨ ପଏଣ୍ଟ ସହ ଟେବୁଲ ଶୀର୍ଷରେ ଥିବା ଭାରତ ରବିବାର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ସିଙ୍ଗାପୁରକୁ ଭେଟିବ।

Shooting: ଏସୀୟ ରେକର୍ଡ ସହ କମଲଜିତ-ସୁରୁଚିଙ୍କୁ ସ୍ବର୍ଣ୍ଣ; ପୁରୁଷ ୫୦ ମିଟର ରାଇଫଲ୍‌ ୩ ପୋଜିସନ୍‌ ଦଳକୁ ରୌପ୍ୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।