Women Stage Paddy-Planting Protest Over Bad Roads: ରାସ୍ତାରେ ଧାନ ରୋଇ ମହିଳା କଲେ ପ୍ରତିବାଦ, ଭୋଟ ବର୍ଜନ କରିବାକୁ ଗ୍ରାମବାସୀଙ୍କ ଚେତାବନୀ
ରାସ୍ତାରେ ଧାନ ରୋଇ ମହିଳାଙ୍କ ପ୍ରତିବାଦ। ରେଢ଼ାଖୋଲ ବ୍ଲକ ଜଗତିପାଲ ଗାଁରେ ରାସ୍ତା ଦୁର୍ଦ୍ଦଶାକୁ ନେଇ ମହିଳାଙ୍କ ଏଭଳି ଅଭିନବ ପ୍ରତିବାଦ। ବ୍ରାହ୍ମଣୀପାଲିରୁ ଜଗତିପାଲ ଯାଏଁ ପ୍ରାୟ ୨ କିଲୋମିଟର ରାସ୍ତା କାଦୁଅ ଓ ଖାଲଖମାରେ ଭର୍ତ୍ତି। ବର୍ଷା ହେଲେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଉଛି । ରାସ୍ତାରେ ଧାନ ରୋଇ ପ୍ରତିବାଦ କରି ତୁରନ୍ତ ମରାମତି ଦାବି କରିଛନ୍ତି ମହିଳାମାନେ।
ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସିପାରୁନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ମଧ୍ୟ ପ୍ରଭାବିତ ହେଉଛି। ଶୀଘ୍ର ରାସ୍ତା ନହେଲେ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଶୀଘ୍ର ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦିଆଯାଇଛି।
ରାସ୍ତାରେ ଧାନ ରୋଇ ପ୍ରତିବାଦ
ରାସ୍ତାରେ ଧାନ ରୋଇ ମହିଳାଙ୍କ ପ୍ରତିବାଦ
ରେଢ଼ାଖୋଲ ଜଗତିପାଲ ରାସ୍ତା ଦୁର୍ଦ୍ଦଶା
କାଦୁଅ ରାସ୍ତା ଯୋଗୁ ଯାତାୟାତ ଠପ୍
୨ କିମି ରାସ୍ତା ଖାଲଖମାରେ ଭର୍ତ୍ତି, ଗ୍ରାମବାସୀ ହନ୍ତସନ୍ତ
ଗାଁକୁ ନାହିଁ ଭଲ ରାସ୍ତା, ତାତିଲେ ଗ୍ରାମବାସୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।